ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ହିନ୍ଦୋଳରେ ବିଜେଡ଼ି ପ୍ରାର୍ଥୀ କେଶବଙ୍କ ବିଜୟ 

ଢେ଼ଙ୍କାନାଳ(ମ ସୀହା)୦୫/୦୪_ଗତ ୩ ତାରିଖରେ ହୋଇଥିବା ହିନ୍ଦୋଳ ଏନ୍ଏସି ନିର୍ବାଚନର ଫଳାଫଳ ରେ ଶାସକ ଦଳ ବିଜେଡ଼ି ବାଜିମାତ କରିଛି lସମୁଦାୟ ୨୬ ଗୋଟି ୱାର୍ଡ ମଧ୍ୟରୁ ବିଜେଡ଼ି ସର୍ବାଧିକ ୧୧ ଟି ଆସନ ଓ ବିଜେପି ୫ ଟି ଆସନ ରେ ବିଜୟ ଲାଭ କରିଛି।ବିଜେଡ଼ି ଚେୟାରମ୍ୟାନ ପ୍ରାର୍ଥୀ କେଶବ ପ୍ରଧାନ ୪୨୪ ଭୋଟ୍ ରେ ବିଜେପି ପ୍ରାର୍ଥୀନୀ ସୋଭାଗିନି କୁ ହରାଇ ଜୟଯୁକ୍ତ ହୋଇଛନ୍ତି। ଭୁବନେଶ୍ବର ଉତ୍ତରା ବିଧାୟକ ସୁଶାନ୍ତ ରାଉତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ସଦର ବିଧାୟକ ସୁଧୀର କୁମାର ସାମଲଙ୍କ ରଣନୀତି ରେ ବିଜେଡ଼ି ର ସମ୍ମାନ ରକ୍ଷା ହୋଇ ପାରିଛି ବୋଲି ସାଧାରଣରେ ଚର୍ଚ୍ଚା ଚାଲିଛି। ଫଳାଫଳ ଘୋଷଣା ପରେ ହିନ୍ଦୋଳ ବିଧାୟିକା ସୀମାରାଣୀ ନାଏକଙ୍କ ନେତୃତ୍ଵରେ ଏକ ବିରାଟ ଶୋଭାଯାତ୍ରା ଏନ୍ଏସି ପରିକ୍ରମା କରିଥିଲା l  

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ‘ଜନଜାଗରଣ ଅଭିଯାନ’

Sunil Chandra Nayak

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

masiha

କୋଇଲାରୀରେ କଂଗ୍ରେସ ବିଧାୟକ ପାର୍ଥୀଙ୍କ କର୍ମୀ ସମ୍ମିଳନୀ 

masiha

Leave a Comment

error: Content is protected !!