ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ବିଜେପି ପକ୍ଷରୁ ବ୍ଲକ ଘେରାଉ

କଙ୍କଡ଼ାହାଡ଼ (ମନିସ )17/2/23 ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧ ରେ ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କାର୍ଯ୍ୟଳୟ ଘେରାଉ କରିଛି ବିଜେପି |ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୁତି ପ୍ରଧାନ, ପୂର୍ବତନ ରାଜ୍ୟସଭା ସାଂସଦ ରୁଦ୍ରନାରାୟଣ ପାଣି ଙ୍କ ନେତୃତ୍ୱ ରେ ଶତାଧିକ ବିଜେପି କର୍ମୀ କଙ୍କଡ଼ାହାଡ଼ ବ୍ଲକ ଘେରାଉ ରେ ସାମିଲ ହୋଇଥିଲେ |ତେବେ ପ୍ରତେକ ପଂଚାୟତ ରେ ଯୋଗ୍ୟ ହିତାଧିକାରୀଙ୍କୁ ଉଦେଶ୍ୟ ମୂଳକ ଭାବେ ବାଦ ଦେବା ଓ ଅଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ କରିବା ପ୍ରତିବାଦ ରେ ଏହି ଘେରାଉ କରାଯାଇଥିବା କହିଛନ୍ତି ବିଭୁତି ପ୍ରଧାନ |ସେପଟେ ପୁନର୍ବାର ତଦନ୍ତ କରି ଯୋଗ୍ୟ ହିତାଧିକାରୀଙ୍କ ଯୋଜନା ରେ ସାମିଲ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା ପାଇଁ ଏକ ଦାବିପତ୍ର ବିଡ଼ିଓଙ୍କୁ ପ୍ରଦାନ କରାଯାଇଥିବା କହିଛନ୍ତି ବିଜେପି ନେତା ରୁଦ୍ର ନାରାୟଣ ପାଣି |

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆମ୍ ଆଦମୀ ପାର୍ଟିରୁ ବରିଷ୍ଠ ସଦସ୍ୟଙ୍କ ଇସ୍ତଫା

Sunil Chandra Nayak

ବସ୍ତା ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ରାହୁଲଙ୍କ କୁଶ ପୁତ୍ତଳିକା ଦାହ

masiha

ସରକାର ଲୋକଙ୍କ ସହ ବିଶ୍ୱାସଘାତକତା କରିଛନ୍ତି : ସମ୍ବିତ ପାତ୍ର

Sunil Chandra Nayak

Leave a Comment

error: Content is protected !!