ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଶ୍ରୀମନ୍ତ ରଥ ହେଲେ ଚାନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ସଭାପତି

ଚନ୍ଦାହାଣ୍ଡି -(ମ ନି ସ ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଯୁବ ହିନ୍ଦୁ ମହାସଂଘ ର ସଭାପତି ଭାବେ ଶ୍ରୀମନ୍ତ ରଥ ଙ୍କୁ ମନୋନୀତ କରା ଯାଇଛି। ଏହି ଅବସରରେ ହିନ୍ଦୁ ମହାସଂଘ ପକ୍ଷରୁ ଭବାନୀ ବାହିନୀ ପ୍ରମୁଖ ଜୟଶ୍ରୀ ନାୟକ, ମୁଖ୍ୟ ପ୍ରବକ୍ତା ଶ୍ୟାମସୁନ୍ଦର କବିରାଜ, ଚନ୍ଦାହାଣ୍ଡି ହିନ୍ଦୁମହାସଂଘ ସଭାପତି ରାଧାରମଣ ପାଢ଼ୀ ,ଚନ୍ଦାହାଣ୍ଡି ବଜରଙ୍ଗ ଦଳ ର ସମସ୍ତ ସଦସ୍ୟ ସହ ନବରଙ୍ଗପୁର ଜିଲ୍ଲା ତଥା କଳାହାଣ୍ଡି ଜିଲ୍ଲା ହିନ୍ଦୁ ମହାସଂଘ ଏବଂ ବଜରଙ୍ଗ ଦଳ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର ସୂଚନା ଦେଇଛନ୍ତି ଯେ ଆଗାମୀ ଚୈତ୍ର ଶୁକ୍ଳ ପ୍ରତିପଦ ଅବସରରେ ୫ହଜାର ରୁ ଉର୍ଦ୍ଧ୍ବ ଯୁବକ ମହାସଂଘ ରେ ଯୋଗଦାନ କରିବେ ଅବିଭକ୍ତ କୋରାପୁଟ ଜିଲ୍ଲାରେ। ସଂଯୋଜକ ନରସିଂହ ତ୍ରିପାଠୀ, ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଏବଂ ଅନ୍ୟମାନେ ମଧ୍ୟ ଶ୍ରୀମନ୍ତ ରଥ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଛନ୍ତି। ଚନ୍ଦାହାଣ୍ଡି ଯୁବ ହିନ୍ଦୁ ମହାସଂଘ ସଭାପତି ଶ୍ରୀମନ୍ତ ରଥ ସମସ୍ତ ଙ୍କୁ ଧନ୍ୟବାଦ ଜଣାଇ କିପରି ଭାବେ ନିଷ୍ଠା ସହ ସଂଘ କୁ ଆଗକୁ ତାର ପ୍ରଚେଷ୍ଟା ରେ ନିସ୍ଵାର୍ଥପର ଭାବେ କାର୍ଯ୍ୟ କରିବେ ତାହା ପର୍ତୁଶ୍ରୁତି ଦେଇଛନ୍ତି ଯୁବ ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଲୋକନାଥ ପାଣିଗ୍ରାହୀ ଏବଂ କାର୍ଯ୍ୟକାରୀ ସଭାପତି ସୁଦର୍ଶନ ବେହେରା ମଧ୍ୟ ଶୁଭେଚ୍ଛା ବାର୍ତ୍ତା ଦେଇ ଅଖଣ୍ଡ ହିନ୍ଦୁ ରାଷ୍ଟ୍ର ନିର୍ମାଣ ଦିଗରେ ଅନ୍ୟ ଯୁବକ ମାନଙ୍କୁ ମହାସଂଘ ରେ ଯୋଗଦାନ କରିବା ପାଇଁ ଅନୁରୋଧ କରିଛନ୍ତି।

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ତେନ୍ତୁଳିଖୁଣ୍ଟି ଚାଉଳ ଦୁର୍ନୀତି କୁ ନେଇ ପ୍ରଶାସନ ଓ ଜନ ପ୍ରତିନିଧି ଙ୍କ ଉପରେ ବର୍ଷିଲେ_ଜିଲ୍ଲା ଆପ୍ ଆବାହକ

Sunil Chandra Nayak

ବ୍ଲକ ସ୍ତରୀୟ ଆନ୍ଦୋଳନ ପାଇଁ ବ୍ଲକ କଂଗ୍ରେସ ର ପ୍ରସ୍ତୁତି ବୈଠକ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧରେ ଭୁବନ ର ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!