ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସାମ୍ପ୍ରତିକ ନାରୀ ନିର୍ଯ୍ଯାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

ସାମ୍ପ୍ରତିକ ନାରୀ ନିର୍ଯ୍ଯାତନାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ବୈଠକ

ରାଉରକେଲା : ଇସ୍ପାତ ସହର ସେକ୍ଟର-୨୧ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଏକ ବୈଠକ ଆୟୋଜନ କରାଯାଇଥିଲା। ଏହି ବୈଠକରେ ବରିଷ୍ଠ କଂଗ୍ରେସ ନେତା ଏବଂ ବରିଷ୍ଠ ଏସସି ସେଲ୍ ଅଧିକାରୀମାନଙ୍କ ସମେତ ଶହ ଶହ ମହିଳା ଏବଂ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ। ଏହି ବୈଠକରେ ବୈଠକରେ ଓଡିଶାର ସାମ୍ପ୍ରତିକ ପରିସ୍ଥିତିକୁ ନେଇ ବାଲେଶ୍ବର ଏଫ୍ ଏମ୍ କଲେଜ ଛାତ୍ରୀ ଆତ୍ମାହୂତୀ ଘଟଣାରେ ସରକାରଙ୍କ ଭୂମିକା ଏବଂ ପୁରୀ ବଳଙ୍ଗା ଛାତ୍ରୀଙ୍କ ଉପରେ କିରୋସିନି ଢାଳି ନିଆଁ ଲଗାଇବା ଘଟଣାରେ ସରକାର ଏପର୍ଯ୍ୟନ୍ତ ଅପରାଧିଙ୍କୁ ନଧରିପାରିବା ବିଷୟରେ ଉଲ୍ଲେଖ କରି ମୁଖ୍ଯ ଅତିଥି ତଥା ରାଜ୍ୟ ଅନୁସୂଚିତ ଜାତି ସଭାପତି ମାନସ ମଲ୍ଲିକ କଂଗ୍ରେସ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିଥିଲେ।

     ଏହି ବୈଠକରେ ରାଉରକେଲା ଏସ୍ ସି ସେଲ୍ ସଭାପତି ଦିବାକର ଦୀପ, ପୂର୍ବତନ ଜିଲ୍ଲା ସଭାପତି ରବି ରାୟ,, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ପ୍ରବୋଧ ଦାସ, ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ସବୀର ହୁସେନ, ଯୁବ ନେତା ଶିବୁ ଦୀପ୍, ସେବା ଦଳର ବୁଲୁ ଦାସଙ୍କ ସମେତ ବନମାଳୀ ବିଶୋଇ, ଆଦେଶ ସୁନା, ରାଜୁ ଜୟପୂରିଆ, ବିନୋଦ ତନ୍ତୀ, ରାଜ୍ୟ ଏସ୍ ସି ସେଲ ଉପସଭାପତି ଗଜେନ୍ଦ୍ର ତନ୍ତୀ, ରାଉରକେଲା ଏସ୍ ସି ସେଲ୍ ରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସଚିବଙ୍କୁ କାଳି ମାଡ଼ ଘଟଣାକୁ ନିନ୍ଦା କଲେ କୋକସରା ବିଜେଡି କର୍ମକର୍ତ୍ତା

masiha

ଚାରି ବିଜେଡି କର୍ମୀ ଙ୍କୁ ନିର୍ବାଚନ ମଣ୍ଡଳୀ ପ୍ରମୂଖ ଦାୟିତ୍ଵ

ଜୁନାଗଡ ନିର୍ବାଚନ ମଣ୍ଡଳୀ ର ବିକାଶ ର ବାର୍ତ୍ତା ନେଇ ସମର୍ପଣ ଯାତ୍ରା

masiha

Leave a Comment

error: Content is protected !!