ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମୁ ବିଜେଡିରେ ଥିଲି,ଅଛି ଏବଂ ରହିବି ; ବିକ୍ରମ

ମୁ ବିଜେଡିରେ ଥିଲି,ଅଛି ଏବଂ ରହିବି ; ବିକ୍ରମ

ଭଞ୍ଜନଗର,୧୯/୭ ଗଞ୍ଜାମ ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ଭଞ୍ଜନଗର ବିଧାୟକ ବିକ୍ରମ କେଶରୀ ଆରୁଖଙ୍କୁ ନେଇ ରବିବାର ଦିନ ତମାମ ବିଭିନ୍ନ ଗଣମାଧ୍ୟମରେ ବିଜେପିରେ ସାମିଲ ହେଉଥିବା ନେଇ ଆଲୋଚନା ଚାଲିଥିବା ବେଳେ ବିକ୍ରମ କେଶରୀ ଆରୁଖ ଏ ନେଇ ସ୍ୱଷ୍ଟିକରଣ ରଖିଛନ୍ତି। ଏଭଳି ଆଲୋଚନା କେବଳ ଏକ ଗୁଜବ ବୋଲି କହିବା ସହ ବିଜୁ ଜନତା ଦଳର ମୁ ପ୍ରତିଷ୍ଠାତା ସଦସ୍ୟ। ମୋର ପ୍ରିୟ ନେତା ହେଉଛନ୍ତି ନବୀନ ପଟ୍ଟନାୟକ, ମୋ ପ୍ରିୟ ଦଳ ହେଉଛି ବିଜୁ ଜନତା ଦଳ। ମୁଁ ବିଜୁ ଜନତା ଦଳରେ ପ୍ରତିଷ୍ଠା ଦିନଠାରୁ ଆନ୍ତରିକତାର ସହିତ କାର୍ଯ୍ୟ କରିଆସିଛି। ମୁଁ ଅନ୍ୟ ରାଜନୈତିକ ଦଳରେ ଯୋଗ ଦେବା ନେଇ ହେଉଥିବା ଆଲୋଚନାରେ କୌଣସି ସତ୍ୟତା ନାହିଁ। ଇଏ ଗୁଜବ ମାତ୍ର ମୁଁ ବିଜୁ ଜନତା ଦଳରେ ଥିଲି, ଅଛି ଏବଂ ରହିବି। ଏଥି ସହିତ ବିଜୁ ଜନତା ଦଳର ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଭାବେ ରହିଥିବା ବେଳେ ବ୍ୟକ୍ତିଗତ ଅସୁବିଧା କାରଣରୁ ଗୋଟିଏ ଦୁଇଟି ବୈଠକରେ ଯୋଗ ଦେଇପାରିନି। ତାକୁ ନେଇ ଯଦି ଚର୍ଚ୍ଚା କରାଯିବ ତେବେ ଏହା ଅମୂଳକ ମାତ୍ର ବୋଲି ଶ୍ରୀ ଆରୁଖ ସ୍ୱଷ୍ଟିକରଣ ରଖିଛନ୍ତି। ବିଜୁ ଜନତା ଦଳରେ ରହିଛି, ମୋ ପ୍ରିୟ ନେତା ନବୀନ ପଟ୍ଟନାୟକ ଏବଂ ମୁଁ ତାଙ୍କ ନେତୃତ୍ୱରେ କାର୍ଯ୍ୟ କରୁଛି,ଆଗାମୀ ଦିନରେ ମଧ୍ୟ କାର୍ଯ୍ୟ କରିବି ବୋଲି କହିଛନ୍ତି। ପ୍ରକାଶ ଥାଉକି,ଗତ କିଛି ଦିନ ହେବ ବିଜେପି ଫୋକସରେ ଗଞ୍ଜାମ ଜିଲ୍ଲା ରହିଥିବା ବେଳେ ପୂର୍ବତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଜେପିରେ ସାମିଲ ହେଉଥିବା ନେଇ ଆଲୋଚନା ହୋଇଥିଲା। ଏ ନେଇ ଗୁପ୍ତ ବୈଠକ ହୋଇଥିବା ମଧ୍ୟ ଚର୍ଚ୍ଚା ଜୋର ଧରିଥିଲା। ଏ ନେଇ ଆଜି ଶ୍ରୀ ଆରୁଖ ଏକ ଭିଡିଓ ବାର୍ତା ଯୋଗେ ନିଜର ସ୍ୱଷ୍ଟିକରଣ ଦେଇଛନ୍ତି।

Related posts

ମୟୁରଭଞ୍ଜ ଲୋକସଭା ଆସନ ଅନ୍ତର୍ଗତ ବିଧାନସଭା ଆସନ-ହୋ ଜାତିର ବ୍ୟକ୍ତିଙ୍କୁ ଦଳୀୟ ବିଧାୟକ ପ୍ରାର୍ଥୀ ସୁଯୋଗ ମିଳୁ

masiha

ଭବାନୀପାଟଣାରେ ଓଡ଼ିଶା ଜନତା କଂଗ୍ରେସ ର ବିଶାଳ ଜନ ସମାବେଶ

ତେନ୍ତୁଳିଖୁଣ୍ଟି ବ୍ଲକ: ଅଣଦେଖା ନେଇ ବିଜୁ ଜନତା ଦଳ କର୍ମକର୍ତ୍ତା ଓ କର୍ମୀଙ୍କ ବୈଠକ

Sunil Chandra Nayak

Leave a Comment

error: Content is protected !!