ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ। ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

ଧର୍ମଗଡ ରେ ବିଜୁ ଜନତା ଦଳର ୨୮ତମ ପ୍ରତିଷ୍ଠା ଦିବସ

ଓଡିଶାକୁ ସଶକ୍ତ ରାଜ୍ୟର ପରିଚୟ ଦେଇଛି ବିଜେଡି….

ଗତ ୨୪ ବର୍ଷରେ ବିଜେଡି ଓଡ଼ିଶାକୁ ସାରା ଦୁନିଆରେ ଏକ ସଶକ୍ତ ରାଜ୍ୟର ପରିଚୟ ଦେଇଛି। ଓଡ଼ିଶାରେ ଗରିବୀ କମି ଯାଇଛି,ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ନୂଆ ପରିଚୟ ମଧ୍ୟ ସୃଷ୍ଟି କରିଛି ଓ ଓଡ଼ିଶାବାସୀଙ୍କ ଭଲ ପାଇବା ପାଇଁ ବିଜେଡି ଏକ ଶକ୍ତିଶାଳୀ ଦଳରେ ପରିଣତ ହୋଇଛି ବୋଲି ବିଜୁ ଜନତା ଦଳର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଠାରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ବିଜୁ କଲ୍ୟାଣ ମଣ୍ଡପ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। 

ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ବିଜୁ ଜନତା ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ଧର୍ମଗଡର ପୂର୍ବତନ ବିଧାୟକ ମୌଷଧି ବାଗ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଆଇନଜୀବି କଲ୍ୟାଣୀ ନାଏକ, ବିଜୁ ମହିଳା ସେଲ ର ସୁଶ୍ରୀ ହୀରା ବାଗ, ଜିଲ୍ଲା ଉପ ସଭାପତି ଥବିର ପ୍ରସାଦ ସାହୁ, ଧବଳେଶ୍ଵର ନାଗ,ନିର୍ବାଚନ ମଣ୍ଡଳୀ ସଭାପତି ମାନସ ବାଗ,ରାଜ୍ୟ ଓମଫେଡ ସଭାପତି ତଥା କୋକସରା ସରପଞ୍ଚ କିଶୋର ପ୍ରଧାନୀ, ସରକାରୀ ଓକିଲ ଭବାନୀ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ଶଙ୍କର ଜୁଏଡ, ପ୍ରଣବ ଭଏଁସାଲ,ହେମନ୍ତ ମାଝୀ,ବ୍ଲକ୍ ସଭାପତି ଟୀକମନ ଯାଦବ,ଅଶୋକ କୁମାର ପଟ୍ଟଯୋଷୀ, ରାଜେନ୍ଦ୍ର ନାଏକ, ଡାକେ ଲହଜଲ, ଧର୍ମଗଡ ବ୍ଲକ ମହିଳା ସଭାପତି ମିଥିଳା ପୁଞ୍ଜି, ଜିଲ୍ଲା ଏସସି ସେଲ ଉପ ସଭାପତି କ୍ଷୀରୋଦ ବାଗ,ଧର୍ମଗଡ ବ୍ଲକ ପ୍ରତିନିଧି ସ୍ଵାଧୀନ ବାଗ, ପ୍ରଶାନ୍ତ ତିୱାରୀ, ମଦନ ନାଏକ ସମେତ ଶତାଧିକ ବିଜୁ ଜନତା ଦଳର କର୍ମୀ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ବିଜୁ ଜନତା ଦଳ ସର୍ବଦା ଲୋକଙ୍କ ହିତ ଓ ଅଂଚଳର ବିକାଶ ପାଇଁ ସମର୍ପିତ ବୋଲି ଅଭିଭାଷଣ ଜରିଆରେ ପ୍ରକାଶ କରିଥିଲେ lସରକାରୀ ଓକିଲ ରାଜେନ୍ଦ୍ର ମୁନି ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟ ଗୋପୀ ଚାନ୍ଦ ମହାନନ୍ଦ ଧନ୍ୟବାଦ୍ ଅର୍ପଣ କରିଥଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବିଜେପି ରେ ଯୋଗ ଦେଲେ ବିଜେଡି ର ବହୁ ନେତା ଓ କର୍ମୀ

masiha

ଡାବୁଗାଁ ବ୍ଲକ ଗିର୍ଲା ଠାରେ ବିଜେଡିର ବ୍ଲକ ସ୍ତରୀୟ ମହିଳା ସମାବେଶ

Sunil Chandra Nayak

କେନ୍ଦ୍ରାପଡ଼ା ଜିଲ୍ଲା କୃଷକ ମୋର୍ଚ୍ଚାର ମଣ୍ଡଳ ସତ୍ୟାପନ  ଏବଂ ସ୍ୱଚ୍ଛତା ସଫେଇ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!