ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ
ଖଇରା,୨୫/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅନ୍ତର୍ଗତ ତରାଙ୍ଗ ହରିହାଟ ଠାରେ ଅନୁଷ୍ଠିତ ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁ । ଏହି ଅବସରରେ ସେଠାରେ ଏକତ୍ରିତ ହୋଇଥିବା ସ୍ଥାନୀୟ ଜନସାଧାରଣ ତଥା ବିଜୁ ଜନତା ଦଳର ସମର୍ଥକ ମାନଙ୍କ ସହ କିଛି ସମୟ ବର୍ତ୍ତାଳାପ କଲେ ପ୍ରାର୍ଥୀନୀ ଶ୍ରୀମତୀ ସାହୁ । ଶତାଧିକ ମାଆ, ମାଉସୀ ମାନେ ପ୍ରାର୍ଥୀନୀଙ୍କୁ ଭବ୍ଯ ସ୍ୱାଗତ କରିଥିଲେ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ଆଦର, ଭଲପାଇବା ଓ ସହଯୋଗ ପାଇଁ ପ୍ରାର୍ଥିନୀ ଶ୍ରୀମତୀ ସାହୁ ଏବଂ ତାଙ୍କ ସ୍ବାମୀ ଶଶୀ କୁମାର ସାହୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।।