ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ପ୍ରାର୍ଥିନୀ

ଖଇରା,୨୫/୪/୨୪- ବାଲେଶ୍ବର ଜିଲ୍ଲା ସିମୁଳିଆ ନିର୍ବାଚନ ମଣ୍ଡଳୀ ଖଇରା ବ୍ଲକ ମାଖନପୁର ପଞ୍ଚାୟତ ଅନ୍ତର୍ଗତ ତରାଙ୍ଗ ହରିହାଟ ଠାରେ ଅନୁଷ୍ଠିତ ଅଷ୍ଟମପ୍ରହରୀ ନାମ ଯଜ୍ଞରେ ଯୋଗଦେଲେ ବିଜୁ ଜନତା ଦଳର ବିଧାୟକ ପ୍ରାର୍ଥିନୀ ସୁବାସିନୀ ସାହୁ । ଏହି ଅବସରରେ ସେଠାରେ ଏକତ୍ରିତ ହୋଇଥିବା ସ୍ଥାନୀୟ ଜନସାଧାରଣ ତଥା ବିଜୁ ଜନତା ଦଳର ସମର୍ଥକ ମାନଙ୍କ ସହ କିଛି ସମୟ ବର୍ତ୍ତାଳାପ କଲେ ପ୍ରାର୍ଥୀନୀ ଶ୍ରୀମତୀ ସାହୁ । ଶତାଧିକ ମାଆ, ମାଉସୀ ମାନେ ପ୍ରାର୍ଥୀନୀଙ୍କୁ ଭବ୍ଯ ସ୍ୱାଗତ କରିଥିଲେ ଏବଂ ଅନୁଷ୍ଠାନର କର୍ମକର୍ତ୍ତା ମାନେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସମସ୍ତଙ୍କ ଆଦର, ଭଲପାଇବା ଓ ସହଯୋଗ ପାଇଁ ପ୍ରାର୍ଥିନୀ ଶ୍ରୀମତୀ ସାହୁ ଏବଂ ତାଙ୍କ ସ୍ବାମୀ ଶଶୀ କୁମାର ସାହୁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

masiha

ଜୁନାଗଡ ନିର୍ବାଚନ ମଣ୍ଡଳୀ ଯୁବ କଂଗ୍ରେସ ସଭାପତି ହେଲେ ମଣ୍ଟୁ ସାହୁ

Sunil Chandra Nayak

ଦିର୍ଘ ୧୧ ମାସ ପରେ ବ୍ଲକ ଅଧ୍ୟକ୍ଷ ପଦ ଫେରି ଫାଇଲେ ବିନ୍ଦୁ ମହାନନ୍ଦ

masiha

Leave a Comment

error: Content is protected !!