ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଜୁନାଗଡ଼ ରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଜୁନାଗଡ଼ ରେ ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ 

ଜୁନାଗଡ଼ ୨୬/୧୨ ( ମନୀସ) ଜୁନାଗଡ଼ ସ୍ଥିତ ସଂସ୍କୃତି ଭବନ ଠାରେ ଆଜି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି ।ବିଜେଡି ବ୍ଲକ ସଭାପତି ପ୍ରମୋଦ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେଡିର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ସମ୍ପର୍କରେ ଉପସ୍ଥିତ କର୍ମୀ ଏବଂ ଯୁବ ନେତା ମାନଙ୍କୁ ମାର୍ଗଦର୍ଶନ କରିଥିଲେ ।ଏଥିରେ ସମ୍ମାନିତ ଅତିଥି ଭାବେ ବିଜେଡି ଜିଲ୍ଲା ଉପ ସଭାପତି ପ୍ରଦୀପ ମୁଣ୍ଡ ,ସାରଦା ସ୍ୱାଇଁ ,ଜିଲ୍ଲା ଏ ସ ସି ସେଲ ସଭାପତି ପ୍ରଶାନ୍ତ ନ।ଏକ ,ଜୁନାଗଡ଼ ବ୍ଲକ ଅଧକ୍ଷା ସବିତା ମେହେର ,ଜିଲ୍ଲା ପରିଷଦ ଉପ ସଭାପତି ସୁଧିରା ମେହେର , ବି ସି ସି ବ୍ୟାଙ୍କ ସଭାପତି ଗିରିଶ ଚନ୍ଦ୍ର ବେହେରା ,ଏ ନ ଏ ସି ଭାର ପ୍ରାପ୍ତ ଅଧକ୍ଷ। ହିମାନ୍ଦ୍ରୀ ନ।ଏକ , ପୂର୍ବତ ନ ବିଧାୟକ ଗୋବର୍ଦ୍ଧନ ଦାସ ,ସରପଞ୍ଚ ସଂଘ ସଭାପତି ତାରା ଶଙ୍କର ରାୟଗୁରୁ ,ପୂର୍ବତନ ନଗରପାଳ ମହେଶ ସାହୁ ଏବଂ ଜିଲ୍ଲା କମିଟି ସଦସ୍ୟ ସାମନ୍ତ ଖମାରି ଓ ଟାଉନ ସଭାପତି ସତୀଶ ପ୍ରଧାନ ପ୍ରମୁଖ ଯୋଗଦାନ କରି ଦୀର୍ଘ ୨୪ ବର୍ଷର ବିଜେଡି ସରକାରଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ନିଜ ନିଜ ମତ ରଖିଥିଲେ । ଏଥିସହ ବିଜେପି ସରକାର ଲୋକଙ୍କୁ ମିଛପ୍ରତିଶ୍ରୁତି ଦେଇ ଭୋଟ ହାତେଇ ଛି, ଏଣୁ ଲୋକେ ବର୍ତ୍ତମାନ ଦରଦାମ ବୃଦ୍ଧି ନେଇ ବ୍ୟତିବ୍ୟସ୍ତ ହୋଇ ଗଲେଣି ,ସାଧାରଣ ଜନତା ଏହାର ଉଚିତ ଜବାବ ଦେବେ ବୋଲି ଉପସ୍ଥିତ ନେତୃ ବୃନ୍ଦ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଅନେକ ବିଜେଡି କର୍ମୀ ଏବଂ ମହିଳାମାନେ ଉପସ୍ଥିତ ରହି ଥିଲେ । କାର୍ଯ୍ୟକ୍ରମ ଶେଷରେ ମହେଶ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପିର ନ୍ୟାୟ ଓ ପରିବର୍ତ୍ତନ ଯାତ୍ରା

masiha

ମୁଖ୍ୟମନ୍ତ୍ରୀ ଗସ୍ତ ପୂର୍ବ ରୁ ଜିଲ୍ଲା କଂଗ୍ରେସ ସଭାପତି ସହ ଉପସଭାପତି ଅଜିତ ପୁରୋହିତ ଥାନା ରେ ଅଟକ 

Sunil Chandra Nayak

ଗୋଲାମୁଣ୍ଡା ମଣ୍ଡି ଠାରେ ମଣ୍ଡଳ ବିଜେପି ର ପ୍ରବାସ କାର୍ଯ୍ୟକ୍ରମ ଓ ସାଙ୍ଗଠନିକ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!