ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ସମାରୋହ 

ବ୍ଲକ ବିଜେଡି ପକ୍ଷରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କ ୧୦୮ତମ ଜୟନ୍ତୀ ସମାରୋହ 

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୮ତମ ଜନ୍ମଜୟନ୍ତୀ ସମାରୋହ ଲାଞ୍ଜିଗଡ଼ ବ୍ଳକ ମୁଖ୍ୟାଳୟ ବିଶ୍ୱନାଥପୁରଠାରେ ବ୍ଳକ ବିଜେଡି ସଭାପତି ହିମାଦ୍ରୀ ପେସନିଆଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ କଳାହାଣ୍ଡି ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ବିଧାୟକ ପ୍ରତିନିଧି ପ୍ରଦୀପ ଘଡେଇ, ଜିଲ୍ଲା ପରିଷଦ ସଦସ୍ୟା ଅଞ୍ଜଳି ମାଝୀ, ପରୀକ୍ଷିତ ନାଏକ, ବ୍ଳକ ବିଜେଡ଼ି ସଭାନେତ୍ରୀ ସୁନିତା ଘଡେ଼ଇ, ବିଜେଡ଼ିର ବରିଷ୍ଠ କର୍ମୀ ହରିଶଙ୍କର ବୁଦ୍ଧିଆ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପାତ୍ର ମାଝୀ, ଲାଞ୍ଜିଗଡ଼ ବ୍ଳକ ଜୋନ୍ ସଭାପତି ଚନ୍ଦ୍ର ଶେଖର ମହାପାତ୍ର, ଲୋକନାଥ ମାଝୀ, ଲାଞ୍ଜିଗଡ଼ ବ୍ଳକ ମିଡ଼ିଆ ସେଲ ସଭାପତି ଏମ୍.ଚନ୍ଦ୍ର ଶେଖର, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଟଙ୍କଧର ମାଝୀ, ସେନାପତି ନାଏକ, ବ୍ଳକ ସରପଞ୍ଚ ସଂଘ ସଭାପତି ସାନ୍ଦ୍ରୁ ମାଝୀ, ଲାଞ୍ଜିଗଡ଼ ବ୍ଳକ ବିଜେଡ଼ି ଏସସି ସେଲ ସଭାପତି ବୈଦ୍ୟନାଥ ନାଏକ, ଲାଞ୍ଜିଗଡ଼ ବ୍ଳକ ପୂର୍ବତନ ଉପାଧ୍ୟକ୍ଷା ତୁଳସୀ ନାଏକ, ବ୍ଳକ ବିଜେଡ଼ି ଯୁବ ସଭାପତି ଡିଲେଶ ନାଗ, ଲାଞ୍ଜିଗଡ଼ ସରପଞ୍ଚ ସରସ୍ୱତୀ ମୁଣ୍ଡା, ଲାଞ୍ଜି ପଞ୍ଚାୟତ ସରପଞ୍ଚ ଯମୁନା ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଲାଞ୍ଜିଗଡ଼ ବ୍ଳକ ସମିତି ସଭ୍ୟ ସଂଘ ସଭାପତି ଜଗଦୀଶ ବେନିଆଁ ପରିଚାଳନା କରିଥିବା ବେଳେ ବ୍ଳକର ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜେଡି ପଞ୍ଚାୟତ ସଭାପତିଙ୍କ ସମେତ ବହୁ ସଂଖ୍ୟକ ବିଜେଡି କର୍ମକର୍ତ୍ତା ଉପସ୍ଥିତ ଥିଲେ। ଶେଷରେ ବ୍ଳକ ସଭାପତି ଶ୍ରୀ ପେସନିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ସନ୍ତୋଷ କୁମାର ତୁଳ ଙ୍କ ରିପୋର୍ଟ୍ 

Related posts

ବିଜୁ ଯୁବ ଛାତ୍ର ଜନତା ଦଳର ଡିଜିଟାଲ କର୍ମଶାଳା

Sunil Chandra Nayak

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

masiha

ପ୍ରଧାନ ମନ୍ତ୍ରୀ ଆବାସ ତାଲିକା ରେ ଅନିୟମିତତା ନେଇ ଭାରତୀୟ ଜନତା ପାର୍ଟି ର ବ୍ଲକ ଘେରାଉ

Sunil Chandra Nayak

Leave a Comment

error: Content is protected !!