ଓଡିଶା ର ବରପୁତ୍ର ତଥା ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ ପ୍ରଶାନ୍ତ ଙ୍କ ଜନନୀ ସମ୍ପର୍କ ଅଭିଯାନ “ମା ଙ୍କୁ ସମ୍ମାନ ଗାଁ କୁ କାମ “
ରାଉରକେଲା : ଓଡିଶା ର ବରପୁତ୍ର ତଥା ଓଡିଶା ର ଜନନାୟକ ସ୍ବର୍ଗତ ବିଜୁ ପଟ୍ଟନାୟକ ଙ୍କ ଜନ୍ମ ଜୟନ୍ତୀ ଅବସରରେ “ମା ଙ୍କୁ ସମ୍ମାନ ଗାଁ କୁ କାମ”ଏହାକୁ ଆଧାର କରି ନବମ ପର୍ଯ୍ୟାୟ ଜନନୀ ସମ୍ପର୍କ ଅଭିଯାନ ର ସଚେତନତା କାର୍ଯ୍ୟକ୍ରମ ର ରଘୁନାଥପଲ୍ଲୀ ନିର୍ବାଚନ ମଣ୍ଡଳୀ ସେକ୍ଟର -୮ ଅଞ୍ଚଳ ର ମା ଭଉଣୀ ମାନଙ୍କୁ ନେଇ ଅନୁଷ୍ଠିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମ ରେ ଶତାଧିକ ମହିଳା ଯୋଗଦେବା ସହିତ ପ୍ରାକ୍ତନ ବିଧାୟକ ପ୍ରାର୍ଥୀ ତଥା ସମାଜସେବୀ ପ୍ରଶାନ୍ତ ସେଠୀ ଅତିଥି ଭାବରେ ଯୋଗଦେଇଥିଲେ | ଏହି କାର୍ଯ୍ୟକ୍ରମ ର ମୂଳଲକ୍ଷ୍ୟ ମା ଭଉଣୀ ମାନଙ୍କୁ ସଚେତନତା କରିବା ସହିତ ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା, ଯାହାଫଳରେ ମା ଭଉଣୀ ମାନଙ୍କ ର ଥିବା ନିଜ ନିଜର ବିଭିନ୍ନ ସାମାଜିକ ଏବଂ ବ୍ୟକ୍ତିଗତ ସମସ୍ୟା କୁ ସମାଧାନ କରିପାରିବେ | ସରକାର ଙ୍କ ର ଥିବା ବିଭିନ୍ନ ଯୋଜନା ରେ ମା ଭଉଣୀ ଏବଂ ଜନସାଧାରଣ କିପରି ଉପକୃତ ହୋଇପାରିବେ ସେ ବାବଦରେ ଆଲୋଚନା କରିଥିଲେ | ସରକାର ଙ୍କ ର ଥିବା ଯୋଜନା ଭିତରେ ମା ଭଉଣୀ କିପରି ସ୍ୱାବଲମ୍ବୀ ହୋଇପାରିବେ ସେ ବାବଦରେ ମଧ୍ୟ ମା ଭଉଣୀ ମାନଙ୍କୁ ଶ୍ରୀ ସେଠୀ ଅବଗତ କରାଇଥିଲେ | ଏହି କାର୍ଯ୍ୟକ୍ରମ କୁ ସରିତା ମାଛଖଣ୍ଡ, ବନଲତା ଭୋଲ, ଯୋସ୍ନାରାଣୀ ସାହୁ,ସାବିତ୍ରୀ ନାୟକ ମମତା ସାହୁ,ଅନ୍ନପୂର୍ଣ୍ଣା ନାୟକ, ଅଞ୍ଜଳି ନାୟକ,ସୁପ୍ରଭା ଗୁରୁଙ୍ଗ,ସସ୍ମିତା ସାମଲ, ନିବେଦିତା ପାତ୍ର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ |