ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ

ବି.ବି. ହାଇସ୍କୁଲ,ଢେଙ୍କାନାଳରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ 

ଶତାୟୁ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ପ୍ରାତଃ ୦୭ ଘଟିକା ସମୟରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ -୨୦୨୪ ପଞ୍ଚାୟତିରାଜ ତଥା ଲୋକସେବା ଦିବସ ଭାବରେ ପାଳିତ ହୋଇଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳଙ୍କ ଅବାହକତ୍ବରେ ଓ ମାର୍ଗଦର୍ଶନରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ରଙ୍କ ସଭାପତିତ୍ବରେ ବରିଷ୍ଠ ଶିକ୍ଷକ ତଥା ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଡ଼ା.ଦେବୀ ପ୍ରସାଦ ମିଶ୍ର ମୁଖ୍ୟଅତିଥି ଭାବରେ ଯୋଗଦାନ କରି ଏ ମାଟିର ବରପୁତ୍ର,’ଝଡ଼ର ଇଗଲ’, ’କଳିଙ୍ଗ ବୀର’,ନବ ଓଡ଼ିଶାର ପ୍ରମୁଖ ବିନ୍ଧାଣୀ,ଆଜନ୍ମ ସାହାସୀ, ଉତ୍ତୁଙ୍ଗ ବ୍ୟକ୍ତିତ୍ୱର ଅଧିକାରୀ,ମହାନ୍ ଜନନାୟକ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ଉତ୍ସବ, ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳନର ଆବଶ୍ୟକତା,ଉଦ୍ଦେଶ୍ୟ, ଯଥାର୍ଥତା,ଆଭିମୁଖ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ତାଙ୍କର ଜୀବନୀର ଆଲୋଚନା ଓ ଓଡ଼ିଶାର ଵୀରପୁରୁଷ ମାନଙ୍କ ଆତ୍ମ ବଳିଦାନର ସ୍ମୃତି ଚାରଣ ହିଁ ଓଡ଼ିଶାର ଅସ୍ମିତା ରକ୍ଷାର ପ୍ରଥମ ସୋପାନ ବୋଲି ଦୃଢ଼ ମତପୋଷଣ କରି ସମସ୍ତେ ଏଥିପାଇଁ ସମ୍ମିଳିତ ଉଦ୍ୟମ ଜାରି ରଖିବାକୁ ଦୃଢ଼ ଆହ୍ୱାନ ଜଣାଇଥିଲେ । ସେ ବିଜୁ ପଟ୍ଟନାୟକ ଙ୍କ ସମ୍ପର୍କରେ ଚାରୋଟି ଏକପଦୀ କବିତା ପାଠ କରିଥିଲେ । ଏହି ଉତ୍ସବରେ ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସଭାପତିତ୍ୱ କରିଥିଲେ। ବିଦ୍ୟାଳୟର ବିଭିନ୍ନ ଶ୍ରେଣୀର ଅନେକ ଛାତ୍ରୀ,ଛାତ୍ର ସ୍ଵୀୟ ବକ୍ତବ୍ୟରେ ସାହାସୀ,ସ୍ୱାଭିମାନୀ,ଦୂରଦ୍ରଷ୍ଟା ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ,ପଞ୍ଚାୟତିରାଜ ତଥା ଲୋକସେବା ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସମ୍ୟକ ସୂଚନା ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦେଶମାତୃକାର ସର୍ବାଙ୍ଗୀନ ବିକାଶରେ ସହଭାଗୀ ହେବାପାଇଁ ସମସ୍ତେ ଆଗେଇ ଆସିବାକୁ ଦୃଢ଼ ଆହ୍ୱାନ ଦେଇଥିଲେ।ସଭାପତି ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର ସ୍ଵୀୟ ସଭାପତିଙ୍କ ଅଭିଭାଷଣରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ନେତୃତ୍ୱ ଓ ବଳିଦାନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଦୃଢ଼ ଆଶା ପୋଷଣ କରିଥିଲେ । ପ୍ରାରମ୍ଭରେ ବିଜୁ ପଟ୍ଟନାୟକଙ୍କ ଫଟୋ ଚିତ୍ରରେ ବିଦ୍ୟାଳୟରେ ଅବସ୍ଥାପିତ ଜଗନ୍ନାଥ,ଗଣେଶ,ସରସ୍ୱତୀ,ପଞ୍ଚସଖା,ବ୍ରଜନାଥ ବଡ଼ଜେନା, ନୃସିଂହ କାନୁନଗୋ,ଉତ୍କଳ ଗୌରବ ମଧୁସୂଦନ ଦାସ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ,ଧୂପ ଦୀପ ଅର୍ପଣ କରାଯିବା ସହ ମଙ୍ଗଳାଚରଣ ଗାନ, ଶାନ୍ତି ପାଠ,ସମ୍ମିଳିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରା ଯାଇଥିଲା। ପରିଶେଷରେ ବିଦ୍ୟାଳୟର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ ଓ ଶିକ୍ଷକ ମାନଙ୍କ ମିଳିତ ମାର୍ଗଦର୍ଶନରେ ସୁରଜ ବାହାଦୁରଙ୍କ ଦ୍ଵାରା ଦୁଃସାହସିକ ସ୍କେଟିଂ ପ୍ରଦର୍ଶନ ଓ ବର୍ଣ୍ଣାଢ଼୍ୟ ସାଂସ୍କୃତିକ ଵିଚିତ୍ରା କାର୍ଯ୍ୟକ୍ରମ ପ୍ରଦର୍ଶନ ସମସ୍ତଙ୍କ ଦ୍ୱାରା ବେଶ ଶିକ୍ଷଣୀୟ,ଉପଭୋଗ୍ୟ ଓ ଆନନ୍ଦଦାୟକ ହୋଇପାରିଥିଲା। ଏତଦବ୍ୟତୀତ ବିଦ୍ୟାଳୟର ଦାୟିତ୍ୱରେ ଥିବା ହିନ୍ଦୀ ଶିକ୍ଷକ କିଶୋର ଚନ୍ଦ୍ର ସାମଲ,ସୁଚିତ୍ରା ସାହୁ,କିରଣମୟୀ ମାହାଳିକ,ସମସ୍ତ ପାଚିକା ବୃନ୍ଦ,ବିଦ୍ୟାଳୟର ପରିଚାଳନା କମିଟିର ସମସ୍ତ ସଭ୍ୟ ମାନଙ୍କର ଓ ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନଙ୍କ ମିଳିତ ସହଯୋଗରେ ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାର ଅବସରରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଉପସ୍ଥିତ ସମସ୍ତ ଛାତ୍ରୀ,ଛାତ୍ରମାନଙ୍କୁ ରନ୍ଧନ ଖାଦ୍ୟ ପରିବେଷଣ କରାଯାଇଥିଲା ଓ ସମସ୍ତେ ତାହାକୁ ଆନନ୍ଦରେ ଗ୍ରହଣ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ,ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ସାହୁ,ଉପସଭାପତି ସୁପ୍ରଭା ସ୍ୱାଇଁ,ସଦସ୍ୟା ଝରଣା ପାତ୍ର,ମୀନା ନାଏକ,ସୀମା ରାଣୀ ସାହୁ,ପ୍ରଭାସିନୀ ସାହୁ, ବିଜୟଲକ୍ଷ୍ମୀ ଜେନା,ଲକ୍ଷ୍ମୀକାନ୍ତ ଜେନା,ଦିଲାବର ହୁସେନ, ବିରଞ୍ଚି ନାଏକ,ବରିଷ୍ଠ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର,ବରିଷ୍ଠ ଶିକ୍ଷକ ଧ୍ୟାନଚାନ୍ଦ ମିଶ୍ର,ସୁନିତାବାଳା ଷଡ଼ଙ୍ଗୀ,ସ୍ୱାଗତିକା ରଥ, ସୁଜାତା ପଣ୍ଡା,ସୁଚିତ୍ରା ସାହୁ,ଅନୁପମା ପଣ୍ଡା,ଡ଼ଃ ଅନୁପମା ମିଶ୍ର,କିଶୋର ଚନ୍ଦ୍ର ସାମଲ,କିରଣମୟୀ ମାହାଳିକ,ଦିପ୍ତୀଶ କୁମାର ଶତପଥୀ,କଲ୍ୟାଣୀ ବଡ଼ଜେନା,କିରଣ କଣ୍ଟା, ଭୂପେନ୍ଦ୍ର ସିଂ ମାଝୀ,ସପର୍ଯ୍ୟା ଶୁଭଶ୍ରୀ ମିଶ୍ର,ଅନୁପମା ପଣ୍ଡା, କ୍ଷୀରାବଧିତନୟା ମହାପାତ୍ର,ସ୍ମିତିସୁଧା ଜେନା,ସ୍ମିତା ପଟ୍ଟନାୟକ,ଅନିତା ସାହୁ,ଶୁଭଶ୍ରୀ ଦେବସ୍ମିତା ରାଉତ,ସୁଜିତ କୁମାର ବାରା,ପ୍ରଫୁଲ୍ଲ କୁମାର ବିଶ୍ବାଳ,ବାସୁଦେବ ରଣା,ମମତା ବେହେରା,ରୁଦ୍ରାକ୍ଷ ଗଡନାୟକ,ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।ଶତାୟୁ,ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ,ଢେଙ୍କାନାଳର ସାଂସ୍କୃତିକ ବିଭାଗ ଦାୟିତ୍ୱରେ ଥିବା ବରିଷ୍ଠ ସଂସ୍କୃତ ଶିକ୍ଷୟିତ୍ରୀ ମିଶ୍ର ଆଜିର ସମସ୍ତ କାର୍ଯ୍ୟକ୍ରମର ସାମଗ୍ରିକ ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

masiha

ରାଇଘର ବ୍ଲକ ସ୍ତରୀୟ ଜିଲ୍ଲାପାଳ ଙ୍କ ଯୁଗ୍ମ ଜନଶୁଣାଣି ଶିବିର

Sunil Chandra Nayak

୨୨ ବର୍ଷରେ ଚିଲିଗୁଡା ଦୁର୍ଗା ପୂଜା 

masiha

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort