ପାଟଣାଗଡ଼ ରେ ବ୍ଳକ ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦୀବସ ପାଳିତ
ପାଟଣାଗଡ଼ ଆଜି ପ୍ରବାଦ ପୁରୁଷ ବିଜୁଙ୍କ ୧୦୮ ତମ ଜନ୍ମ ଜୟନ୍ତି ପାଳନ ଅବସରରେ ପଞ୍ଚାୟତ ରାଜ ଓ ଲୋକସେବା ଦୀବସ ପାଟଣାଗଡ ବ୍ଳକ ପ୍ରଶାସନ ପକ୍ଷରୁ ପାଳିତ ହୋଇଯାଇଛି । ବ୍ଳକ ଉପାଧ୍ୟକ୍ଷ ଲକ୍ଷ୍ମୀ ମାଝୀ ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସରପଞ୍ଚ ସଂଘ ସଭାପତି ଜନାର୍ଦ୍ଦନ ସିଂ ସାହୁ ମୂ୍ଖ୍ୟ ଅତିଥି , ପାଟଣେଶ୍ଵରୀ ମହିଲା ମହାବିଦ୍ୟାଳୟ ର ଅଧ୍ୟକ୍ଷ ଅମିତାଭ ଠାକୁର ମୂଖ୍ୟ ବକ୍ତା , ବିଡିଓ ସୁମନ୍ତ ମିଞ୍ଜ ,ଜିପିଇଓ ନୀଳକାନ୍ତ କାଲସାଏ ପ୍ରମୂଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ପ୍ରଥମେ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ପ୍ରତୀଛବିରେ ଦୀପ ପ୍ରଜ୍ଜଳନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା ।
୧୯୧୬ ମସିହା ମାର୍ଚ୍ଚ ୫ ଅର୍ଥାତ୍ ଆଜିର ଦିନରେ କଟକରେ ଜନ୍ମ ଗ୍ରହଣ କରିଥିଲେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟାନନ୍ଦ ପଟ୍ଟନାୟକ । ଆଜି ବିଜୁ ପଟ୍ଟନାୟକଙ୍କର ୧୦୮ତମ ଜନ୍ମ ଜୟନ୍ତୀ। ୧୯୬୧ ମସିହାରୁ ୧୯୬୩ ଯାଏଁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ପରେ ୧୯୯୦ରୁ ୧୯୯୫ ପର୍ଯ୍ୟନ୍ତ ପୁଣି ମୁଖ୍ୟମନ୍ତ୍ରୀ ବନିଥିଲେ କେନ୍ଦ୍ରରେ କେଇଲା ମନ୍ତ୍ରୀ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ବିଜୁ ପଟ୍ଟନାୟକ।ଜଣେ ନିର୍ଭିକ ପାଇଲଟ ଭାବେ ମଧ୍ୟ ଥିଲା ତାଙ୍କର ସୁଖ୍ୟାତି। ତାଙ୍କୁ ଭୂମିପୁତ୍ର ଉପାଧିରେ ଭୂଷିତ କରିଥିଲା ଇଣ୍ଡୋନେସିଆ । ଓଡ଼ିଶାରେ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ କରିବାରେ ସେ ଥିଲେ ସୂତ୍ରଧର । ଆଜିର ଦିନକୁ ଓଡ଼ିଶାରେ ପଞ୍ଚାୟତ ରାଜ ଦିବସ ଭାବେ ପାଳିତ ହୋଇଛି । ଗ୍ରାମାଞ୍ଚଳରେ ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ପ୍ରମୁଖ ମାଧ୍ୟମ ସାଜିଛି ପଞ୍ଚାୟତିରାଜ ବ୍ୟବସ୍ଥା। ୧୯୫୯, ଅକ୍ଟୋବର ୨ ରେ ପ୍ରଥମେ ରାଜସ୍ଥାନରେ ପଞ୍ଚାୟତିରାଜ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ତେବେ ୧୯୯୨ରେ ସମ୍ବିଧାନର ୭୩ତମ ସଂଶୋଧନରେ ଏହାକୁ ସାମିଲ କରାଯାଇଥିଲା। ସେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ ବିଜୁ ପଟ୍ଟନାୟକ। ଗାଁ ର ବିକାଶକୁ ବିଜୁବାବୁ ସବୁବେଳେ ଅଗ୍ରାଧିକାର ଦେଉଥିଲେ। କ୍ଷମତା ବିକେନ୍ଦ୍ରୀକରଣ ଦ୍ଵାରା ସୁଶାସନ ପ୍ରତିଷ୍ଠା ସମ୍ଭବ ବୋଲି ବୁଝିଥିଲେ ବିଜୁବାବୁ। ଓଡ଼ିଶାର ୧୩ ଜିଲ୍ଲାକୁ ବିଭାଜନ କରି ୩୦ ଜିଲ୍ଲା କରିବା ପାଇଁ ପଦକ୍ଷେପ ନେଇଥିଲେ ବିଜୁ ପଟ୍ଟନାୟକ।ଗାଁର ବିକାଶରେ ରାଜ୍ୟର ବିକାଶ। ଏକଥାକୁ ବୁଝିଥିଲେ ବିଜୁବାବୁ। ଯେପର୍ଯ୍ୟନ୍ତ ପଞ୍ଚାୟତଗୁଡିକୁ ଆର୍ଥିକ କ୍ଷମତା ପ୍ରଦାନ କରା ନ ଯିବ, ସେପର୍ଯ୍ୟନ୍ତ ପଞ୍ଚାୟତିରାଜ ବ୍ୟବସ୍ଥାର ଲକ୍ଷ୍ୟ ପୂରଣ ହୋଇପାରିବନି। ବ୍ୟବସ୍ଥାରେ ମହିଳାଙ୍କ ଯୋଗଦାନକୁ ଗୁରୁତ୍ୱ ଦେଉଥିଲେ ବିଜୁବାବୁ। ୩୩ ପ୍ରତିଶତ ସ୍ଥାନ ମହିଳାଙ୍କ ପାଇଁ ସଂରକ୍ଷଣ କରିବାକୁ ସେ ସମୟରେ ଐତିହାସିକ ନିଷ୍ପତ୍ତି ନେଇଥିଲେ ବିଜୁ। ପ୍ରଥମ ଥର ପାଇଁ ୨୮ହଜାରରୁ ଅଧିକ ମହିଳା ତ୍ରିସ୍ତରୀୟ ବ୍ୟବସ୍ଥାକୁ ନିର୍ବାଚିତ ହୋଇଥିଲେ ବୋଲି ଅତିଥୀମାନେ ତାଙ୍କ ଅଭିଭାଷଣ ରେ କହିଥିଲେ । ଏହି ଅବସର ରେ ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତ ନିଶ୍ଚିତ ଯୋଜନା ରେ ୨ଶହ ଦିନ କାମ ପାଇଥିବାତିନୋଟି ପଞ୍ଚାୟତ ଘସିଏନ ରୁ ଶ୍ରମିକ ଦୁଆନ ବରିହା ,ସୁନାମୁଦୀ ରୁ ରାତ୍ର ଦୀପ ,ଧୂବଲପଡା ଦେବ ଧରୁଆ ଙ୍କୁ ମାନପତ୍ର ଦେଇ ସର୍ମର୍ଦ୍ଧିତ କରାଯାଇଥିବା ବେଳେ ଦିବ୍ୟାଙ୍ଗ ଗିତା ସରାଫ କୁ ହ୍ୱ୍ୟୁଇଲ ଚେୟାର ପ୍ରଦାନ କରାଯାଇଥିଲା ।ଆମ ଓଡ଼ିଶା ନବିନ ଓଡ଼ିଶା କାର୍ଯ୍ୟକ୍ରମ ରେ ବ୍ଳକ ପ୍ରତ୍ୟେକ ପଞ୍ଚାୟତ ର ଉନ୍ନତି କାର୍ଯ୍ୟଗୁଡ଼ିକ ର ନେଟ ଇଂଞ୍ଜଇନିୟର ଷ୍ଟାଭ ଙ୍କ ଦ୍ଵାରା ଡକୋମେଣ୍ଟଟେସନ ପୁସ୍ତିକା କୁ ପ୍ରତ୍ୟେକ ଘରକୁ ପହଞ୍ଚାଇବାକୁ ବିଡିଓ ଶ୍ରୀ ମିଞ୍ଜ ସୂଚନା ଦେଇଥିଲେ । ବ୍ଳକ ର ସମସ୍ତ ପଞ୍ଚାୟତ ର ସରପଞ୍ଚ ,ସମିତି ସଭ୍ୟ ଓ ଜିଲ୍ଲାପରିଷଦ ବିଶେଶ୍ଵରୀ ବରିହା ସଭ୍ୟା ଉପସ୍ଥିତ ଥିଲେ। ବଡ଼ବାବୁ ସରୋଜ ବାବୁ ସଭା ପରାଚଳନା କରିଥିବା ବେଳେ ଜିପିଇଓ ନୀଳକାନ୍ତ କାଲସାଏ ଧନ୍ୟବାଦ ଅର୍ପଣ କରିଥିଲେ ।