ବଲାଙ୍ଗିର,୧୮/୦୧ ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ବ୍ଲକ ଫଣ୍ଡକୁ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ହେଲା କଳାବ୍ୟାଚ୍ ପିନ୍ଧି ବିଧାୟକଙ୍କ ଆଚରଣକୁ ନିନ୍ଦା କରି ପ୍ରତିବାଦ କରାଯାଉଛି I ଏନେଇ ଆଜି ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏହାର ପ୍ରତିବାଦ ସହ ଜିଲ୍ଲାପାଳ ବେଆଇନ ଭାବରେ ବ୍ଲକ ଫଣ୍ଡ କଟିଥିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି I କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗମୁଣ୍ଡା ଓ ମୁରିବାହାଲ ବ୍ଲକକୁ ଜିଲ୍ଲାପାଳ ମନମୁଖୀ ଫଣ୍ଡ ଟ୍ରାନ୍ସଫର କରୁଛନ୍ତି I ପ୍ରତି ବ୍ଲକର ଉନ୍ନତି ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବା ନିୟମ ରହିଛି କିନ୍ତୁ ଜିଲ୍ଲାପାଳ ମନମୂଖୀ କାର୍ଯ୍ୟ କରୁଛନ୍ତି I ଏହି ୩ଟି ବ୍ଲକର ଟଙ୍କା ଅନ୍ୟ ବ୍ଲକକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା I ସେହିପରି 5ଟି ସ୍କୁଲ ଗୁଡିକ ରୂପାୟନ ପାଇଁ ମନଇଚ୍ଛା ଟଙ୍କା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି I ଏହାର ପ୍ରତିବାଦରେ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଶତାଧିକ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଜିଲ୍ଲା ପ୍ରଶାସନ ଜରିଆରେ ଓଡିଶାର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ I
next post