ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାଙ୍କ ସମର୍ଥକଙ୍କ ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର,୧୮/୦୧ ଗତ ୧୨ ତାରିଖରେ ଜିଲ୍ଲା ପରିଷଦ ବୈଠକରେ ବ୍ଲକ ଫଣ୍ଡକୁ ନେଇ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ପ୍ରସଙ୍ଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଦୁଇ ଦିନ ହେଲା କଳାବ୍ୟାଚ୍ ପିନ୍ଧି ବିଧାୟକଙ୍କ ଆଚରଣକୁ ନିନ୍ଦା କରି ପ୍ରତିବାଦ କରାଯାଉଛି I ଏନେଇ ଆଜି ବିଧାୟକ ଓ ତାଙ୍କ ସମର୍ଥକ ମାନେ ଏହାର ପ୍ରତିବାଦ ସହ ଜିଲ୍ଲାପାଳ ବେଆଇନ ଭାବରେ ବ୍ଲକ ଫଣ୍ଡ କଟିଥିବା ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି I କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗମୁଣ୍ଡା ଓ ମୁରିବାହାଲ ବ୍ଲକକୁ ଜିଲ୍ଲାପାଳ ମନମୁଖୀ ଫଣ୍ଡ ଟ୍ରାନ୍ସଫର କରୁଛନ୍ତି I ପ୍ରତି ବ୍ଲକର ଉନ୍ନତି ପାଇଁ ଏକ କୋଟି ଟଙ୍କା ଖର୍ଚ୍ଚ କରାଯିବା ନିୟମ ରହିଛି କିନ୍ତୁ ଜିଲ୍ଲାପାଳ ମନମୂଖୀ କାର୍ଯ୍ୟ କରୁଛନ୍ତି I ଏହି ୩ଟି ବ୍ଲକର ଟଙ୍କା ଅନ୍ୟ ବ୍ଲକକୁ ଟ୍ରାନ୍ସଫର କରିଥିବା ଅଭିଯୋଗ ଆଣିଛନ୍ତି ବିଧାୟକ ସନ୍ତୋଷ ସିଂ ସାଲୁଜା I ସେହିପରି 5ଟି ସ୍କୁଲ ଗୁଡିକ ରୂପାୟନ ପାଇଁ ମନଇଚ୍ଛା ଟଙ୍କା ଦେଉଛନ୍ତି ବୋଲି ଅଭିଯୋଗ କରିଛନ୍ତି I ଏହାର ପ୍ରତିବାଦରେ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ବରେ ଶତାଧିକ ଲୋକେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି I ଜିଲ୍ଲା ପ୍ରଶାସନ ଜରିଆରେ ଓଡିଶାର ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ I

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ବିଜେପିର ପ୍ରଚଣ୍ଡ ବିଜୟରେ ରାଉରକେଲାରେ ବିଜୟ ଉତ୍ସବ

ମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତକୁ ନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

ବିଜେଡି ଛାଡ଼ି କଂଗ୍ରେସ ରେ ମିଶିଲେ ୪ ସମିତି ସଭ୍ୟ/ସଭ୍ୟା

masiha

Leave a Comment

error: Content is protected !!