ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ଆଲୁମିନା କାରଖାନା ର ବିଷାକ୍ତ ପ୍ରଦୂଷଣ ଅଭିଯୋଗ ଘଟଣା ରେ ରାଜସ୍ୱ ଓ ପ୍ରଦ୍ୟୁଷଣ ବିଭାଗ ର ତଦନ୍ତ

ନ୍ୟାୟାଳୟ ଚାପ ରେ ପ୍ରଦୂଷଣ ଓ ରାଜସ୍ୱ ବିଭାଗ ଘଟଣା ସ୍ଥଳରେ ତଦନ୍ତ ର ଅଭିନୟ । ସେପଟେ ତଦନ୍ତ ସମୟ ରେ ଦିଗହରା କରିବାକୁ ପ୍ରଦ୍ୟୁଷଣ ନିର୍ଗତ ମେସିନ ସବୁ ଉତ୍କଳ ଆଲୁମିନା ପକ୍ଷରୁ ବନ୍ଦ କରିଥିବା ସାଧାରଣ ରେ ଅଭିଯୋଗ

କାଶୀପୁର,୧୮/୧(ମ ନି ସ) ରାୟଗଡା ଜିଲ୍ଲା ଦୋରାଗୁଡା ସ୍ଥିତ ଉତ୍କଳ ଆଲୁମିନା କାରଖାନା ରୁ ନିର୍ଗତ ବିଷାକ୍ତ ପରିବେଶ ବର୍ତ୍ତମାନ ସଂଗଲଘ୍ନ ଜନବସତି ପାଇଁ ମରଣଯନ୍ତା ସାଜିଛି । ଏକାଧିକ ଅଭିଯୋଗ ରେ ପ୍ରଶାସନ ନିରବଦ୍ରଷ୍ଟା ସେପଟେ ଉଚ୍ଚ ନ୍ୟାୟାଳୟ ର ନିର୍ଦେଶ ପରେ ଉତ୍କଳ ଆଲୁମିନା ପରିସର ପୁଣି ପ୍ରଭାବିତ ଗାଁ ରେ ପହଞ୍ଚି ଦ୍ଵିତୀୟ ଥର ପାଇଁ ମଙ୍ଗଳବାର ପ୍ରଶାସନ ଆଉ ପରିବେଶ ବିଭାଗ ପକ୍ଷରୁ ତଦନ୍ତ ଆରମ୍ଭ କରିଛନ୍ତି । ହେଲେ ତଦନ୍ତ ସମୟରେ କାରଖାନା ରୁ ପ୍ରଦ୍ୟୁଷଣ ନିର୍ଗତ ମିଲ ଓ ମସିନେରୀ ସବୁ ବନ୍ଦ । ଏଭଳି ସ୍ଥିତିରେ ନ୍ୟାୟାଳୟ ର ତଦନ୍ତ କୁ ଦିଗହରା ର ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଜନସାଧାରଣ । ସୂଚନା ପ୍ରକାରେ ଏକ ଦଶନ୍ଧି ରୁ ଉର୍ଦ୍ଧ ହେବ କାଶୀପୁର ତହସିଲ ଅନ୍ତର୍ଗତ ଡିମୁଣ୍ଡି ଓ ଡମ୍ବ କରଳ ମୌଜାର ଆଦିବାସୀ ଓ ହରିଜନ ବହୁଳ ସମ୍ପ୍ରଦାୟର ଜମିରେ ଉପରେ ଗଡି ଉଠିଛି ଉତ୍କଳ ଆଲୁମିନା କାରଖାନା । ସୂତ୍ର ଖବର ଅନୁଯାୟୀ ବିର୍ଲା ଗ୍ରୁପ ଅଫ କମ୍ପାନୀ ର ଲାଭ ଯୁକ୍ତ ଅନ୍ୟ କାରଖାନା ମଧ୍ୟରୁ ଉତ୍କଳ ଆଲୁମିନା ଶ୍ରେଷ୍ଟ ରେ ରହିଛି । ସେହିପରି ଲାଭାଂଶ ର ଉନ୍ନୟନ ପାଣ୍ଠି କୁ ଅଞ୍ଚଳର ଜନସାଧାରଣ ଙ୍କର ମୌଳିକ ବିକାଶ ରେ କମ ଖର୍ଚ୍ଚ କରି ରାଜଧାନୀ ଓ ଜିଲ୍ଲା ସଦର ମହକୁମା ର କାନ୍ଥ ବାଡ଼ରେ ଚିତ୍ର ଆଙ୍କିବା ରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ଦୃଷ୍ଟାନ୍ତ ରହିଛି । କିନ୍ତୁ ଅବହେଳିତ ସମ୍ପ୍ରଦାୟର ର ମାଟିରେ କାରଖାନା ପ୍ରତିଷ୍ଠା କରି ନିଜର ଲାଭ କୁ ଶୀର୍ଷ ରେ ରଖି ଉତ୍କଳ କାରଖାନା ର ଜମିହରା ଓ ଭୂମିହିଁନ ମାନଙ୍କର ର ସୁରକ୍ଷା ଧନ , ଜୀବନ କଥା ସମ୍ପୂର୍ଣ୍ଣ ଭୁଲିଯାଇଛି । ଫଳରେ ନଦୀ ରେ ଦୁଷିତ ରାସାୟନିକ ପଦାର୍ଥ ଛାଡୁଥିବା ବେଳେ ନଳକୂପ ରେ ତେଲିଆ ପାଣି ଲୋକଙ୍କୁ ବ୍ୟବହାର କରିବାକୁ ପଡ଼ୁଛି । ସେହିପରି ଚିମିନି ଧୂଆଁ ଓ ୧୦ କିଲୋମିଟର ରୁ ଉର୍ଦ୍ଧ୍ଵ କନଭେଏର ବେଲ୍ଟ ଦ୍ୱାରା ନିର୍ଗତ ଧୂଳି ରେ ଅଞ୍ଚଳରେ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଇ ଜୀବନ କାଟୁଥିବା ଅଭିଯୋଗ ହେଉଛି । ପୁଣି କାରଖାନା ର ରୋଡ଼ ମିଲ କମ୍ପନ ରେ ଡିମୁଣ୍ଡି ଗାଁ ର ଶତାଧିକ ବାସ ଗୃହ ର କାଁଥ ସବୁ ଫାଟି ଆଁ ହେଇଗଲାଣି । ଏଭଳି ଦଶ ବର୍ଷ ର ଅଭିଯୋଗ ନେଇ ସ୍ଥାନୀୟ ବାସୀ ବାର ଦୁଆର ହେଉଥିବା ବେଳେ ଶେଷ ରେ ଉଚ୍ଚ ନ୍ୟାୟାଳୟ ଦ୍ୱାରାସ୍ତ ହେଇଥିଲେ । ଉକ୍ତ ଘଟଣା ର ସଂଜ୍ଞାନ କୁ ନେଇ ତଳଦିନରେ ରାଜସ୍ୱ କମିଶନର ବ୍ରହ୍ମପୁର ଙ୍କୁ ପ୍ରକୃତ ତଥ୍ୟ ପ୍ରଦାନ ନିମନ୍ତେ ନ୍ୟାୟାଳୟ ନିର୍ଦେଶ ଦେଇଥିବା ଜଣାପଡିଛି । ପ୍ରକାଶ ଥାଉକି ଗତ ଡିସେମ୍ବର ୩୧ ତାରିଖରେ ପ୍ରଥମ ଥର ପାଇଁ ଅଭିଯୋଗ ଯୁକ୍ତ ପ୍ରଭାବିତ ଗ୍ରାମ ମଧ୍ୟରୁ ଲଛୁଗୁଡା ଗାଁ ରେ ତଦନ୍ତ ପାଇଁ ରାଜ୍ୟ ପ୍ରଦ୍ୟୁଷଣ ବୋର୍ଡ ଅଧିକାରୀ ହେମନ୍ତ କୁମାର ବେହେରା ସମେତ ରାୟଗଡା-ଉପ ଜିଲ୍ଲାପାଳ ଭୀମ ସେନ ଶବର ,କାଶୀପୁର ତହସିଲଦାର ଶରତ ଶବର ଏବଂ ସୁରକ୍ଷା ଦାଇତ୍ୱ ରେ ଦୋରାଗୁଡା ଥାନା ଅଧିକାରୀ ଦେବ ମଲ୍ଲିକ ଏବଂ ତାଙ୍କ ଟିମ ଘଟଣା ସ୍ଥଲରେ ପହଞ୍ଚି ପ୍ରାଥମିକ ତଦନ୍ତ ର ସବିଶେଷ ତଥ୍ୟ ସଂଗ୍ରହ କରିଥିବା ବେଳେ ପୁନର୍ବାର ଚଳିତ ମାସ ମଙ୍ଗଳବାର ଦିନ ଉପରକ୍ତ ଅଧିକାରୀ ସମେତ କାଶୀପୁର ବିଡ଼ିଓ ମନିଶା ଦାସ , କନିଷ୍ଟ ଯନ୍ତ୍ରୀ ଗୌରାଙ୍ଗ ପରିଡା ,ହାଡ଼ିଗୁଡା ସରପଞ୍ଚ ଓ ନାଏବ ସରପଞ୍ଚ ଉପସ୍ଥିତିରେ ଅନ୍ୟ ପ୍ରଭାବିତ ଗ୍ରାମ ମଧ୍ୟରୁ ଡମ୍ବ କରଳ ଏବଂ ଡିମୁଣ୍ଡି ଗ୍ରାମ ରେ ପହଞ୍ଚି ତଦନ୍ତ ଆରମ୍ବ କରିଥିବା ଦେଖିବାକୁ ମିଳିଛି । ହେଲେ ତଦନ୍ତ ସମୟରେ ରୋଡ଼ ମିଲ , ସହିତ ଅନ୍ୟ ପ୍ରଦ୍ୟୁଷଣ ନିର୍ଗତ ହେଉଥିବା ମେସିନେରୀ ଯନ୍ତ୍ରାଙ୍ଗସ ସବୁ କୁ ମନ୍ଦ ଉଦେଶ୍ୟ ରଖି ବନ୍ଦ କରିଥିବା ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ହେଲେ ବର୍ତ୍ତମାନ ପ୍ରଶ୍ନ ହେଉଛି ଅନେକ ବର୍ଷ ର ସାଙ୍ଘାତିକ ଅଭିଯୋଗ କୁ ହେଉଥିବା ତଦନ୍ତ ରେ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହେଇପାରିବ କି ନାହିଁ ଦେଖିବାକୁ ବାକି ରହିଲା ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ

Related posts

୭୯ ତମ ସ୍ବାଧୀନତା ଦିବସ ଅବସରରେ ରାଇରଙ୍ଗପୁର‌କ୍ରିକେଟ କ୍ଲବ ତରଫରୁ ତ୍ରିଦୀବସୀୟ ରକ୍ତଦାନ ଶିଵିର ଉପଜିଲ୍ଲାପାଳଙ୍କ ଦ୍ଵାରା ଶୁଭ ଉଦଘାଟିତ

Sunil Chandra Nayak

Bringing good to the Neighbourhood

masiha

ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଜାତୀୟ କୃଷି ବଜାର (ଇ- ନାମ) ସହ ସଂଯୁକ୍ତ

Sunil Chandra Nayak

Leave a Comment

error: Content is protected !!