ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନକ ଦୁର୍ଗା ମନ୍ଦିରରେ ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

କନକ ଦୁର୍ଗା ମନ୍ଦିରରେ ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ସମ୍ପନ୍ନ

ରାଉରକେଲା: ସେକ୍ଟର ୨ ସ୍ଥିତ ମା କନକ ଦୁର୍ଗା ମନ୍ଦିର ପରିଚାଳନା କମିଟି ତରଫରୁ ଶୀତଳଷଷ୍ଠୀ ଓ ଶିବପାର୍ବତୀଙ୍କ ବିବାହ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ପରିଚାଳନା କମିଟିର ସଭାପତି ଭାରତୀକୃଷ୍ଣ ମିଶ୍ର ଙ୍କ ସଭାପତିତ୍ବ ଓ ସାଧାରଣ ସମ୍ପାଦକ ନାରାୟଣ ମହାନ୍ତିଙ୍କ ଆବାହକତ୍ବ ରେ ଆୟୋଜିତ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବର ଶିବଙ୍କର ପିତାମାତା ଭାବେ ପ୍ରଭାତ ନାୟକ ଓ ପୂଜାରାଣୀ ନାୟକ ଓ କନ୍ୟା ପାର୍ବତୀଙ୍କ ପିତାମାତା ଭାବେ ଗଣେଶ ସାମଲ ଓ ସବିତା ସାମଲ ତଥା ପୂଜକ ଭାବେ ଅକ୍ଷୟ ମିଶ୍ର,ଜଗଦାନନ୍ଦ ପାଢ଼ୀ, ଅମରେନ୍ଦ୍ର ପତି ପ୍ରମୁଖ ଯୋଗଦେଇ ଦାୟିତ୍ଵ ନିର୍ବାହ କରିଥିଲେ। ଏହି କାର୍ଯ୍ୟକ୍ରମରେ ରଘୁନାଥପାଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ, ନିହାର ରାୟ,ପ୍ରକାଶ ପାଶୱ।ନ, ହିମାଂଶୁ ବଳ,ଖଦାଳ ସେଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ। ସମସ୍ତ ରୀତିନୀତି ଅନୁଯାୟୀ ଶିବ ପାର୍ବତୀଙ୍କ ବିବାହ ମହାସମାରୋହରେ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇ ପ୍ରସାଦ ସେବନ କରିଥିଲେ। 

କାର୍ଯ୍ୟକ୍ରମ ପରିଚାଳନା ରେ ସାଧାରଣ ସମ୍ପାଦକ ନାରାୟଣ ମହାନ୍ତି, ଉପସଭାପତି ସରୋଜ ରଞ୍ଜନ ଦାସ ଓ ଲଳିତ ସୁନ୍ଦର ଜେନା, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ବିଶ୍ବାଳ,ଅଜୟ କୁମାର ଦାସ, ମନୋଜ କୁମାର ପାଣିଗ୍ରାହୀ,ବୁଲୁ ନନ୍ଦ, ଜଗବନ୍ଧୁ ପାଢ଼ୀ, ଅମରେନ୍ଦ୍ର ପତି, କମ୍ୟୁନିଷ୍ଟ ଗୈ।ଡ଼ ଙ୍କ ସମେତ ସମସ୍ତ ସଭ୍ୟ ଉପସ୍ଥିତ ଥିଲେ। ଶେଷରେ ସଭାପତି ଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ୱର୍ଗତ ଲଲିତ ମୋହନ ପାଣୀ ପ୍ରଥମ ଶ୍ରାଦ୍ଧବାର୍ଷିକୀ 

masiha

35 glorious years of Vani Vihar, 89th Alumni Association meet organized.

masiha

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

Leave a Comment

error: Content is protected !!