ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୌର ଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ରୁ ମୁକ୍ତ 

ସୌର ଶକ୍ତିର ସଫଳତା : ଗଞ୍ଜାମର ପ୍ରାୟ ୩୦୦୦ ଉପଭୋକ୍ତାଙ୍କ ବିଜୁଳି ବିଲ୍ ରୁ ମୁକ୍ତ 

• ଓଡ଼ିଶାର ସୌର ବିପ୍ଳବର ନେତୃତ୍ୱ ନେଉଛି ଗଞ୍ଜାମ
• ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ସ୍ଥାପନ 
• ୪,୧୦୨ ଉପଭୋକ୍ତା ୟୁଏଲ୍ଏ ମଡେଲ ଅଧୀନରେ ସୋଲାର ସ୍ଥାପନ କରିଛନ୍ତି
• ଟିପିଏସ୍ଓଡିଏଲ୍ ତରଫରୁ ଦକ୍ଷିଣ ଓଡ଼ିଶାରେ ମୋଟ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ

ବ୍ରହ୍ମପୁର,ତା ୧୯/୦୬ ଗଞ୍ଜାମ ଜିଲ୍ଲାର ପ୍ରାୟ ୩,୦୦୦ରୁ ଊର୍ଦ୍ଧ୍ୱ ପରିବାର ମଇ ମାସରେ କୌଣସି ବିଦ୍ୟୁତ ବିଲ୍ ପୈଠ କରିନାହାଁନ୍ତି । ଯାହା ଜିଲ୍ଲାର ସୌର ଶକ୍ତିର ସଫଳତାକୁ ଦର୍ଶାଏ । ମୋଟ ୨,୯୪୩ ପରିବାର ରେକର୍ଡ ଭାବରେ ଶୂନ୍ୟ ୟୁନିଟ୍ ବିଲିଂ ପାଇଛନ୍ତି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଏବଂ ୟୁଟିଲିଟି ଲେଡ୍ ଆଗ୍ରିଗେସନ(ୟୁଏଲ୍ଏ) ମଡେଲ ଅଧୀନରେ ସମଗ୍ର ଜିଲ୍ଲାରେ ମୋଟ ୧୧,୧୮୭ ରୁଫ୍ ଟପ୍ ସୋଲାର ଟିପିଏସ୍ଓଡିଏଲ୍ ତରଫରୁ ସ୍ଥାପନ ହୋଇଛି । ଯାହା ଗଞ୍ଜାମ ଜିଲ୍ଲାକୁ ଓଡ଼ିଶାର ଅଗ୍ରଣୀ ସୌର ଜିଲ୍ଲା ଭାବରେ ପରିଗଣିତ କରିଛି । ଏଥିସହିତ ଓଡ଼ିଶାର ଅକ୍ଷୟ ଶକ୍ତି ପରିବର୍ତ୍ତନ ଦିଗରେ ଗଞ୍ଜାମ ଜିଲ୍ଲାର ବିଶେଷ ଯୋଗଦାନ ରହିଛି । ସମଗ୍ର ଗଞ୍ଜାମ ଜିଲ୍ଲାରେ ସୌର ଶକ୍ତିକୁ ଆପଣାଇବା କ୍ଷେତ୍ରରେ ଏହି ଯାତ୍ରା ଆହୁରି ବ୍ୟାପକ ହେବାରେ ଲାଗିଛି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାରେ ମୋଟ ୭,୦୮୫ ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ସେହିପରି ଟିପିଏସ୍ଓଡିଏଲ୍ ତରଫରୁ ୟୁଏଲ୍ଓ ମଡେଲ ଅଧୀନରେ ୪,୧୦୨ ସୋଲାର ପ୍ୟାନେଲ ସ୍ଥାପନ ହୋଇଛି । ୟୁଏଲ୍ଏ ମଡେଲ ମାଧ୍ୟମରେ ସୌର ପ୍ୟାନେଲ ସ୍ଥାପନ କରିବା ପ୍ରକ୍ରିୟା ଆହୁରି ସହଜ ହୋଇ ପାରିଛି । ଉପଭୋକ୍ତାଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏହି ଯୋଜନା ଅଧୀନରେ ଗଞ୍ଜାମ ଜିଲ୍ଲାରୁ ମୋଟ ୧୬,୭୬୦ ଆବେଦନ ଗ୍ରହଣ କରାଯାଇଛି ।   

ସମଗ୍ର ଦକ୍ଷିଣ ଓଡ଼ିଶାରେ ଟିପିଏସ୍ଓଡିଏଲ୍ ତରଫରୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୧୬,୭୫୬ ରୁଫ୍ ଟପ୍ ସୋଲାର ସ୍ଥାପନ ହୋଇଛି । ସେହିଭଳି ୟୁଏଲ୍ଏ ମଡେଲ ଅଧୀନରେ, ଘରୋଇ ଉପଭୋକ୍ତାଙ୍କ ପାଇଁ ୧ କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ ପାଇଁ ୧,୮୭୫ ଟଙ୍କାରେ ସୁବିଧା ରହିଛି । ଯାହା ଅଞ୍ଚଳରେ ସ୍ୱଚ୍ଛ ଏବଂ ସ୍ଥାୟୀ ଶକ୍ତିକୁ ଅଧିକ ପ୍ରୋତ୍ସାହିତ କରିବା ସହିତ ଏହି ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିଛି ।

ଏହି ଅଭିଯାନର ସଫଳତା ଏବେ ଉପଭୋକ୍ତାଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି । ଯେଉଁମାନେ ବର୍ତ୍ତମାନ ନିଜେ ବିଦ୍ୟୁତ ଉତ୍ପାଦନ କରିବାରେ ସକ୍ଷମ ହୋଇପାରିଛନ୍ତି । ଏଥିସହିତ ବିଜୁଳି ବିଲ୍ ଖର୍ଚ୍ଚକୁ ହ୍ରାସ କରିବାରେ ସମର୍ଥ ହୋଇଛନ୍ତି ।

ଏ ସମ୍ପର୍କରେ ଶ୍ରୀ ତ୍ରିଲୋଚନ ମଲ୍ଲିକ, ବେଲଗୁଣ୍ଠା, ଭଞ୍ଜନଗରର ଉପଭୋକ୍ତା କହିଛନ୍ତି, “ଟିପିଏସ୍ଓଡିଏଲର ସହଯୋଗରେ ମୁଁ ମୋର ଘରେ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ୩କିଲୋୱାଟ କ୍ଷମତାର ସୌର ପ୍ୟାନେଲ ସ୍ଥାପନ କରିଛି । ଏହା ଫଳରେ ପୂର୍ବରୁ ମୋର ବିଜୁଳି ବିଲ୍ ଯେତେବେଳେ ମାସିକ ₹୬୦୦ ରୁ ₹୮୦୦ ଆସୁଥିଲା ଏବେ ତାହା ପୂରା ଶୂନ ହୋଇ ଯାଇଛି । ଏହା ମୋ ପରିବାର ପାଇଁ ବେଶ୍ ଉପଯୋଗୀ ହୋଇଛି” । 

ଏ ସମ୍ପର୍କରେ ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ଗଞ୍ଜାମ ଜିଲ୍ଲାରେ ପ୍ରାୟ ୩,୦୦୦ ଉପଭୋକ୍ତା ଗୋଟିଏ ମାସରେ ଜିରୋ ବିଲ୍ ପାଇବା, ସୌର ଶକ୍ତିକୁ ଆପଣାଇବାର ଏକ ବିଶେଷ ସଫଳତାକୁ ଦର୍ଶାଉଛି । ଉପଭୋକ୍ତାଙ୍କ ଉତ୍ସାହଜନକ ଆଗ୍ରହ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ମାଧ୍ୟମରେ ସ୍ୱଚ୍ଛ ଶକ୍ତି ପ୍ରତି ବଢ଼ୁଥିବା ବିଶ୍ୱସନୀୟତାକୁ ପ୍ରତିଫଳିତ କରୁଛି । ଆମେ ଅଧିକରୁ ଅଧିକ ପରିବାରକୁ ସୌର ଶକ୍ତି ବ୍ୟବହାର କରିବାକୁ ସକ୍ଷମ କରିବା ଏବଂ ଓଡିଶାର ସ୍ଥାୟୀ ତଥା ଶକ୍ତି-ସୁରକ୍ଷିତ ଭବିଷ୍ୟତ ପାଇଁ ଯୋଗଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ” ।

ଛାତ ଉପରେ ସୌର ପ୍ୟାନେଲ ସ୍ଥାପନର ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ, ଟିପିଏସ୍ଓଡିଏଲ୍ ଏହାର ସେବା ଯୋଗାଉଥିବା ଅଞ୍ଚଳରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ, ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଏବଂ ଅଂଶୀଦାରଙ୍କ ଯୋଗଦାନ ଆଦି କାର୍ଯ୍ୟକଳାପ ଜାରି ରଖିଛି । ଯାହା ଅଧିକରୁ ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ସୌର ଶକ୍ତି ଏବଂ ସରକାରୀ ସବସିଡିର ଲାଭ ପାଇବାକୁ ସକ୍ଷମ କରିଥାଏ ।

Related posts

ରାଜୀବ ଗାନ୍ଧିଙ୍କ ୮୦ତମ ଜନ୍ମ ଜୟନ୍ତୀ ଅବସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ

masiha

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

masiha

ଟ୍ରାକ୍ଟରରୁ ପଡି ଶ୍ରମିକ ମୃତ, ପୋଲିସର ତଦନ୍ତ ଜାରି

Sunil Chandra Nayak

Leave a Comment

error: Content is protected !!