ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

  ମୟୂରଭଞ୍ଜ – ୨୮/୦୨  // ମୟୁରଭଞ୍ଜ ଜିଲ୍ଳାର ସହର ସନ୍ନିକଟ ଅସନଵଣି ଶିଳ୍ପାଞ୍ଚଳର ଅଗ୍ରଣୀ ଡାଇନା ଫୋମ୍ କାରଖାନା ପରିସରରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଏକ ଆଜି ଶୁକ୍ରବାର ଦିନ ମକଡ୍ରିଲ ଅନୁଷ୍ଠିତ ହୋଇଛି।ମଣିଷ ଜୀବନ ଦୁର୍ଲଭ । ଦୁର୍ଘଟଣା ଏବଂ ଅଘଟଣ କେବେ କାହାରିକୁ ପଚାରି କି ଆସେ ନାହିଁ । ତେଣୁ ଶିଳ୍ପ କାରଖାନାରରେ କେତେବେଳେ ଯେ ଯାନ୍ତ୍ରିକ ତ୍ରୁଟି ନ ଘଟିବ ଏବଂ ଦୁର୍ଘଟଣା ନ ଘଟିବ କେହି ଗ୍ୟାରେଣ୍ଟି ଦେଇ ପାରିବେ ନାହିଁ । ତେଣୁ ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶ୍ରମିକ, ଅଧିକାରୀ ସମସ୍ତେ ସୁରକ୍ଷା ନେଇ ସଚେତନତା ହେବା ଉଚିତ ।ନିଜର ଯଦି କିଛି ଦୁର୍ଘଟଣା ଘଟିଥାଏ ସମ୍ପୁର୍ଣ୍ଣ ପରିବାର ଧ୍ଵଂସ ହୋଇଯିବ ।ପରିବାର ଲୋକେ ମଧ୍ୟ ସମାଜ ଉପରେ ବୋଝ ହୋଇ ରହିବେ । ତେଣୁ ସମସ୍ତେ ସୁରକ୍ଷା ସମ୍ବନ୍ଧୀୟ ସଚେତନ‌ହେବା ସହ ଶିଳ୍ପାଞ୍ଚଳରେ ବସବାସ କରୁଥିବା ଗ୍ରାମବାସୀମାନେ ମଧ୍ୟ ସୁରକ୍ଷା ନେଇ ସଚେତନ ହେବା ଉଚିତ ।ବର୍ତ୍ତମାନ ଵସ୍ତୁବାଦୀ ଓ ଯାନ୍ତ୍ରୀକ ଦୁନିଆରେ ଦେଶର ଅର୍ଥନୈତିକ ଅଭିବୃଦ୍ଧି, ସାମଗ୍ରିକ ବିକାଶ ତଥା ଅନ୍ୟାନ୍ୟ ରାଷ୍ଟ୍ର ସମୂହ ସହିତ ସମାନ୍ତରାଳ ଦ୍ରୁତ ଶିଳ୍ପାୟନର ଆବଶ୍ୟକତା ପଡ଼ୁଛି । ଶିଳ୍ପାୟନ ହିଁ ଯୁବକଙ୍କୁ ରୋଜଗାର ଓ ଦେଶର ଆର୍ଥିକ ବୃଦ୍ଧି ରେ ସହାୟକ ହୋଇପାରିବ । ତେଣୁ ଦ୍ରୁତ ଶିଳ୍ପାୟନ ପାଇଁ ଅନେକ ସମୟରେ ବିଭିନ୍ନ କାରଖାନା ମାନଙ୍କରେ ଯାନ୍ତ୍ରିକ ତ୍ରୁଟି ପାଇଁ ହେଉ ଅବା ଅନ୍ୟ କୌଣସି କାରଣରୁ କାରଖାନାରେ ବ୍ୟବହୃତ ବିଷାକ୍ତ ରାସାୟନିକ ପଦାର୍ଥର ନିର୍ଗତ ହେତୁ ପ୍ରତିକ୍ରିୟାରେ ଆକସ୍ମିକ ବିପର୍ଯ୍ୟୟ ଘଟଣା ଘଟୁଛି । ଯଦ୍ବାରା କାରଖାନାରେ ନିୟୋଜିତ କର୍ମଚାରୀ, ଜନସାଧାରଣ ବିପର୍ଯ୍ୟୟର ଶିକାର ହେଉଛନ୍ତି । ଏହି ରାସାୟନିକ ପ୍ରତିକ୍ରିୟାକୁ ପ୍ରତିରୋଧ କରି ବିପର୍ଯ୍ୟୟ ସମୟରେ ଭୟଭୀତ ନ ହୋଇ ଏହାକୁ ପରିଚାଳନା କରି ସେଥିରୁ କିପରି ରକ୍ଷା ପାଇ ପାରିବେ, ସେ ସମ୍ବନ୍ଧରେ ଏକ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି। ଓଡ୍ରାଫ୍ ଟିମ୍, ପୋଲିସ ପ୍ରଶାସନ, ଅଗ୍ନିଶମ ବିଭାଗ, ଟାଟା ପାୱାର ପ୍ରମୁଖ ଆକସ୍ମିକ ବିପର୍ଯ୍ୟୟ ସମୟରେ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ କଳାକୌଶଳ ପ୍ରଦର୍ଶନ କରିଥିଲେ। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୁଲିସ ବିଭାଗ, ମହିଳା ଏବଂ ଶିଶୁ ବିକାଶ, ଗ୍ରାମୀଣ ଜଳ ଯୋଗାଣ ଓ ପରିମଳ ବିଭାଗ, ସୂଚନା ଓ ଲୋକସମ୍ପର୍କ ବିଭାଗର ବିପର୍ଯ୍ୟୟ ସମୟରେ କାର୍ଯ୍ୟ ପ୍ରକ୍ରିୟା ସମ୍ବନ୍ଧରେ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ଜରୁରୀ ବିଭାଗର ତତ୍ୱାବଧାନରେ କଣ୍ଟ୍ରୋଲ ରୁମ୍ ରିଲିଫ୍ ସେଣ୍ଟର, ପ୍ରଦୂଷଣ, ନାଲି, ହଳଦିଆ ସବୁଜ ଜୋନ୍ ସମ୍ପର୍କରେ ବିବରଣୀ ପ୍ରଦାନ କରାଯାଇଥିଲା। ଡାଏନା ଫୋମ୍ ଇଣ୍ଡଷ୍ଟ୍ରିର ମ୍ୟାନେଜିଂ ଡାଇରେକ୍ଟର ଟି କେ ବିଜୟନ ଶିଳ୍ପ ସମ୍ପର୍କରେ ବିବରଣୀ ପ୍ରଦାନ କରିବା ସହିତ ବ୍ୟବହୃତ କେମିକାଲ୍‌ର ପ୍ରଭାବ ଉପରେ ସୂଚନା ଦେଇଥିଲେ। କାର୍ଯ୍ୟକ୍ରମରେ ରାଇରଙ୍ଗପୁର ତହସିଲଦାର ବିଶ୍ବନାଥ ବିଶ୍ବାଳ, ରାଇରଙ୍ଗପୁର ସାବ ଇନ୍ସପେକ୍ଟର ମିନତୀ ନାଏକ ,ଅଗ୍ନିଶମ ସେବା ଅଧିକାରୀ, ଡିପିଓ ଜଗବନ୍ଧୁ ମହାନ୍ତି,ଆସିଷ୍ଟାଣ୍ଟ ଫାୟାର ଅଫିସର ସୁଶାନ୍ତ କୁମାର ସାହୁ,ରେଡକ୍ରସ ଅଫିସର ସ୍ମୃତି ରଞ୍ଜନ ପାଣି,ଓଡ୍ରାଫ ରେସପଣ୍ଡାର ଅରୁଣ କୁମାର ମହାନ୍ତ,ଓଡ୍ରାଫ ଇନଚାର୍ଜ ଦୈତାରୀ ତନ୍ତୀ,ହସ୍ପିଟାଲ ମ୍ୟାନେଜେର ଆଲୋକ ଗୋଛାୟତ, ଉପଖଣ୍ଡ ମେଡିକାଲ୍ ଟିମ୍, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟର କର୍ମଚାରୀ, ରାଇରଙ୍ଗପୁର ଆଇଟିଆଇ, ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ, ସୟଂସହାୟକ ଗୋଷ୍ଠୀର ମହିଳା ଉପସ୍ଥିତ ଥିଲେ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ନୀଳମାଧଵ ସରକାରୀ ଉଚ୍ଚ ବିଦ୍ୟାଳୟରେ ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଭୂତଙ୍କ ବାସଗୃହ ପାଇଁ ତତ୍ପର ଭୁବନ ପ୍ରଶାସନ/କୋମଳମତି ଶିଶୁଙ୍କ ଘର ଗଛତଳ

କଳାହାଣ୍ଡି ସମଗ୍ର ବିଶ୍ବକୁ ଦିଗଦର୍ଶନ ଦେବାର ସମୟ ଆସିଛି 

Sunil Chandra Nayak

Leave a Comment

error: Content is protected !!