ବାମନଘାଟୀ ଉପଜିଲ୍ଲାପାଳଙ୍କ ଆଶାୟୀ ଶିକ୍ଷିତ ଯୁବଵର୍ଗଙ୍କୁ ଚାକିରୀ ପାଇଁ ନୂତନ ଦିସା ପ୍ରୟାସ
“ଏସପାଇଆର ରାଇରଙ୍ଗପୁର” ମାଧ୍ୟମରେ ଫ୍ରି କୋଚିଂ
ମୟୂରଭଞ୍ଜ :୨୮/୦୨ // ବାମନଘାଟୀ ଉପଖଣ୍ଡ ର ଶିକ୍ଷିତ ଯୁବକ ଯୁବତୀ ମାନଙ୍କ ଭବିଷ୍ୟତ ଲକ୍ଷ୍ୟ ପୂରଣ ନେଇ ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଜିଲ୍ଲାପାଳ, ରାଇରଙ୍ଗପୁର ଶ୍ରୀ ସୌମ୍ୟରଂଜନ ପ୍ରଧାନଙ୍କ ତତ୍ୱାବଧାନରେ ଉପଖଣ୍ଡ ପ୍ରଶାସନ ତରଫରୁ “ଏସପାଇଆର ରାଇରଙ୍ଗପୁର “(Aspire Rairangpur ) ଏକ ଅଭିନଵ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
ଏହି କାର୍ଯ୍ୟକ୍ରମ ଜରିଆରେ କେବଳ ମୟୂରଭଞ୍ଜ ଜିଲ୍ଲାର ବାମନଘାଟି ଉପଖଣ୍ଡ ଅନ୍ତର୍ଗତ ୭ ଗୋଟି ବ୍ଲକ ଓ ରାଇରଙ୍ଗପୁର ପୌରପାଳିକା ଅଂଚଳର ଚାକିରୀ ଆଶାୟୀ ୨୧ ବର୍ଷ ରୁ ୨୭ ବର୍ଷର (ଅନୁସୂଚିତ ଜାତି ଓ ଜନଜାତି ବର୍ଗ ଙ୍କ ପାଇଁ ୩୦ ବର୍ଷ) ସ୍ନାତକ ଓ ତଦୁର୍ଦ୍ଧ ଶିକ୍ଷାଗତ ଯୋଗ୍ୟତା ଥିବା ଶିକ୍ଷିତ ଯୁବକ ଯୁବତୀ ମାନେ ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ ପାଇଁ ନିଜକୁ ଯୋଗ୍ୟ କରିବା ପାଇଁ ଏସପାଇଆର ରାଇରଙ୍ଗପୁର କାଯ୍ୟକ୍ରମ ମାଧ୍ୟମରେ ୩ ମାସିଆ Free Coaching (ମାଗଣା ଅନୁଶୀକ୍ଷଣ )ରେ ନିଜକୁ ସାମିଲ କରିବା ପାଇଁ ନାମ ଲେଖାଇ ପାରିବେ ଯେଉଁଥିରେ ପ୍ରାର୍ଥୀ ନିଜ ପସନ୍ଦର ଚାକିରୀ ପାଇଁ ଉପଯୁକ୍ତ ସାଧନ ବ୍ୟକ୍ତିଙ୍କ ଠାରୁ କୋଚିଂ ଓ ମାର୍ଗଦର୍ଶନ ପାଇ ଭବିଷ୍ୟତର ପ୍ରତିଯୋଗିତା ପରୀକ୍ଷା ରେ କୃତକାର୍ଯ୍ୟ ହେବା ପାଇଁ ସକ୍ଷମ ହୋଇ ପାରିବେ। ଏଥିପାଇଁ ଏହି ଫ୍ରି କୋଚିଂ ରେ ନାମ ଲେଖାଇବା ପାଇଁ ଇଛୁକ ଯୋଗ୍ୟ ଯୁବକ ଯୁବତୀ ଏଥି ନିମନ୍ତେ ଉଦିଷ୍ଟ ଆବେଦନ ପତ୍ର ରେ ୧୯୭ ଜଣ ଅନ୍ ଲାଇନ୍ ମାଧ୍ଯମରେ ନାମ ପଞ୍ଜିକୃତ କରିଥିଲେ। ତଦନୁସାରେ ୨୩-୦୨-୨୦୨୫ ରିଖ ଏକ ମିଳିତ ଏଣ୍ଟ୍ରାନ୍ସ ପରୀକ୍ଷା ସ୍ଥାନୀୟ ମହୁଲଡିହା ଏସଏସଡି ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ଉପଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଉ ଅନୁଷ୍ଠିତ ହୋଇଥିଲା । ଏହି ପରୀକ୍ଷା ପରିଚାଳନାରେ ଯାମଦା ବିଡ଼ିଓ ଦେବାଶିଷ ପଣ୍ଡା, ରାଇରଙ୍ଗପୁର ବିଡ଼ିଓ ନାରାୟଣୀ ପ୍ରୀୟଦର୍ଶିନୀ ପଣ୍ଡା,ଏଡିଡବ୍ଲ୍ଯୁଓ କମଳାକାନ୍ତ ସ୍ବାଇଁ,ପ୍ରସାଦ ବେହେରା,ଦୀପକ ମହାନ୍ତି, ଦୁର୍ଗାପ୍ରସାଦ ଦାସ ସମେତ ଅନ୍ୟ କର୍ମଚାରୀ ଶୃଙ୍ଖଳିତ ପରୀକ୍ଷା ପରିଚାଳନାରେ ସହଯୋଗ କରିଥିଲେ । ପରୀକ୍ଷାରେ ୧୮୦ ଜଣ ଶିକ୍ଷିତ ଯୁଵାଵର୍ଗ ଅଂଶ ଗ୍ରହଣ କରିଥିଲେ । ୧୪୧ ଜଣ ପରୀକ୍ଷାର୍ଥୀ ଲିଖିତ ଭାବରେ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୭୦ ଜଣଙ୍କୁ ମାର୍ଚ୍ଚ ୧ ତାରିଖ ଦିନ ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷର ଏବଂ ଏସଡିପିଆରଓ ଚେମ୍ବରରେ ଭାଇଭାଭସ୍ ( ମୌଖିକ ପରୀକ୍ଷା)ମାଧ୍ୟମରେ ଚୟନକର୍ତାଙ୍କ ଦ୍ବାରା ଚୟନ କରାଯିବ ।
୭୦ ଜଣ ପ୍ରାର୍ଥୀ/ ପ୍ରାର୍ଥିନୀଙ୍କୁ ନିଃଶୁଳ୍କ କୋଚିଂ ର ସୁଯୋଗ ପ୍ରଶାସନ ତରଫରୁ ଉପଲବ୍ଧ କରାଯିବ । ଏହି ଫ୍ରି କୋଚିଂ ର ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୦୨୫ ରୁ ଆରମ୍ଭ ହେବ ଏବଂ କ୍ରମଶଃ ପ୍ରତ୍ୟେକ ୩ ମାସ ବ୍ୟବଧାନ ରେ ପରବର୍ତୀ ପର୍ଯ୍ୟାୟ ନିରନ୍ତର ଚାଲୁରହିବ। ପ୍ରଥମ ଥର କରି ନବ ନିଯୁକ୍ତ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଆଶାୟୀ ଶିକ୍ଷିତ ଯୁବକଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ,ସାହସ, ଧୈର୍ଯ୍ୟ,ପଠନ ଅଭ୍ୟାସ , ଏବଂ ବଞ୍ଚିବାର ରାହା ପାଇଁ ନିଆରା ପ୍ରୟାସ ଯୁବ ମହଲ , ବୁଦ୍ଧିଜୀବୀ,ଅଭିଭାବକ ମହଲରେ ପ୍ରଶଂସାର ସୁଅ ଛୁଟିଛି ।ପ୍ରଥମ ଥର ପାଇଁ ମୟୂରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡ ଉପଜିଲ୍ଲାପାଳ ଙ୍କ ଉଦ୍ୟମ ସାଧାରଣରେ ପ୍ରଶଂସନୀୟ ହୋଇଛି ନୂତନ କରି ରାଇରଙ୍ଗପୁର ରେ ଉପଜିଲ୍ଲାପାଳ ଭାବରେ ଯୋଗଦାନ କରିଥିବାବେଳେ ସେ କହିଥିଲେ ଯୁବ ଶିକ୍ଷିତ ଗୋଷ୍ଠୀ ପାଇଁ ସେ ଏକ ଅଭିନବ ପ୍ରୟାସ ପାଇଁ ଚେଷ୍ଟା କରୁଛନ୍ତି ।ଶେଷରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ କଥା ଦେଇ କଥା ରଖିଲେ ଯାହାକି ସାଧାରଣରେ ଆଲୋଚ୍ୟ ହେଉଛି
ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

