ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିକ୍ଷକ ସଂଘ ସମନ୍ଵୟ କମିଟୀ ଗଠନ

ଭବାନୀପାଟଣା : – ତା ୨୬.୦୨.୨୩ ସ୍ଥାନୀୟ ଜନ ଶିକ୍ଷଣ ସଂସ୍ଥାନ କେନ୍ଦ୍ର ପରିସରରେ କଳାହାଣ୍ଡି ଜିଲ୍ଲା ସି ଟି ଶିକ୍ଷକ ସଂଘ ଓ ପ୍ରାଥମିକ ଶିକ୍ଷକ ସଂଘ ଖାରବେଳ ନଗର ଙ୍କ ମିଳିତ ଉଦ୍ୟମରେ ଏକ ସମନ୍ୱୟ ସଭା ଅନୁଷ୍ଠିତ ହୋଇଥିଲା l ବୈଠକରେ ସି ଟି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଲବ ଦୁର୍ଗା ସଭାପତିତ୍ୱ କରିଥିବା ସ୍ଥଳେ ନିଖିଳ ଉତ୍କଳ ସି ଟି ପ୍ରାଥମିକ ଶିକ୍ଷକ ଫେଡେରେସନ, ଓଡ଼ିଶା ର ସଭାପତି ପ୍ରଦୀପ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ଏହି ବୈଠକରେ ଶିକ୍ଷକ ସମାଜର ବିଭିନ୍ନ ସମସ୍ୟା ତଥା ଦୀର୍ଘ ଦିନର ଦାବୀ ଯେପରି ୧-ଅବିକଳ କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ ୨.-ନୂତନ ପେନସନ ଯୋଜନା ବଦଳରେ ପୁରୁଣା ପେନସନ ଯୋଜନା ଲାଗୁ ୩.ଏକ୍ସ କ୍ୟାଡର ବ୍ୟବସ୍ଥାର ସମ୍ପୂର୍ଣ୍ଣ ଉଛେଦ ୪-ମୂଳ ଚାକିରୀରେ 6 ବର୍ଷ ଗଣନା ୫ -ଠିକା ନିଯୁକ୍ତି ଉଛେଦ ଓ ୨୮୦୦ ଗ୍ରେଡ ପେ ପରିବର୍ତ୍ତେ ୪୨୦୦ ଗ୍ରେଡ ପେ ପ୍ରଦାନ ଏହି ପରି ଭାବରେ ଶିକ୍ଷକ ମାନଙ୍କର ବିଭିନ୍ନ ସମସ୍ୟା ପ୍ରତି ଆଲୋକପାତ ଆଉ ଆଲୋଚନା କରି ଖାରବେଳ ନଗର ପ୍ରାଥମିକ ଶିକ୍ଷକ ସଂଘ ଆଉ ସି ଟି ପ୍ରାଥମିକ ଶିକ୍ଷକ ସଂଘର ମିଳିତ ଉଦ୍ୟମରେ ଏକ ସମନ୍ୱୟ ସଂଗଠନ ଗଠନ କରି ଶିକ୍ଷକ ମାନଙ୍କର ସମସ୍ୟା ପ୍ରତି ବ୍ରତୀ ହୋଇ ସମାଧାନ ନିମନ୍ତେ ଲଢେଇ କରିବାକୁ ମତାମତ ପ୍ରକାଶ ପାଇଥିଲା l ଏହାକୁ ଭିତ୍ତିକରି ଏକ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ଗଠନ କରାଯାଇଥିଲା l କମିଟି ରେ ସର୍ବଶ୍ରୀ ଲବ ଦୁର୍ଗା, ସଭାପତି, ସି ଟି ଶିକ୍ଷକ ସଂଘ, କଳାହାଣ୍ଡି, ଦୁର୍ୟୋଧନ ମାଝୀ, ସାଧାରଣ ସମ୍ପାଦକ, ସି ଟି ଶିକ୍ଷକ ସଂଘ, କଳାହାଣ୍ଡି, ଯାମିନୀକାନ୍ତ ମିଶ୍ର, ସଭାପତି, ଖାରବେଳ ଶିକ୍ଷକ ସଂଘ, ସୁଧୀର ରଥ, ସାଧାରଣ ସମ୍ପାଦକ,ପ୍ରାଥମିକ ଶିକ୍ଷକ ସଂଘ, ଖାରବେଳ ନଗର, ସନ୍ତୋଷ ଚୌଧୁରୀ, ପ୍ରମୁଖଙ୍କୁ ସାମିଲ କରାଯାଇଅଛି l ଜିଲ୍ଲା ର ୧୩ ଗୋଟି ବ୍ଳକ ରୁ ଶିକ୍ଷକ ପ୍ରତିନିଧି ସର୍ବଶ୍ରୀ ପ୍ରଭାତ କୁମାର ସାହୁ , ଧନଞ୍ଜୟ ପାଣିଗ୍ରାହୀ, ଭବାନୀ ମାଝୀ, ପଦ୍ମନାଭମହାରଣା, ନାଗେଶ୍ଵର ରାଓ ଦୋରା ,ର୍ଭୁରକୁଟୀ ଗଉଡ଼, ଅଶୋକ ବାବୁ, ଜଗତରାମ ଶବର, ଧନଞ୍ଜୟ ସାହୁ, ଶିବ ନାଏକ, ଚନ୍ଦ୍ର ମହାନନ୍ଦ ଶରତ ଦ୍ୱିବେଦୀ, ମାନ ଶବର,ସୁନିଲ କୁମାର ସାହୁ, କରୁଣାକର ଚିନ୍ଦ।.ଙ୍କ ସହ ଉପଦେଷ୍ଟା ସତ୍ୟନାରାୟଣ ରାଜପୁତ ଓ ଜନାର୍ଦନ ମାଝୀ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଯୁଗ୍ମ ସମ୍ପାଦକ ପାର୍ଥବ ମହାନନ୍ଦ ଧନ୍ୟବାଦ ଅର୍ପଣକରି ସଭା ସମାପ୍ତ କରାଯାଇଥିଲା l

ମସିହା ନିଉଜ ସର୍ଭିସ୍ 

Related posts

ଚଢେଇପାହାଡି ପଞ୍ଚାୟତ ବିକାଶର ବହୁ ପଛରେ ; ରାସ୍ତା, ପୋଲ ଓ ମୋବାଇଲ ନେଟୱର୍କ ସମସ୍ୟାରେ ଜର୍ଜରିତ ; ବର୍ଷାଦିନେ ବୁଢାମରା ପୋଲ ଉପରେ ପାଣି; ସରଗଡାରେ ଜିଲ୍ଲାପାଳଙ୍କ ଜନଶୁଣାଣିକୁ ବନ୍ୟା ପାଣି ସାଜିଲା ବାଧକ

Sunil Chandra Nayak

ପଞ୍ଚମ ରେଳ ଲାଇନ ଏବଂ ନୂତନ ଓଭରବ୍ରିଜ ପାଇଁ ବନ୍ଧମୁଣ୍ଡା ଫଟାପାଇପ୍ ଗୁଆଲା ପଟ୍ଟିରେ ଚାଲିଲା ବୁଲଡୋଜର

ଘାଟିରେ ପିକ ଅପ୍ ଭ୍ୟାନ ଓଲଟି ୩୩ ଆହତ ,୧୩ ଗୁରୁତର କୋରାପୁଟ ସ୍ଥାନାନ୍ତର 

Sunil Chandra Nayak

Leave a Comment

error: Content is protected !!