ସାଇବର ସୁରକ୍ଷା ଅଭିଯାନ ସମ୍ବନ୍ଧରେ ସୂଚନା ଦେଲେ ରାୟଗଡା ଏସପି
ଅକ୍ଟୋବର ୨ ଠାରୁ ରାୟଗଡାରେ ବୁଲି ସଚେତନ କରିବ ସାଇବର ସୁରକ୍ଷା ସଚେତନ ରଥ ରାୟଗଡା, ରାୟଗଡା ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଆଜି ସାଇବର କ୍ରାଇମ ଅଭିଯାନ ସଂପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ସାମ୍ବାଦିକ ସମ୍ମି ଳନୀର ଆୟୋଜନ କରାଯାଇଥିଲା । ରାଜ୍ୟରେ ଦିନକୁ ଦିନ ସାଇବର ଅପରାଧ ବୃଦ୍ଧି ପାଇବାରେ ଲାଗିଛି । ଅନଲାଇନ ଠକର ଜାଲରେ ଛନ୍ଦି ହୋଇ ପଡୁଛନ୍ତି ଅନେକ ଲୋକେ । ମୋବାଇଲରେ ହିଁ ଡିଜିଟାଲ ବ୍ୟାଙ୍କିର ସୁବିଧା, ଅନଲାଇନ ଟ୍ରେନିଂ ଓ ପେମେଟ ଭଳି ବ୍ୟବସ୍ଥାକୁ ବହୁଳ ବ୍ୟବହାର କରୁଛନ୍ତି । ଅନେକ ସମୟରେ ସାଇବର ଅପରାଧୁମାନେ ନିକ ନୂଆ ନୂଆ ତରିକାରେ ଠକେଇ କରୁଥିବାରୁ ଏହି ଅପରାଧ ଘଟାଉଥିବା ଲୁଟେରାମାନଙ୍କ ଠାରୁ
ରକ୍ଷା ପାଇବା ପାଇଁ ହେଲେ ସଚେତନତା ହିଁ ଏକ ମୂଳ ଅସ୍ତ୍ର । ଲୋକଙ୍କୁ ଏହି ସାଇବର ଅପରାଧ ସମ୍ବନ୍ଧରେ ସଚେତନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସାଇବର କ୍ରାଇମ ସଚେତନତା ରଥ ବୁଲି ବାର କାର୍ଯ୍ୟକ୍ରମ ଉପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା । ଏହି ଅଭିଯାନର ସଫଳତା ପାଇଁ ତୃଣମୂଳ ସ୍ତରରେ ଏହାର ପ୍ରଚାର ପ୍ରସାର ପାଇଁ ସାଇବର କ୍ରାଇମ ନିୟନ୍ତ୍ରଣର ସାରଥୀ ସାଜିବେ ଅଙ୍ଗନବାଡି କର୍ମୀ,ଆଶା କର୍ମୀ ଓ ମିଶନଶକ୍ତି ସଦସ୍ୟାମାନଙ୍କ ଆଦି ସ୍ଥାନରେ ଏହି ରଥ ବୁଲି ସଚେତନତା ସୃଷ୍ଟି କରିବ । ସାଇବର କ୍ରାଇମ ଠାରୁ ଲୋକଙ୍କୁ କି ପରି ଭାବେ ସୁ ରକ୍ଷା ଦିଆଯାଇପାରିବ ସେ ନେଇ ପୋଲିସ ପ୍ରଶାସନ ଡିଜିଟାଲ ପ୍ଲାଟ ଫମକୁ ଅଧିକ ଗୁରୁତ୍ ଦେଉଥିବା ଜିଲ୍ଲା ଏସ.ପି.ଶ୍ରୀ ଶର୍ମା ବୈଠକରେ କହିଥିଲେ । ସାଇବର ଠକେଇର ସମାଧାନ ପାଇଁ ସାଇବର ହେଲ୍ଡ ଲାଇନ ନମ୍ବର ୧୯୩୦କୁ ଯୋଗାଯୋଗ କଲେ ତୁରନ୍ତ ସେବା ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଥିବା ଏସପି ଶ୍ରୀ ଶର୍ମା କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିଷ୍ଣୁପ୍ରସାଦ ପାତ୍ର,ବିଜୟ କୁମାର ନନ୍ଦ, ପ୍ରତାପ ବୃନ୍ଦ୍ର ତ୍ରିପାଠୀ, ଅସିତ କୁମାର ମହାନ୍ତି,ସାଇବର ସେଲ୍ ଇନ୍ସପେକ୍ଟର ଅଭିନାଶ ରେଡ୍ଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ବରିଷ୍ଠ ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ଗାଁ ଠାରୁ ସହର ଘର ଘର ବୁଲି ଲୋକଙ୍କୁ ଆସନ୍ତାକାଲି ଠାରୁ ସାରା ରାଜ୍ୟରେ ସାଇବର କ୍ରାଇମ ସଚେତନତା ରଥ ଗଡିବାକୁ ଥିବା ବେଳେ ସାଇବର ସଚେତନତା ପାଇଁ ପ୍ରସ୍ତୁତ କରାଯାଇଥିବା ୨୪ଟି ଭିଡିଓକୁ ସାଇବର ଅପରାଧ ସମ୍ବନ୍ଧରେ ସଚେତନ କରାଇବେ ଏଲଇଡି ମାଧ୍ୟମରେ ପ୍ରସାରିତ କରାଯିବ । ରାଗୟଡା ଜିଲ୍ଲାରେ ସାଇବର ରଥ ର ଶୁଭାରମ୍ଭ ଅକ୍ଟୋବର ୨ ତାରିଖ କରାଯିବାକୁ ଅକ୍ଟୋବର ୧୫ ତାରିଖରେ ମଧ୍ୟରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ ବୋଲି ଏସ.ପି.ଶ୍ରୀ ଶର୍ମା ସୂଚନା ଦେଇଛନ୍ତି ।
ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍


