ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ପୋଲିସ ଉପଖଣ୍ଡ ଅଧୂକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ

ଆସିକା ପୋଲିସ ଉପଖଣ୍ଡ ଅଧୂକାରୀ ଭାବେ ଦାୟିତ୍ୱ ନେଲେ ସୌରଭ ରଞ୍ଜନ ପ୍ରଧାନ

ଆସିକା,୨୭/୫/୨୬(ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ଅତି ସମ୍ବେଦନଶୀଳ ସହର ରୂପେ ପରିଚିତ ଆସିକା । ଆସିକା ଉପଖଣ୍ଡ ଆରକ୍ଷୀ ଅଧୀକାରୀ ଭାବେ ସୌରଭ ରଞ୍ଜନ ପ୍ରଧାନ ଦାୟିତ୍ଵ ଗ୍ରହଣ କରିଛନ୍ତି। ସେ ଦେଓଗଡ଼ ଅଞ୍ଚଳର ହୋଇଥିଲା ବେଳେ ଓପିଏସ ପରୀକ୍ଷାରେ ଉତ୍ତୀନ୍ନ ହୋଇ ଏହା ତାଙ୍କ ଚାକିରୀ ଜୀବନର ପ୍ରଥମ କାର୍ଯ୍ୟସ୍ଥଳୀ ରହିବ । ଦାୟିତ୍ୱ ଗ୍ରହଣ ପରେ ଆସିକା ଏସ ଡି ପି ଓ ଅଧୀନରେ ଥିବା ହିଞ୍ଜିଳି କାଟୁ,ବେଲଗାଁ,ବରଗଡ଼,ଧରାକୋଟ, ସୋରଡ଼ା, ବଡ଼ଗଡ଼, ଶେରଗଡ଼, ପାଟପୁର, ଆସିକା, କୋଟିନଡା, ଥାନା ଇଲାକା ରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା, ଲୋକ ମାନଙ୍କ ଧନ ଜୀବ ସୁରକ୍ଷା ପ୍ରଦାନ କରିବା, ଟ୍ରାଫିକ ସମସ୍ୟା ଆଇନ ‘ ଶୃଙ୍ଖଳା ପରିସ୍ଥିତିରେ ସୁଧାର ଅଣାଯିବା ସହ ୱାରେଣ୍ଟି ମାନଙ୍କୁ ତୁରନ୍ତ ଗିରଫ କରିବା ସହ ଆଇନକୁ ସଠିକ ବାଟରେ ନିଆଯିବା ବୋଲି ଏସ୍‌ଡ଼ିପିଓ ପ୍ରଧାନ କହିଛନ୍ତି । ଆସିକା ଅଞ୍ଚଳ ନରେ ଚୋର ମଦ ସାଙ୍ଗକୁ ଚୋରା ବାଲି ଚାଲାଣ ଉପରେ ରୋକ ଲଗାଯିବ ବୋଲି କହିଛନ୍ତି। ଆସିକା ଉପଖଣ୍ଡ ଇଲାକାର ସମସ୍ତ ଥାନା ଅଧିକାରୀ ମାନଙ୍କୁ ଆଇନ ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ସହ ଜନସାଧାର ଧାରଣ ଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ କହିବା ସହ ଗଣମାଧ୍ୟମର ସହଯୋଗ କାମନା କରିଥିଲେ ।

Related posts

ମା ଇନ୍ଦିରା ମହିଳା ସମିତି ଆନୁକୁଲ୍ୟରେ ରାକ୍ଷୀ ମହୋତ୍ସବ 

Sunil Chandra Nayak

ବିଜାତଳା ବ୍ଲକ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚା ପ୍ରାକ୍ତନ ସଭାପତିଙ୍କ ଦେହାନ୍ତ 

masiha

ଉନ୍ନୟନ କାର୍ଯ୍ୟ ରେ ସହମତି ପାଇଁ ଠିକାଦାର ସଂଘ ବୈଠକ 

Leave a Comment

error: Content is protected !!