ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଏସଆରଭିଏମ୍ ର ଚାରିଦିନିଆ ଶ୍ରଦ୍ଧା କାର୍ଯ୍ୟକ୍ରମ ସମାପନ 

ଏସଏସଆରଭିଏମ୍ ର ଚାରିଦିନିଆ ଶ୍ରଦ୍ଧା କାର୍ଯ୍ୟକ୍ରମ ସମାପନ 

ରାଉରକେଲା: ସେକ୍ଟର ୨୦ ସ୍ଥିତ ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଚତୁର୍ଦିବଶୀୟ ଶ୍ରଦ୍ଧା କାର୍ଯ୍ୟକ୍ରମ ସମାପନ ହୋଇଛି। ଏସଏସଆରଭିଏମ୍ ର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁଦୂର ମୁମ୍ବାଇରୁ ଶ୍ରେୟା କଦମ ଓ ସୁନିତା ପାରୁଲେକର ଯୋଗଦେଇ ଫର୍ଟିଲାଇଜର, ସେକ୍ଟର ୨୦ ଓ ସେକ୍ଟର ୧୯ ବିଦ୍ୟାମନ୍ଦିରର ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ମାନସିକ ଶାନ୍ତି, କ୍ରୋଧ ନିୟନ୍ତ୍ରଣ, ସୁସ୍ଥ ରହିବାର ଉପାୟ ସମ୍ପର୍କରେ ଜ୍ଞାନ ବଣ୍ଟନ କରିଥିଲେ। ପ୍ରାୟ ୨୬ ବର୍ଷର ଅଭିଜ୍ଞତା ଥିବା ତଥା ଦେଶ ଓ ବିଦେଶରେ ଗୁରୁ ରବିଶଙ୍କରଙ୍କ ଶିକ୍ଷାକୁ ପ୍ରଚାର ପ୍ରସାର କରୁଥିବା ଶ୍ରୀମତୀ କଦମ ମାନସିକ ଅବସାଦମୁକ୍ତ ଶିକ୍ଷା, ଛାତ୍ରଛାତ୍ରୀ ମାନଙ୍କୁ ଶାରିରୀକ ଓ ମାନସିକ ସୁସ୍ଥତା 

ବୈ।ଦ୍ଧିକ ବିକାଶ ପାଇଁ ତଥା ଶାରିରୀକ ସୁସ୍ଥତା ପାଇଁ ବିଭିନ୍ନ ପ୍ରାଣାୟମ ଯୋଗ ଆଦି ସମ୍ପର୍କରେ ମାର୍ଗଦର୍ଶନ ଦେଇ ଥିଲେ। ଶ୍ରୀମତୀ ପାରୁଲେକର ଏହି କାର୍ଯ୍ୟକ୍ରମରେ ତାଙ୍କୁ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଶୁଦ୍ଧ ଚିତ୍ତ ଓ ମନ,ଭଲ ଚିନ୍ତନ, ଶୃଙ୍ଖଳା, ପ୍ରତିବଦ୍ଧତା, ପ୍ରାଣାୟାମ, ସୁଦର୍ଶନ କ୍ରୀୟା ,ଟ୍ରେନିଂ ତଥା ୫ ମହାଭୂତ ଯଥା ପ୍ରକୃତି, ବିକୃତି,ବାୟୁ, ବିଭିନ୍ନ କାର୍ଯ୍ୟ ମାଧ୍ୟମରେ ଚଳଚଞ୍ଚଳ ଆଦି ଉପରେ ଗୁରୁତ୍ୱାରୋପ କରିବା ସହ ଶାସନ ଓ ଅନୁଶାସନ ମଧ୍ୟରେ ଥିବା ପାର୍ଥକ୍ୟକୁ ସରଳୀକରଣ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ସୁଚିନ୍ଦ୍ରମ ସେନଗୁପ୍ତ, ଯଶବିନ୍ଦର 

କୈ।ର , ଅଧ୍ୟକ୍ଷା ଡ ଖୁସବୁ ଜ୍ୟୋତି, ମୀନାକ୍ଷୀ ପାଢ଼ୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ୧୬ ତାରିଖରୁ ଆରମ୍ଭ ହୋଇ ଆଜି ଅର୍ଥାତ୍ ୧୯ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାୟଗଡାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକଅଦାଲତ ରେ ୫୫୧୯ ଟି ମାମଲା ଫଇସଲା ହୋଇ ଜୋରିମାନା ବାବଦକୁ ୭୦,୭୯,୩୨୫ ଟଙ୍କା ଆଦାୟ ହୋଇଛି

masiha

କର୍ଲାମୁଣ୍ଡାରେ ୟୁରିଆ ସାର ର ଅଭାବ, ଚାଷୀ ଚିନ୍ତିତ

Sunil Chandra Nayak

ମହିଳା ମାନଙ୍କ ଗର୍ଭୋସବ ସଂସ୍କାର କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!