ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଞ୍ଜାମ ଜିଲ୍ଲା ଠିକାଦାର ସଙ୍ଘର ସାଧାରଣ ଅଧିବେଶନ

ଗଞ୍ଜାମ ଜିଲ୍ଲା ଠିକାଦାର ସଙ୍ଘର ସାଧାରଣ ଅଧିବେଶନ

ବ୍ରହ୍ମପୁର ;- ସ୍ଥାନୀୟ ଆମ୍ବପୁଆସ୍ଥିତ ରାଧାଶ୍ୟାମ ମନ୍ଦିର ପ୍ରାଙ୍ଗଣରେ ଗଞ୍ଜାମ ଜିଲ୍ଲା ଠିକାଦାର ସଂଘର ସାଧାରଣ ଅଧିବେଶନ ବୈଠକ ଅନୁଷ୍ଠିତ ହୋଇଯାଇଛି । ବର୍ତ୍ତମାନ ସରକାରଙ୍କ ୩ତାରିଖରେ ଆସିଥିବା ନୂତନ ଟେଣ୍ଡର ପ୍ରକ୍ରିୟା ପାଇଁ ଆଜି ଗଞ୍ଜାମ ଜିଲ୍ଲାର ସମସ୍ତ ଠିକାଦାର ମାନେ ଏକତ୍ରିତ ହୋଇଛନ୍ତି। ସରକାରଙ୍କ ୨୦୧୮ରେ ଯେଉଁ ୧୪. ୯୯ଥିଲା ଆମକୁ ୧୫୦ଗୁଣ ଦେୟ ଦେବାକୁ ପଡୁଥିଲା । ବର୍ତ୍ତମାନ ସରକାର ଯେଉଁ ଏ ପି ଏସ କାଟୁଛନ୍ତି କାମ ସାରିବା ପରେ ଫେରାଯାଉ। ଯେପରିକି ପୂର୍ବରୁ ଫେରାଯାଉଥିଲା।ମନଇଚ୍ଛା କଟାଯାଉଥିବା ଏ ପି ଏସ କୁ ନିର୍ଦ୍ଧିଷ୍ଟ ରଖାଯାଉ ଯାହାଫଳରେ ଠିକାଦାର ମାନେ ଉପକୃତ ହୋଇପାରିବେ। ବୋଲି ସଙ୍ଘର ସାଧାରଣ ସମ୍ପାଦକ ଗୋପାଳ ରାଓ ଦୋରା କହିଥିଲେ । ସରକାର ବର୍ତ୍ତମାନ ଯେଉଁ ମାରାଣନୀତି ନିୟମ ଆଣିଛନ୍ତି ଠିକାଦାର ମାନେ ବହୁ କ୍ଷତି ସହିବାକୁ ପଡୁଛି।ଯାହାଫଳରେ କାମ ନିମ୍ନମାନର ହେଉଛି । ଏଥିପାଇଁ ସରକାର ଦୃଷ୍ଟି ଦେବାପାଇଁସହ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା କହିଥିଲେ।ଠିକାଦାର ମାନେ ପେଟପଟଣା ପାଇଁ ସଂଘର୍ଷ କରୁଛନ୍ତି କିନ୍ତୁ ସରକାର ସେମାନଙ୍କୁ ଅଣଦେଖା କରୁଛନ୍ତି। ଦେଶର ଉନ୍ନତି ରେ ଠିକାଦାର ମାନଙ୍କ ଭୂମିକା ଅତୁଳନୀୟ ରହିଥାଏ।ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତାହାହେଲେ ଆଗାମୀ ଦିନରେ ଠିକାଦାର ସଂଘ ରାଜରାସ୍ତା କୁ ଓଲ୍ଲାଇବ ବୋଲି ଏ କ୍ଲାସ ଠିକାଦାର ନୀଳାଞ୍ଚଳ ସାହୁ କହିଥିଲେ। ଉକ୍ତ ସାଧାରଣ ଅଧିବେଶନରେସଭାପତି ଉମାକାନ୍ତ ସାହୁ,ଉପସଭାପତି ସଂଗ୍ରାମ ପଟ୍ଟନାୟକ, ନୀଳ ସାହୁ, ଦେବାଶିଷ ପାତ୍ର, ବାଲ୍ୟରାମ ଦଳେଇ, ମଙ୍ଗୁଳା ପାତ୍ର ଦନାର୍ଦନ ଦାସ ସମେତ ଗଞ୍ଜାମ ଜିଲ୍ଲାର ୧୦୦୦ରୁ ଉର୍ଦ୍ଧ ଠିକାଦାର ମାନେ ଉପସ୍ଥିତ ଥିଲେ।

Related posts

ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବେଷ୍ଟ ଅଫିସର ଭାବେ ସମ୍ମାନିତ ହେଲେ ଅଧିକ୍ଷଣ ଯନ୍ତ୍ରୀ

Sunil Chandra Nayak

ବେହେରାମୁଣ୍ଡା ସରପଞ୍ଚ ଭୋଟ ପୁନଃ ଗଣତି ଆବେଦନ ଖାରଜ କଲେ କୋର୍ଟ

Sunil Chandra Nayak

ଓଡିଆ ନଦିୟା ସଂକୀର୍ତ୍ତନ ଉନ୍ମୋଚନ ଉତ୍ସବ … ସମ୍ବର୍ଦ୍ଧିତ ହେଲେ କବି କୁଞ୍ଜବିହାରୀ ରାଉତ …

Sunil Chandra Nayak

Leave a Comment

error: Content is protected !!