ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ

ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ

ଥୁଆମୁଳ ରାମପୁର:୦୧୦/୦୩ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ଅଧିନରେ ଥିବା ମାଳିଗାଁ ଗ୍ରାମ ପଞ୍ଚାୟତ ଠାରେ ଗତ ତା ୦୯/୦୩/୨୦୨୫ ରିଖ ରବିବାର ଦିନ ଶ୍ରୀ ପ୍ରକାଶ ଚନ୍ଦ୍ର ନାୟକଙ୍କ ଅଧ୍ଯକ୍ଷତାରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ମାଳିଗାଁ ଓ ପୋଡାପଦର ଗ୍ରାମ ପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ଯ ହେବାନେଇ ସମସ୍ତେ ଏକ ଜୁଟ ହୋଇ ସରକାରଙ୍କ ପାଖରେ ଦାବି ରଖିବା ବୋଲି ଶ୍ରୀ ଦୁର୍ଯ୍ୟୋଧନ ଗୌଡ ବୈଠକରେ ଆଲୋଚନା କରିଥିଲେ। ତେବେ ସରକାରଙ୍କ ପାଖରେ ଅଞ୍ଚଳର ବିକାଶ କ୍ଷେତ୍ରରେ ଆଗକୁ ନେବା ପାଇଁ ହେଲେ ସରକାରଙ୍କ ପାଖରେ ଏକ ଦାବି ପତ୍ର ପ୍ରଦାନ କରିବା ଏହି ପ୍ରସ୍ତାବକୁ ଶ୍ରୀ ରାଏସିଂ ମାଝୀ ସରପଞ୍ଚ, ଶ୍ରୀମତୀ ବାସନ୍ତୀ ମାଝୀ ସରପଞ୍ଚ ଓ ଇନ୍ଦାବତୀ ଜଳଭଣ୍ତାର ନିବେଦନ କମିଟିର ସଭାପତି ସନ୍ତୋଷ ସାନ୍ତା ସମେତ୍ ମାଳିଗାଁ, ପୋଡାପଦର, ତଲନାଗୀ ଗ୍ରାମ ପଞ୍ଚାୟତ ଉକ୍ତ କମିଟିର ସମସ୍ତ ସଦସ୍ୟ ପ୍ରସ୍ତାବକୁ ସମର୍ଥନ କରିଥିଲେ। ତେବେ ଏହି ବୈଠକରେ କମିଟିର ଅନ୍ଯାନ୍ଯ କର୍ମକତ୍ତା ଯୋଗଦେଇଥିଲେ। ଇନ୍ଦିବତୀ ଜଳ ଭଣ୍ତାର ଘେରରେ ଅନେକ ଲୋକ ପ୍ରଭାବିତ ହେଉଛନ୍ତି, ସରକାର ପକ୍ଷରୁ ବିଭିନ୍ନ ଯୋଜନା କେମିତି ଅଞ୍ଚଳରେ ଠିକ୍ ଭାବରେ ଓ ଠିକ୍ ସମୟରେ ଲୋକଙ୍କ ପାଖରେ ପହଞ୍ଚିବ ତେବେ ଯାଇ ଲୋକମାନେ ଉପକୃତ ହେବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଥୁଆମୁଳ ରାମପୁରରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆମ ପୁଲିସର ସାଇବର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଆଦି କର୍ମଯୋଗୀ ଅଭିଯାନ ସଂପର୍କୀତ ଜିଲ୍ଲାସ୍ତରୀୟ ତାଲିମ ଶିବିର ଉଦଘାଟିତ

Sunil Chandra Nayak

କଳାହାଣ୍ଡି କୃଷି ବିଜ୍ଞାନ କେନ୍ଦ୍ରର ୨୫ତମ ବୈଜ୍ଞାନିକ ଉପଦେଷ୍ଟା ସମିତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!