ଟାଟା କମ୍ପାନୀରେ ଦୁର୍ଘଟଣାର ରହସ୍ୟ କେବେ ଖୋଲିବ?
ଯୋଡ଼ା– ସୁନ୍ଦରଗଡ ଜିଲ୍ଲାର କୋଇଡା ଏବଂ କେନ୍ଦୁଝର ଜିଲ୍ଲାର ଯୋଡ଼ା/ବଡ଼ବିଲ ଖଣି ଅଞ୍ଚଳରେ ଗତ କେଇ ଦିନ ଭିତରେ କେତେକ ପ୍ରମୁଖ ଖଣି କମ୍ପାନୀ ମଧ୍ୟରେ ବାରମ୍ବାର ଦୁର୍ଘଟଣା ଘଟିବାର ଖବର ହସ୍ତଗତ ହୁଏ। ତେବେ ଗତ ସପ୍ତାହରେ ସେଭଳି ଯୋଡ଼ାସ୍ଥିତ ଟାଟା କମ୍ପାନୀଠାରେ କନଭର ବେଲ୍ଟ ମରାମତି ସମୟରେ ଦୁଇଜଣ ଠିକା କର୍ମଚାରୀ ଚାପି ହୋଇ ଦୁର୍ଘଟଣାର ସମ୍ମୁଖୀନ ସମୟରେ ନିଯୋଗ ଥିବା କମ୍ପାନୀର ଦାୟୁତ୍ୱବାନ ଅଫିସରଙ୍କ ଅସାବଧାନତା ତଥା ଦାୟତ୍ୱହୀନତା ହେତୁ ଏକ
ଅଭାବନୀୟ ଦୁର୍ଘଟଣା ଘଟିବାର ଖବର ସମଗ୍ର ଖଣି ଜିଲ୍ଲାବାସୀକୁ ସ୍ତବ୍ଧ କରିଥିବାର ଜାଣିବାକୁ ମିଳେ।ତେବେ ଟାଟା କମ୍ପାନୀ ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ଦୁଇ ଜଣ ଗୁରୁତ୍ୱପୂର୍ଣ ଭାବରେ ଆହତ ଠିକା କର୍ମଚାରୀଙ୍କୁ ପ୍ରଥମେ ନିକଟସ୍ଥ ଟାଟା ଷ୍ଟିଲ ଟିସ୍କୋ ମେଡିକାଲରେ ତୁରନ୍ତ ଅଭିଜ୍ଞତାପୂର୍ଣ୍ଣ ଡାକ୍ତରୀଦଳ ଚିକିତ୍ସା ଆରମ୍ଭ କରିଥିଲେ ।ହେଲେ ଅଧିକରୁ ଅଧିକ ଉର୍ଣ୍ଣତ ଚିକିତ୍ସାର ଆବଶ୍ୟକତା ହେତୁ ଯଥା ସମ୍ଭବ ସମସ୍ତ ସୁବିଧାକରି କମ୍ପାନୀର ଜାମସେଦପୁରସ୍ଥିତ ଟି.ଏମ.ଏଚରେ ଉଭୟଦ୍ବୟ ଗୁରୁତ୍ୱପୂର୍ଣ ଆହତଙ୍କୁ ଚିକିତ୍ସା ଆରମ୍ଭ କରିବା ହୋଇଥିଲେ ହେଁ ଚିକିତ୍ସାଧୀନ ଅବସ୍ଥାରେ ଦୁଇ ଜଣ ମଧ୍ୟରୁ ମୋଟେ ତାମସାଏଙ୍କର ଗତ 28.01.2024ରେ ସେଠାକାର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବାର ସୂଚନା ହସ୍ତଗତ ହୁଏ।ତେବେ ଉକ୍ତ ଘଟଣା ଆସି ସମଗ୍ର ଖଣି ସହରରେ ବ୍ୟାପୀ ଯାଇଥିବା ବେଳେ କେତେକ ଗୁଜବ ତଥା ଖବର ଦେଖିବାକୁ ମିଳେ ଯେ ଜଣଙ୍କର ମୃତ୍ୟୁ ସ୍ଥାନୀୟ ମେଡିକାଲରେ ଘଟିଥିବା ବିଷୟକୁ ବୁଦ୍ଧି ଜୀବି ମହଲରେ ଗ୍ରହଣୀୟ ହୋଇନଥିବା ବେଳେ ଯଦି ଟାଟା କମ୍ପାନୀର କର୍ତ୍ତୃପକ୍ଷ କିମ୍ବା ଦାୟୁତ୍ୱରେ ଅଫିସରଙ୍କ, କର୍ମଚାରୀଙ୍କର ବିଶିଷ୍ଟ ତଥା ସ୍ଥାନୀୟବାସୀ ସହ ତଥ୍ୟ ପ୍ରକାଶ କରିବାରେ ସଠିକ ରୂପରେ ଯୋଗାଯୋଗ ଗ୍ରହଣ କରିଥିଲେ, ହୁଏ ଯଦି ଏଭଳି ତ୍ରୁଟିଯୁକ୍ତ ଗୁଜବ ବ୍ୟାପକ ହୋଇନଥାନ୍ତା ବୋଲି ଶୁଣିବାକୁ ମିଳେ।ତେବେ କିଛି ବର୍ଷ ମଧ୍ୟରେ ଟାଟା କମ୍ପାନୀର ଲାଭଖୋର ମୋନବୃତ୍ତି ଦିନକୁ ଦିନ ବଢ଼ି ସ୍ଥାନୀୟ ବହୁ ପୁରାତନ ଠିକାସଂସ୍ଥାକୁ ବାଦ ଦେବାର ସୁରୂପ ଗରିବ ଶ୍ରମିକ, କର୍ମଚାରୀଙ୍କୁ ଭୟାନକ ପରିସ୍ଥିତି ସମ୍ମୁଖୀନ ହେଉଥିବା ବେଳେ କମ୍ପାନୀ ଅନେକ କ୍ଷେତ୍ରରେ ଅଧିକାଂଶ କାର୍ଯ୍ୟକୁ ବାହାର ରାଜ୍ୟ ପଶ୍ଚିମବଙ୍ଗ, ଜାମସେଦପୁର ଓ କଟକ ଭଳି ଅଞ୍ଚଳରୁ ନୂତନ ଠିକାସଂସ୍ଥାକୁ କାର୍ଯଦେଶ ଦେଇ ଅଧିକାଂଶ ପ୍ରଶୟ ଦେବାରେ ଲାଗିଥିବାର ଦେଖିବାକୁ ମିଳେ।ତେବେ ଦେଖିବାକୁ ଗଲେ ପୂର୍ବରୁ ସ୍ଥାନୀୟ ଠିକାସଂସ୍ଥା ଗୁଡିକ ଯଦି କେବେ ଆକସ୍ମିକ କିଛି ଘଟିଗଲେ, କର୍ମଚାରୀ, ଶ୍ରମିକ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦେବା ସହ ଚିକିତ୍ସା କ୍ଷେତ୍ରରେସ୍ଥାନୀୟ ଠିକା ମାଲିକଶ୍ରେଣୀ ଖୋଦ ନିଜେ ଉପସ୍ଥିତ ରହିବା ବ୍ୟତୀତ ନିଜ ସଂସ୍ଥାର ଦାୟୁତ୍ୱବାନ ଅଫିସରକୁ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ କରି କାର୍ଯ୍ୟ ସମ୍ପାଦନା ସାରିବା ଯାଏ ଲଗାଉଥିବାରୁ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହୋଇ ଆସୁଥିଲା। ହେଲେ ଉକ୍ତ ବାହାର ରାଜ୍ୟର ଠିକାସଂସ୍ଥା ସୁଚାର ରୂପେ ଦାୟତ୍ୱ ତୁଲାଇବା ଦୂର କଥା, କମ୍ପାନୀ ନିକଟରେ କାର୍ଯ୍ୟ ପ୍ରଣାଳୀ ଚାଲି ରହିଥିବା ବେଳେ ସୁବିଧା କେବେ ହେଲେ ଯାଇ କେବେ କେଉଁ ଗୋଟିଏ ଦିନ ଆସି କମ୍ପାନୀ ନିକଟରେ ନିଜର କାର୍ଯ୍ୟକୁ ଦେଖି ତୁରନ୍ତ ଫେରିବା ହୋଇଥାଏ। ଯାହା ଫଳରେ ଏପରି ଅବନ୍ଦୋବସ୍ତରେ ଶ୍ରମିକ ଶ୍ରେଣୀ ଏବଂ କର୍ମଚାରୀଙ୍କ ସମସ୍ୟା ବଢିବା ଶୁଣିବାକୁ ମିଳେ। ତେଣୁ ବାହାର ଠିକାସଂସ୍ଥା ହୋଇଥିବାରୁ ଅତି ସମ୍ବେଦନା ଶୀଳ ହୋଇଥିଲେ ମଧ୍ୟ ଦୁର୍ଘଟଣାରେ ମୃତ ଏବଂ ଆହତ ପରିବାର ବର୍ଗଙ୍କୁ ଦୁର୍ଘଟଣା ଘଟି ଯାଇଥିଲେ ମଧ୍ୟ ପରିବାର ଲୋକଙ୍କ ନଜଣାଇବାରୁ ପରିବାର ଲୋକ ବାହାରୁ ଦୁର୍ଘଟଣା ଖବର ଶୁଣିବାକୁ ପାଇବା ସହ ଯୋଡ଼ାରେ ଘଟିଥିବା ଦୁର୍ଘଟଣାକୁ ଚାପିବା ଉଦ୍ୟମ କରିବା ନିମନ୍ତେ ଝାରଖଣ୍ଡର ବିଷ୍ଣୁପୁର ଥାନାରେ ସୂଚନା ଦେବାର ଯୋଜନା ହୁଏ।ତେଣୁ ଭାରତ ବର୍ଷର ଏକ ସର୍ବପୁରାତନ କମ୍ପାନୀ ଟାଟା ଆଗାମୀ ଦିନରେ ଗରିବ ଶ୍ରମିକ ଏବଂ କର୍ମଚାରୀଙ୍କ ସୁରକ୍ଷା ଦିଗରେ ନିଜସ୍ୱ କର୍ମଚାରୀଙ୍କୁ ସଜାଗ ରଖିବା ସହ ସ୍ଥାନୀୟ ଠିକା ସଂସ୍ଥା ପ୍ରତି ବିଶେଷ ଧ୍ୟାନ ଦେବାର ରହିଛି, ଯଦ୍ୱାରା ସ୍ଥାନୀୟ ଠିକାସଂସ୍ଥା ମାଲିକଙ୍କୁ ପାଇ ଠିକା କର୍ମଚାରୀ ନିଜକୁ ବେସ ସୁରକ୍ଷିତ ଅନୁଭବ କରି, କମ୍ପାନୀ କାର୍ଯ୍ୟ ସମାପନ କରିବାରେ ସାହାଯ୍ୟ ହୋଇବ ବୋଲି ବିଶ୍ୱାସ।ତେବେ ଖବର ଲେଖିବା ଭିତରେ ଅନ୍ୟ ଜଣକ ଆହତ ତୁଷାର ରଞ୍ଜନ ମହନ୍ତ ଉକ୍ତ ଟି.ଏମ.ଏଚରେ ଚିକିତ୍ସାଧୀନ ଥିବା ଜାଣିବାକୁ ମିଳେ।
ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍


