ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ଧାନ ଚାଲାଣ ବେଳେ ଯୋଗାଣ ଓ ଆରଏମସି ବିଭାଗର ଚଢାଉ, ଆଜି ସୂଚନା ଦେଲେ ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ କୁମାର ସାହୁ

ବେଆଇନ ଧାନ ଚାଲାଣ ବେଳେ ଯୋଗାଣ ଓ ଆରଏମସି ବିଭାଗର ଚଢାଉ, ଆଜି ସୂଚନା ଦେଲେ ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ କୁମାର ସାହୁ

ବସ୍ତା,04/02 :ଧାନ ଚାଲାଣ ପାଇଁ ସରକାରୀ ସ୍ତରରେ ନିୟନ୍ତ୍ରଣ ମୁକ୍ତ ରଖାଯାଇଥିବା ବେଳେ ଟ୍ରେଡ଼ ଲାଇସେନ୍ସ ଓ ଆରଏମସି ଶୁଳ୍କ ପଇଠ କରିବା ଜରୁରୀ।ମାତ୍ର ଧାନ ବେପାରୀମାନେ ଉପରୋକ୍ତ ଶୁଳ୍କକୁ ଫାଙ୍କି କ୍ରମାଗତ ଭାବେ ବେଆଇନ ଧାନ ଚାଲାଣ କରି ଆସୁଥିଲେ ଏବଂ ଯେଉଁଥି ପାଇଁ ସରକାର ରାଜସ୍ବ ହରାଉଥିଲେ।ଫଳ ସ୍ବରୂପ ବାଲେଶ୍ବର ଜିଲାରୁ ପୋଡ଼ଶୀ ରାଜ୍ୟ ପଶ୍ଚିମବଙ୍ଗକୁ ବେଆଇନ ଭାବେ ଧାନ ଚାଲାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇଆସୁଥିଲା।ଏଣୁ ବେଆଇନ ଧାନ ଚାଲାଣ ଉପରେ ରୋକ ଲଗାଇବା ପାଇଁ ଉପ ଜିଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶ ସିର୍କେ ଓ ଆରଏମସି ଚେଆରମ୍ୟାନଙ୍କ ନିର୍ଦ୍ଦେଶ କ୍ରମେ ସ୍କ୍ବାର୍ଡ଼ ଟିମ ଗଠନ କରାଯାଇଛି।ଏହି ପରିପ୍ରେକ୍ଷୀରେ ଜଳେଶ୍ୱର ନିର୍ବାଚନ ମଣ୍ଡଳୀ ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥର ଗୋଡ଼ିଖାଳ ନିକଟରେ ଡ଼ବ୍ଲ୍ୟୁବି ୩୧ଏ ୬୭୩୩ ନମ୍ବର ବିଶିଷ୍ଟ ଟ୍ରକରେ ଆନ୍ଧ୍ରପ୍ରଦେଶରୁ ପଶ୍ଚିମବଙ୍ଗକୁ ୩୫୦ କ୍ବିଣ୍ଟାଲ ବେଆଇନ ଧାନ ଚାଲାଣ ହେଉଥିବା ସମୟରେ ଜିଲା ଯୋଗାଣ ବିଭାଗ, ନୀଳଗିରି,ବାଲେଶ୍ବର ଓ ଜଳେଶ୍ବର ଆରଏମସି ସଂପାଦକଙ୍କ ସହ ଅନ୍ୟ କର୍ମଚାରୀ ଦ୍ବାରା ଅତର୍କିତ ଚଢାଉ କରାଯାଇଥିଲା। ଯାଞ୍ଚ ସମୟରେ ଟ୍ରକଟି ବିନା ଟ୍ରେଡ଼ ଲାଇସେନ୍ସ ଓ ଆରଏମସି ଶୁଳ୍କ ପଇଠ କରି ନଥିବା ଜଣା ପଡ଼ିବା ପରେ ଅଧିକାରୀ ମାନେ ଟ୍ରକଟିକୁ ଜବତ କରି ଅମର୍ଦ୍ଦାରୋଡ଼ ଫାଣ୍ଡି ପୋଲିସରେ ଜିମା ଦେଇ ସୋମବାର ସୁଦ୍ଧା ଆବଶ୍ୟକ କାଗଜପତ୍ରକୁ ପ୍ରସ୍ତୁତ ରଖିବାକୁ ଚାଳକକୁ ନିର୍ଦ୍ଦେଶ ଦେଇଥିଲେ।ସୋମବାର ଉପ ଜିଲାପାଳଙ୍କ ଉପସ୍ଥିତିରେ କାଗଜ ଯାଞ୍ଚ କରାଯିବା ସହ ଯଦି ଟ୍ରକଟି ଚାଲାଣ ଧାନର ଟ୍ରେଡ଼ ଲାଇସେନ୍ସ ଓ ଆରଏମସି ଶୁଳ୍କ ପଇଠର ରସିଦ ଦାଖଲ ନକରି ପାରେ ତାହେଲେ ଉକ୍ତ ଟ୍ରକଠାରୁ ଜୋରିମାନା ଆଦାୟ କରାଯିବ ବୋଲି ରବିବାର ଅପରାହ୍ନ 4:30 ମିନିଟ ସମୟରେ ଜିଲା ସହକାରୀ ଯୋଗାଣ ଅଧିକାରୀ ହିମାଂଶୁ କୁମାର ସାହୁ ସୂଚନା ଦେଇଛନ୍ତି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଗରଗାଫ ସ୍ଥିତ ଏକ ମୋବାଇଲ ଦୋକାନ ରେ କଳାକନା ବୁଲାଇଲେ ଚୋର, ଥାନାରେ ଏତଲା 

masiha

ଦିନ ଦିପହରରେ ମୋବାଇଲ୍ ଓ ଟିଭି ମରାମତି ଦୋକାନରେ ଚୋରି

Sunil Chandra Nayak

ଖାତିଗୁଡା ରେ ହୋଇଥିବା ହତ୍ୟା କାଣ୍ଡ : ଛ ଦିନର ତନା ଘନା ପରେ ଦୋଷୀ ଚିହ୍ନଟ ଓ କୋର୍ଟ ଚାଲାଣ

masiha

Leave a Comment

error: Content is protected !!