ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ରେ ପୁଣି ମାଓ ବ୍ୟାନର ଓ ଲିପଲେଟ 

ରାଇଘର ୧୭/୬ :-ରାଇଘର ଥାନା ଅଧୀନରେ ଥିବା ନାକଟିସିମଡା ,ଚାଲାନପରା ,ଚଡିଆପାରା ଠାରେ ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ଲିପଲେଟ |ଏଗୁଡିକ ମେନପୁର ଡିଭିଜନ କମିଟି ଦ୍ୱାରା ମରାଯାଇଥିବା ଉଲ୍ଲେଖ ଅଛି |ଏଥିରେ ଜଙ୍ଗଲ ନ କାଟିବା ସହ କଟାଯାଇଥିବା ଜାଗାରେ ନୂତନ ଭାବେ ଗଛ ଲଗାଇବାକୁ କୁହାଯାଇଛି |ଯଦି କିଏ ଅମାନ୍ୟ କରେ ତାହେଲେ ତାକୁ ପ୍ରଜାକୋର୍ଟ ରେ ମୃତ୍ୟୁ ଦଣ୍ଡ ଦିଆଯିବା ଉଲ୍ଲେଖ କରାଯାଇଛି |ନାକଟି ସିମଡା ଠାରେ ଗଛ ରେ ବ୍ୟାନର ଲାଗିଥିବା ବେଳେ ତଳେ ଲିପଲେଟ ପଡିଥିଲା |ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବ୍ୟାନର ଓ ପଡିଥିବା ଲିପଲେଟ ଜବତ କରିଛି |ପ୍ରକାଶ ଥାଉକି ଗତ କିଛି ମାସ ତଳେ ହାତୀଗାଁ ର ଜଣକୁ ଶ୍ୱାସ ରୁଦ୍ଧ କାରି ଓ ଲଖନପୁର ରେ ଜଣକୁ ଗୁଳି କରି ମାରିଥିଲେ ମାଓବାଦୀ |ଏହାକୁ ନଜର ରଖି ହାତୀଗାଁ ଠାରେ ପୋଲିସ ତରଫରୁ ଏକ ସି ଆର ପି ଏଫ କ୍ୟାମ୍ପ ବସିଥିଲା |ଏହିପରି ରାଇଘର ରେ ବର୍ତମାନ 3 ଟି କ୍ୟାମ୍ପ ବସିଥିବା ବେଳେ ମାଓବାଦୀଙ୍କ ଏପରି କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ବାସିନ୍ଦା ଏକ ପ୍ରକାର ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଯୁବକ ଜଣକ ନିଜ ଘରେ ଆତ୍ମହତ୍ୟା କରିଥିବା ବେଳେ ପରିବାର ଲୋକେ ହତ୍ୟା କରି ଥିବା ଅଭିଯୋଗ

masiha

ଅବକାରୀ ବିଭାଗର ଚଢାଉରେ ବିପୁଳ ପରିମାଣର ମଦ ଜବତ ସହ ୧୨ଟି ମାମଲାରେ ୧୨ ଜଣଙ୍କୁ କେର୍ଟ ଚାଲାଣ

ଜେସିବି ପୋଡ଼ିଲେ ଦୃର୍ବୃତ୍ତ , କାରଣ ଅସ୍ପଷ୍ଟ

Leave a Comment

error: Content is protected !!