ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇଘର ରେ ପୁଣି ମାଓ ବ୍ୟାନର ଓ ଲିପଲେଟ 

ରାଇଘର ୧୭/୬ :-ରାଇଘର ଥାନା ଅଧୀନରେ ଥିବା ନାକଟିସିମଡା ,ଚାଲାନପରା ,ଚଡିଆପାରା ଠାରେ ଦେଖିବାକୁ ମିଳିଛି ମାଓ ବ୍ୟାନର ଓ ଲିପଲେଟ |ଏଗୁଡିକ ମେନପୁର ଡିଭିଜନ କମିଟି ଦ୍ୱାରା ମରାଯାଇଥିବା ଉଲ୍ଲେଖ ଅଛି |ଏଥିରେ ଜଙ୍ଗଲ ନ କାଟିବା ସହ କଟାଯାଇଥିବା ଜାଗାରେ ନୂତନ ଭାବେ ଗଛ ଲଗାଇବାକୁ କୁହାଯାଇଛି |ଯଦି କିଏ ଅମାନ୍ୟ କରେ ତାହେଲେ ତାକୁ ପ୍ରଜାକୋର୍ଟ ରେ ମୃତ୍ୟୁ ଦଣ୍ଡ ଦିଆଯିବା ଉଲ୍ଲେଖ କରାଯାଇଛି |ନାକଟି ସିମଡା ଠାରେ ଗଛ ରେ ବ୍ୟାନର ଲାଗିଥିବା ବେଳେ ତଳେ ଲିପଲେଟ ପଡିଥିଲା |ଖବର ପାଇ ରାଇଘର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇଟି ବ୍ୟାନର ଓ ପଡିଥିବା ଲିପଲେଟ ଜବତ କରିଛି |ପ୍ରକାଶ ଥାଉକି ଗତ କିଛି ମାସ ତଳେ ହାତୀଗାଁ ର ଜଣକୁ ଶ୍ୱାସ ରୁଦ୍ଧ କାରି ଓ ଲଖନପୁର ରେ ଜଣକୁ ଗୁଳି କରି ମାରିଥିଲେ ମାଓବାଦୀ |ଏହାକୁ ନଜର ରଖି ହାତୀଗାଁ ଠାରେ ପୋଲିସ ତରଫରୁ ଏକ ସି ଆର ପି ଏଫ କ୍ୟାମ୍ପ ବସିଥିଲା |ଏହିପରି ରାଇଘର ରେ ବର୍ତମାନ 3 ଟି କ୍ୟାମ୍ପ ବସିଥିବା ବେଳେ ମାଓବାଦୀଙ୍କ ଏପରି କାର୍ଯ୍ୟ କଳାପକୁ ନେଇ ସ୍ଥାନୀୟ ବାସିନ୍ଦା ଏକ ପ୍ରକାର ଭୟଭୀତ ଅବସ୍ଥାରେ ଥିବା ଦେଖିବାକୁ ମିଳୁଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଭିନ୍ନକ୍ଷମ ଶିକ୍ଷକଙ୍କୁ ଆକ୍ରମଣ ମାମଲା, ଚର୍ଚ୍ଚା ରେ ପୋଲିସ ଅପରାଧୀଙ୍କୁ ସୁରକ୍ଷା ଦେଉଛି କି ?

ହରେକୃଷ୍ଣପୁର ଭୈରବ ମନ୍ଦିରରୁ ଚୋରି ଅଭିଯୋଗ 

masiha

ନାତିର ଠେଙ୍ଗା ମାଡରେ ଆଇର ମୃତ୍ୟୁ ,ମାଆ ଗୁରୁତର

masiha

Leave a Comment

error: Content is protected !!