ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜ଼ିଲ୍ଲା ସ୍ତରୀୟ ମିର୍ଦ୍ଧା ସମାଜ ର ବୈଠକ

ପାଟଣାଗଡ ତା ୧୭ /୬ ପାଟଣାଗଡ଼ ବ୍ଲକ ଭଇଁସା ପଞ୍ଚାୟତ ଅନ୍ତର୍ଗତ ଝlଙ୍କରପାଲି ଠାରେ ଜ଼ିଲ୍ଲା ମିର୍ଧା କୁଣହା ସମାଜ ପକ୍ଷରୁ ଆଞ୍ଚଳିକ ସ୍ତରୀୟ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ସମାବେଶ ରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀଯୁକ୍ତ ନିରଞ୍ଜନ ବିଶି ଯୋଗଦେଇଥିଲେ । ମୁଖ୍ୟ ଅତିଥି ଙ୍କୁ କୀର୍ତ୍ତନ ଦଳ ଓ କରମା ନୃତ୍ୟ ଦଳ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ସଭା ସ୍ଥଳକୁ ପାଛୋଟି ନିଆଯାଇଥିଲା । ମୁଖ୍ୟ ଅତିଥି ସାଂସଦ ଶ୍ରୀ ବିଶି ବୁଢ଼ାରଜା ଦେବତାଙ୍କୁ ପୂଜାର୍ଚନା କରି ସମସ୍ତ ଙ୍କ ମଙ୍ଗଳ ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲେ । ପରେ ମିର୍ଦ୍ଧା ସମାଜ ର ଜିଲ୍ଲା ସଭାପତି ଗୋପାଳ ପଧାନ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ମିର୍ଧା ମାନଙ୍କ ଶିକ୍ଷା, ସଂସ୍କୃତି, ସାମାଜିକ, ଅର୍ଥନୈତିକ ବିଷୟରେ ସାମୁହିକ ବିକାଶ ସହ ମିର୍ଧା ମାନଙ୍କୁ ସରକାରୀ ସ୍ତରରେ ଆଦିବାସୀ ମାନ୍ୟତା ପ୍ରଦାନ କରିବା ପାଇଁ ସବୁ ପ୍ରକାର ଉଦ୍ୟମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଷୟରେ ଆଲୋକପାତ କରିଥିଲେ ଓ ବୁଢାରଜା ମନ୍ଦିର ନିର୍ମାଣ କରିବା ପାଇଁ ସାଂସଦ ପାଣ୍ଠିରୁ ଅନୁଦାନ ଯୋଗେଇ ଦେବାପାଇଁ କହିଥିଲେ । ସ୍ପେସିଏଲ ଡେଭଲପମେଣ୍ଟ କାଉନସିଲ ରେ ମିର୍ଧା ସମାଜ କୁ ଅଣଦେଖା କରିଥିବାରୁ ସଭାରେ ଦୁଃଖ ପ୍ରକାଶ କରି କାଉନସିଲରେ ମିର୍ଧା ସମାଜର କର୍ମକର୍ତ୍ତା ଙ୍କୁ ସାମିଲ କରିବା ପାଇଁ ସାଂସଦ ମହୋଦୟ ଙ୍କୁ ଦାବୀ ଜଣେଇଥିଲେ । ସାଂସଦ ମହୋଦୟ ଏହି ଦାବୀ କୁ ସରକାରଙ୍କ ପାଖରେ ପହଞ୍ଚେଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଜିର ଏହି ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ବିସିକେଶନ ମିର୍ଧା, କୋଷାଧ୍ୟକ୍ଷ ପ୍ରେମାନନ୍ଦ ପଧାନ,ସଂକୀର୍ତ୍ତନ ମିର୍ଧା, ନୟନ ମିର୍ଧା, ଭୂମିଦାତା ନବୀନ ଛତ୍ରୀଆ ,ଧନମତ ପଧାନ,ପ୍ରସନ୍ନ ପଧାନ,ଭେଳାସାଗର ମିର୍ଧା,ଦଲଗଞ୍ଜନ ଲୁହା, ଲିଙ୍ଗରାଜ ବାଗ,ଧୋବେଇ ମିର୍ଧା ପ୍ରମୁଖ ଯୋଗଦେଇ ଥିବା ବେଳେ ଶତାଧିକ ପୁରୁଷ ମହିଳା ଉପସ୍ଥିତ ଥିଲେ ।

ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଜୁନାଗଡ ଚମେଲୀ ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ଦୁଇ ପାଶ୍ ହାର ୮୫%

masiha

ରାଜ୍ୟସ୍ତରୀୟ ଭାଇ ଭଉଣୀ ଶିଶୁ ସାହିତ୍ୟ ଉତ୍ସବ

masiha

ଏନ ଏସ ଏସ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!