ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ପ୍ରେସ କ୍ଲବ ଗୃହ ନିର୍ମାଣ ନିମନ୍ତେ ଶିଳାନ୍ୟାସ

ଡାବୁଗାଁ, ୨୬/୧ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ଜୟନ୍ତୀ ନଗର ଛକ ନିକଟରେ ଥିବା ପ୍ରେସ କ୍ଲବ ପରିସରରେ ନୂତନ ଗୃହ ନିର୍ମାଣ ନିମନ୍ତେ ଗୁରୁବାର ଶିଳାନ୍ୟାସ କରାଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମନୋହର ରନ୍ଧାରୀ ଯୋଗ ଦେଇ ଶିଳାନ୍ୟାସ କରିଛନ୍ତି | ଏହି ସମୟରେ ସାଂସଦ ପ୍ରତିନିଧି ଏମ୍. ଆପ୍ପା ରାଓ, ବିଧାୟକ ପ୍ରତିନିଧି ଏମ. ବୁଲୁ ରାଓ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଷୋୟୀ, ବିଡିଓ ଶରତ ମାଝି, , ପ୍ରେସ କ୍ଲବ ଉପଦେଷ୍ଟା ପ୍ରକାଶ ଚନ୍ଦ୍ର ପଣ୍ଡା, ସଭାପତି ପ୍ରଜ୍ଞା ରଞ୍ଜନ ପରିଡା, ସମ୍ପାଦକ ମିହିର ଶଙ୍କର ପାତ୍ର, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ପଣ୍ଡା, ଗଗନ ଗନ୍ତାୟତ, କହ୍ନେଇଲାଲ ଗୁପ୍ତା ଓ ଅନ୍ୟମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଲୁଟ ଚାଉଳ ଫେରି ପାଇଲେ ତିନି ହିତାଧିକାରୀ

Sunil Chandra Nayak

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ୭୪ତମ ବନ ମହୋତ୍ସବ ପାଳିତ

ମହିଳା ମହାବିଦ୍ୟାଳୟରେ ନବାଗତ ଛାତ୍ରୀମାନଙ୍କୁ ସ୍ବାଗତ ସଂବର୍ଧନା 

masiha

Leave a Comment

error: Content is protected !!