ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

କର୍ଲାମୁଣ୍ଡା: ଦିନ ଥିଲା କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀରେ ବହୁଳ ପରିମାଣରେ ଦେଶୀ ଧାନ ଚାଷ ଉତ୍ପାଦନ ହେଉଥିଲା l କିନ୍ତୁ, ସମୟ ବଦଳିବା ସଙ୍ଗେ ବଦଳି ଯାଇଛି କୃଷୀ ପ୍ରଣାଳୀ l ବର୍ତ୍ତମାନ ସମୟରେ ଅଧିକ ଅମଳକ୍ଷମ ହାଇବ୍ରିଡ୍ ଧାନ ବିହନର ବହୁଳ ବ୍ୟବହାର ଯୋଗୁଁ ଦେଶୀ ଧାନ ଲୋପ ପାଇବାକୁ ବସିଲାଣି l ହାଇବ୍ରିଡ୍ ଧାନ ପୂର୍ବରୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଚାଷୀ ମାନେ ଝିଲ୍ଲି, କଲ୍ କତି, ମୁଗଦି, ଶୁଆଟୁଟି, ମାଙ୍ଗୁରା, କର୍ଣ୍ଣି, କୁଷମା, ଲାଲ୍ ଗଏନ୍ଦି, ଝୁଲି, ବୁନ୍ଦେ, ହିରନ୍, ହରି ଶଙ୍କର, ଜୁତରି, ଶୁଆଗି, ମକର୍ କମ୍, ମହିପାଲ୍, ଆସାମ ଚୁଡ଼ି, ରତନ୍ ଚୁରି, କାକରୀ, ଖର୍ କୋଲ୍, ବଉଳ କେରା, ଝୁଣିପାଗୀ, ଗଠିଆଁ, ଚିନାମାଲ୍, ଚିଥଲ୍ ଚିନି, ବଡ଼ରାଜ୍ ଭଳି ଦେଶୀ ଧାନ ଚାଷ ବହୁଳ ପରିମାଣରେ ହେଉଥିଲା ବୋଲି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଭରତ ରଣାଙ୍କ ଠାରୁ ଜଣାଯାଏ l ବର୍ତ୍ତମାନ ଆଧୁନିକ ଚାଷ ପ୍ରଣାଳୀରେ ଅଧିକ ଅମଳକ୍ଷମ ହାଇବ୍ରିଡ୍ ଧାନ ବିହନରୁ ଚାଷୀ ଅଧିକ ଧାନ ଅମଳ କରି ପାରୁଛି l ଯା’ ଫଳରେ ଆଉ ଦେଶୀ ଧାନ ଦେଖିବାକୁ ମିଳୁନାହିଁ କହିଲେ ଭୁଲ ହେବ ନାହିଁ l କ୍ରମଶଃ ଚାଷୀମାନେ ଦେଶୀ ଧାନ ଠାରୁ ଦୂରେଇ ଯିବାରେ ଲାଗିଥିବା ବେଳେ ଦେଶୀ ଧାନ ଲୋପ ପାଇବାକୁ ବସିଲାଣି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କଳାହାଣ୍ଡିର ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର

masiha

ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପାଳିତ

masiha

ଗ୍ରାମ୍ୟ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ରାତ୍ରିରେ ଚାଲୁଛି ପିଚୁ କାମ ! ଗ୍ରାମବାସୀଙ୍କ ଅଭିଯୋଗ

Leave a Comment

error: Content is protected !!