ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

କର୍ଲାମୁଣ୍ଡା: ଦିନ ଥିଲା କଳାହାଣ୍ଡି ଜିଲ୍ଲାର ପୁରପଲ୍ଲୀରେ ବହୁଳ ପରିମାଣରେ ଦେଶୀ ଧାନ ଚାଷ ଉତ୍ପାଦନ ହେଉଥିଲା l କିନ୍ତୁ, ସମୟ ବଦଳିବା ସଙ୍ଗେ ବଦଳି ଯାଇଛି କୃଷୀ ପ୍ରଣାଳୀ l ବର୍ତ୍ତମାନ ସମୟରେ ଅଧିକ ଅମଳକ୍ଷମ ହାଇବ୍ରିଡ୍ ଧାନ ବିହନର ବହୁଳ ବ୍ୟବହାର ଯୋଗୁଁ ଦେଶୀ ଧାନ ଲୋପ ପାଇବାକୁ ବସିଲାଣି l ହାଇବ୍ରିଡ୍ ଧାନ ପୂର୍ବରୁ ଜିଲ୍ଲାର ବିଭିନ୍ନ ଗ୍ରାମରେ ଚାଷୀ ମାନେ ଝିଲ୍ଲି, କଲ୍ କତି, ମୁଗଦି, ଶୁଆଟୁଟି, ମାଙ୍ଗୁରା, କର୍ଣ୍ଣି, କୁଷମା, ଲାଲ୍ ଗଏନ୍ଦି, ଝୁଲି, ବୁନ୍ଦେ, ହିରନ୍, ହରି ଶଙ୍କର, ଜୁତରି, ଶୁଆଗି, ମକର୍ କମ୍, ମହିପାଲ୍, ଆସାମ ଚୁଡ଼ି, ରତନ୍ ଚୁରି, କାକରୀ, ଖର୍ କୋଲ୍, ବଉଳ କେରା, ଝୁଣିପାଗୀ, ଗଠିଆଁ, ଚିନାମାଲ୍, ଚିଥଲ୍ ଚିନି, ବଡ଼ରାଜ୍ ଭଳି ଦେଶୀ ଧାନ ଚାଷ ବହୁଳ ପରିମାଣରେ ହେଉଥିଲା ବୋଲି କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ଭରତ ରଣାଙ୍କ ଠାରୁ ଜଣାଯାଏ l ବର୍ତ୍ତମାନ ଆଧୁନିକ ଚାଷ ପ୍ରଣାଳୀରେ ଅଧିକ ଅମଳକ୍ଷମ ହାଇବ୍ରିଡ୍ ଧାନ ବିହନରୁ ଚାଷୀ ଅଧିକ ଧାନ ଅମଳ କରି ପାରୁଛି l ଯା’ ଫଳରେ ଆଉ ଦେଶୀ ଧାନ ଦେଖିବାକୁ ମିଳୁନାହିଁ କହିଲେ ଭୁଲ ହେବ ନାହିଁ l କ୍ରମଶଃ ଚାଷୀମାନେ ଦେଶୀ ଧାନ ଠାରୁ ଦୂରେଇ ଯିବାରେ ଲାଗିଥିବା ବେଳେ ଦେଶୀ ଧାନ ଲୋପ ପାଇବାକୁ ବସିଲାଣି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ମୟୂରଭଞ୍ଜ ଜିଲ୍ଲାର ବରିଷ୍ଠ ବିଜେଡ଼ି ନେତା ରଘୁନାଥ ମହାନ୍ତଙ୍କ ଦେହାନ୍ତ; ଝୁରୁଛି ବିଜେଡି, ଝୁରୁଛି ଅଁଳାଯୋଡି

masiha

ରାଇରଙ୍ଗପୁରରେ ବିଜୁ ଯୁବ ଜନତା ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ରକ୍ତଦାନ କାର୍ଯ୍ୟକ୍ରମରେ ୯୧ ୟୁନିଟ ରକ୍ତ ସଂଗୃହୀତ 

masiha

ଧର୍ମପଦ ସମ୍ମାନର ଅଧିକାରୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋଙ୍କ ବିୟୋଗ ରେ ଶୋକ 

Sunil Chandra Nayak

Leave a Comment

error: Content is protected !!