ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତ

ମୟୂରଭଞ୍ଜ -୧୯/୮ ( ମସିହା)ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ ନିରିହ ଛୁଆ,ଯୁବକ,ଯୁବତୀ,ମହିଳା ବୃଦ୍ଧାଙ୍କ ର ମୃତ୍ୟୁ ହୋଇଗଲାଣି । ସୂଚନାଯୋଗ୍ୟ ବାଦାମପାହାଡ଼ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମର ପ୍ରଦୀପ ହେମ୍ବ୍ରମ ଙ୍କ ଘର ଲୋକେ ଖାଇ ପିଇ ଶୁକ୍ରବାର ରାତିରେ ଶୋଇଥିଲେ ।ପ୍ରଦୀପଙ୍କ ବଡ଼ପୁଅ ଓ ସାନପୁଅ ଖାଇ ପିଇ ସାଙ୍ଗ ହିଁ ଘର ଭିତରେ ତଳେ ବିଛଣା ପକାଇ ଶୋଇଥିଲେ । ବିଳମ୍ବିତ ରାତିରେ ସାନ ପୁଅ ମୁକେଶ ହେମ୍ବ୍ରମ (୬) ରାତିରେ ପାଟି କରି ଚିତ୍କାର କରି ଉଠିଥିଲା ‌ଘର ଲୋକେ ପାଟିଶୁଣି ଉଠିଥିଲେ ।ଏକ ଚିତି ସାପ ତା’ର ହାତକୁ କାମୁଡ଼ି ଦେଇଥିଲା ।ହାତରୁ ରକ୍ତ ଝର ଝର ଵୋହିଥିଲା ।ଘର ଲୋକେ ସାପଟିକୁ ପାଇଥିଲେ । ରାତିରେ ପିଲାଟିକୁ ରାଇରଙ୍ଗପୁର ହସ୍ପିଟାଲ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ସୁଲାଇପାଟ ଥାନାଧିକାରୀ ପ୍ରଦୀପ ବାରିକ ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୯/୨୩ ରୁଜୁ କରି ଶବ ବ୍ୟବଚ୍ଛେଦ କରାଇ ପରିବାରଙ୍କୁ ହସ୍ତାନ୍ତର କରିଛି ।ପରିବାର ଲୋକେ ପୁଅକୁ ହରାଇ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ମୟୂରଭଂଜ ଜିଲ୍ଲାର ନବ ନିଯୁକ୍ତ ସ୍ବତନ୍ତ୍ର ଉନ୍ନୟନ ପରିଷଦର ଅଧ୍ଯକ୍ଷ ଡାଃ ବୁଢ଼ାନ ମୁର୍ମୁ ଙ୍କୁ ରାଇରଙ୍ଗପୁର ରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

ବୀରନରସିଂହପୁରରେ ଖୋଲିବ ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର

masiha

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!