ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରିବା ଲାଗି ପ୍ରୟାସ କରୁଛନ୍ତି ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ 

ଦ୍ୱାଦଶ ଶତାବ୍ଦୀର ଗଙ୍ଗବଂଶୀୟ କୀର୍ତ୍ତିରାଜି ତଥା ରାଜ୍ୟର ଐତିହ୍ୟ ସମ୍ପନ୍ନ ପ୍ରସିଦ୍ଧ ଶୈବପୀଠ ଦ୍ୱିତୀୟ କୈଳାସ ଭାବେ ନୈସର୍ରିକ ପ୍ରାକୃତିକ ଶୋଭାରାଜିରେ ପରିପୂର୍ଣ୍ଣ କପିଳାସ ପୀଠର ଶ୍ରୀ ଚନ୍ଦ୍ରଶେଖର ଜୀଉ ୮00 ବର୍ଷର ପ୍ରାଚୀନ କୀର୍ତ୍ତିରୂପେ ଦଣ୍ଡାୟ ମାନ l ଏହି ଐତିହ୍ୟ ପୂର୍ଣ୍ଣ ଶୈବପୀଠ ଆଜି ସମ୍ପୂର୍ଣ ଅବହେଳିତ ଓ ବିପର୍ଯ୍ୟସ୍ତ ଅବସ୍ଥାରେ ପହଞ୍ଚିଛି l ଏଠି ପ୍ରତେକ ଦିନ ହଜାର ହଜାର ଶ୍ରଦ୍ଧାଳୁ ଓ ଭକ୍ତ ପୂଜା ପ୍ରବାଣୀ ଜାଗର, ବୋଲବମ୍ବ ସମୟରେ ଲକ୍ଷାଧିକ ଭିଡ଼ ହୋଇଥାଏ l କପିଳାସ ପୀଠକୁ ବିଶ୍ୱସ୍ତରୀୟ କରିବାଲାଗି ରାଜ୍ୟସରକାର ଆଗେଇ ଆସନ୍ତୁ ବୋଲି ଢେଙ୍କାନାଳ ର ଅଗ୍ରଣୀ ସାମାଜିକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ୟୁଥ କ୍ଲବ ର ସଦସ୍ୟ ମାନେ ଭେଟି ଢେଙ୍କାନାଳ ର ବିଧାୟକ ତଥା କ୍ୟାବିନେଟ ମନ୍ତ୍ରୀ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ପାତ୍ର ମହୋଦୟ ଙ୍କ ସହିତ ସକାରାତ୍ମକ ଆଲୋଚନା କରି କପିଳାସ ପୀଠ କୁ ବିଶ୍ଵସ୍ତରୀୟ କରାଯିବାପାଇଁ ଚନ୍ଦ୍ରଶେଖର ଜୀଉ ୟୁଥ କ୍ଲବ ତରଫରୁ ୪୦ ଗୋଟି ପ୍ରସ୍ତାବ ଦେଇଛନ୍ତି l ଖୁବ ଶୀଘ୍ର କପିଳାସ ପୀଠ ର ଉର୍ନ୍ନତି ପାଇଁ କମିଟି ଗଠନ କରିବା ସହିତ ସବୁ ଅଧିକାରୀ ନେଇ ଆଲୋଚନା କରିବା ପାଇଁ ପ୍ରତିଶୃତି ଦେଇଛନ୍ତି l

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ବଳଦିଆମାଲରେ ପଞ୍ଚାୟତ ସ୍ତରୀୟ ଆମ ଓଡ଼ିଶା ନବୀନ ଓଡିଶା ସଚେତନତା କାର୍ଯ୍ୟକ୍ରମ

masiha

ଜିଲ୍ଲା କଂଗ୍ରେସ ତରଫରୁ ନୂଆ ବର୍ଷ ପାଳନ ଓ ବନ୍ଧୁ ମିଳନ ଆୟୋଜିତ

masiha

ବିଜାତଳା ଧୋବାଡିହା ଛକରୁ ହାଇସ୍କୁଲ ରାସ୍ତା ଖଆଲଖମଆଲ ଭର୍ତ୍ତି, ପ୍ରଶାସନ ଦୃଷ୍ଟି ପାଇଁ ଦାବି 

masiha

Leave a Comment

error: Content is protected !!