ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ମୁ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ 

ଧର୍ମଗଡ଼:, ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀ ସୁରେଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବରେ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ କୁମାର ବାରିକ ସମ୍ନାନିତ ଅତିଥି ଭାବରେ ବରିଷ୍ଠ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ପ୍ରାଜ୍ଞ୍ୟା ପାରମିତା ସ୍ୱାଇଁ, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀଚନ୍ଦନ ସେଠି, ବରିଷ୍ଠ ଡାକ୍ତର ଅଶ୍ୱିନୀ କୁମାର କର, ବରିଷ୍ଠ ଓକିଲ ତଥା ସଦସ୍ୟ ତାଳୁକ ଆଇନ ସେବା ସମିତି ମିହିର ରଞ୍ଜନ ପଟ୍ଟଯୋଶୀ, ସଂଯୁକ୍ତା ପଣ୍ଡା ଓ ହରିଶ ଚନ୍ଦ୍ର ବାଗ ପ୍ରମୁଖ ମଞ୍ଚାସିନ ଥିଲେ। କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରରେ ଦିବ୍ୟାଙ୍ଗ ମାନଙ୍କ ପାଇଁ ମିଳୁଥିବା ବିଭିନ୍ନ ଯୋଜନା ଉପରେ ମୁଖ୍ୟ ବକ୍ତା ଶ୍ରୀ ବାରିକ ଆଲୋକପାତ କରିଥିବା ବେଳେ ଏହି ଅବସରରେ ମାନନୀୟ ଅଧକ୍ଷ ଉପସ୍ଥିତ ଦିବ୍ୟାଙ୍ଗ ମାନଙ୍କୁ ମନୋବଳ ବଢାଇବା ସହିତ ଦିବ୍ୟାଙ୍ଗ ମାନଙ୍କ ପାଇଁ ଥିବା ସରକାରଙ୍କ ଯୋଜନା ଗୁଡିକର କେମିତି ଲାଭ ନେଇ ପାରିବେ ସେ ଉପରେ ମତ ବ୍ୟକ୍ତ କରିଥିଲେ । ଶ୍ରୀମତୀ ସଂଯୁକ୍ତା ପଣ୍ଡା ଉକ୍ତ ସଭା କୁ ପରିଚାଳନା କରିଥିଲେ ଏବଂ ବରିଷ୍ଠ ଆଇନଜୀବୀ ହରିଶ ଚନ୍ଦ୍ର ବାଗ ଧନ୍ୟବାଦ ଅର୍ପଣ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସାମ୍ବିଧାନିକ ମୁଲ୍ୟବୋଧ ଏବଂ ନାଗରିକ ସମାଜ ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପ୍ରଥମ ଦିନରେ ଦୁଇଟି ପଦବୀରେ ନାମାଙ୍କନ

masiha

ରାମପୁର ଏସସି ପରିବାର ଉପରେ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

Sunil Chandra Nayak

Leave a Comment

error: Content is protected !!