ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର 

ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ କାଙ୍କେରୀ ପଞ୍ଚାୟତ ରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନୂତନ ସର୍ଭେ ସମ୍ପର୍କିତ ତାଲିମ ଶିବିର ଓ ବିଶ୍ଵ ଟଇଲେଟ ଡେ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ସ୍ଥାନୀୟ ସରପଞ୍ଚ ମମତା କେତକୀ ଙ୍କ ଅଧ୍ୟକ୍ଷତା ରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାଙ୍କେରୀ କ୍ଷୀରୋଦ ନାଗ ଉପସ୍ଥିତ ଥାଇ ରାଜ୍ୟ ସରକାର ଙ୍କ ପଞ୍ଚାୟତ ରାଜ ବିଭାଗ ପକ୍ଷରୁ ତିଆରି ହୋଇଥିବା ନୁଆଁ ଗାଇଡ଼ ଲାଇନ ହିସାବରେ ହିତାଧିକାରୀ କେମିତି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନିଜେ ନିଜର ସର୍ଭେ କରି ପାରିବେ ସେ ସମ୍ପର୍କ ରେ ଜନସାଧାରଣ ଙ୍କୁ ବୁଝାଇଥିଲେ। ହିତାଧିକାରୀ ନିଜେ ଆପ୍ସ ଖୋଲି ନିଜ ପୁରୁଣା ଘରର ଫୋଟୋ ଉଠାଇ ଉପଲୋଡ଼ କରିବା ସହିତ ନିଜ ତଥ୍ୟ ଅପଲୋଡ଼ କରିବେ ସେ ନେଇ ଜନସାଧାରଣ ଙ୍କୁ ତାଲିମ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ରେ ସମିତି ସଭ୍ୟା ଜ୍ୟୋତ୍ସ୍ନା ମୟୀ ଛତ୍ରିଆ , ନାଏବ ସରପଞ୍ଚ ଲଖିଧର କଟା,ସମାଜସେବୀ ମହେଶ୍ୱର ସୁନାନୀ, ସମାଜସେବୀ ଶ୍ୟାମ ସୁନ୍ଦର କେତକୀ, ଅତିରିକ୍ତ ଡାଟା ଏଣ୍ଟ୍ରି ଅପରେଟର ବୈଲୋଚନ ମେହେର ସମେତ ସମସ୍ତ ୱାର୍ଡ ସଭ୍ୟ ସଭ୍ୟା ଓ ଜନସାଧାରଣ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

Sunil Chandra Nayak

ବୀରନରସିହପୁର ଦୁମୁରିମୁଣ୍ଡା ମାହେଶ୍ୱରୀ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

ପାର୍ଥସାରଥୀଙ୍କୁ ଡିଜିପି କଲେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!