ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

ଇପ୍ସିତା ବିଶ୍ବାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ….

 ରାଉରକେଲା: ଓଡ଼ିଶା ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ପ୍ରତିଭା ସମ୍ମାନ ଓଡ଼ିଶା ଟ୍ରଷ୍ଟ, ଭୁବନେଶ୍ବର ତରଫ ରୁ ରାଉରକେଲା ର ସମାଜସେବୀ ଇପ୍ସିତା ବିଶ୍ଵାଳ ଙ୍କୁ କଳିଙ୍ଗ କନ୍ୟା ସମ୍ମାନ ୨୦୨୪ ପ୍ରଦାନ କରାଯାଇଛି। ଭୁବନେଶ୍ୱର ସ୍ଥିତ ଇଞ୍ଜିନିୟରିଙ୍ଗ୍ ଭବନ ରେ ଆୟୋଜିତ ଏକ ସ୍ବତନ୍ତ୍ର ସଭା ରେ ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଲାଭ କରିଥିବା ୧୦୦ ଜଣ ମହିଳା ଙ୍କୁ ପୁଷ୍ପଗୁଛ, ଉପଢୌକନ, ମାନପତ୍ର ଓ କଳିଙ୍ଗ କନ୍ୟା ପୁସ୍ତକ ପ୍ରଦାନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଉତ୍କଳ ବିଶ୍ଵ ବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ, ଟ୍ରଷ୍ଟ ସଭାପତି ଡାକ୍ତର ଅଶୋକ ମହାପାତ୍ର ଯୋଗ ଦେଇ ଏହି ସମ୍ମାନ ପ୍ରଦାନ କରି ଥିଲେ। ୩୦ଟି ଜିଲ୍ଲା ମଧ୍ୟରୁ ସୁନ୍ଦରଗଡ଼ ଜିଲ୍ଲାରୁ ରାଉରକେଲା ର ଇପ୍ସିତା ବିଶ୍ଵାଳ ଙ୍କୁ ଯୋଗ୍ୟ ବିବେଚିତ କରି ପୁରସ୍କୃତ କରାଯାଇଛି। ଇପ୍ସିତା ନିଜର ସଫଳତା ର ଶ୍ରେୟ ନିଜ ବାପା ମା ଙ୍କୁ ଦେଇଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେରେସିଂହା କଲେଜରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

Sunil Chandra Nayak

ଆନ୍ତଃ ବିଦ୍ୟାଳୟ ବୈ।ଦ୍ଧିକତା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

୭୭ତମ ବନ ମହୋତ୍ସବରେ ଅବସରପ୍ରାପ୍ତ ପୋଲିସ ଅଫିସର୍ସ ଓ୍ବେଲଫେୟାର ଆସୋସିଏସନ ପକ୍ଷରୁ ବୃକ୍ଷରୋପଣ

Leave a Comment

error: Content is protected !!