ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହା କଲେଜରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

ତେରେସିଂହା କଲେଜରେ ବିଶ୍ଵ ଏଡ୍‌ସ ଦିବସ ପାଳିତ

କର୍ଲାମୁଣ୍ଡା, ୦୧/୧୨ (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ରେଡକ୍ରସ ତରଫରୁ ବିଶ୍ବ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟ ପ୍ରତିଷ୍ଠାତା ସଭାପତି ମୁରଲିଧର ରଣା ଯୋଗଦେଇ ଏଡ୍‌ସ ରୋଗର ଲକ୍ଷଣ ଓ ଏହାର ନିରାକରଣ ବିଷୟରେ ନିଜର ବକ୍ତବ୍ୟ ରଖିଥିଲେ । ସମ୍ମାନିତ ଅତିଥି ଭାବରେ ଅଧ୍ୟାପକ ଆଭାସ ଚନ୍ଦ୍ର ଆଚାର୍ଯ୍ୟ, କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା ମଂଚାସୀନ ଥିଲେ । କାର୍ଯ୍ୟକ୍ରମକୁ ଯୁବ ରେଡକ୍ରସ ଅଧିକାରୀ ମୁକେଶ ବହିଦାର ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏଡ୍‌ସ ସଚେତନ ଗ୍ୟାଲି ମଧ୍ୟ ହୋଇଥିଲା । ପିଅନ ଡୋଳାମଣୀ ଗହୀର, ରାଧାମୋହନ ଗହୀର, ତପୋବନ୍ତ ଗହୀର ପ୍ରମୁଖ ସହଯୋଗ କରିଥିଲେ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ନାଳରେ ନାହିଁ ପୋଲ, ଦୁର୍ଦଶା ଭୋଗୁଛନ୍ତି ଅଞ୍ଚଳବାସୀ

Sunil Chandra Nayak

ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ଏମ୍‌ସିପି ପାଇବା ପାଇଁ ଦାବୀ 

Sunil Chandra Nayak

ଯୁବ ହଷ୍ଟେଲର ସଚେତନତା ବାର୍ତ୍ତା ନେଇ ବାଇକ୍ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!