ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷା ହଷ୍ଟେଲରେ ଅବ୍ୟବସ୍ଥାକୁ ନେଇ ଅଭିଭାବକ ସମ୍ମିଳନୀ

ପାଟଣାଗଡ଼ ଅନ୍ୱେଷା ହଷ୍ଟେଲରେ ଅତିରିକ୍ତ ସୁପରିଟେଣ୍ଡେଟଙ୍କ ମନମୁଖୀ ଶାସନ, ଛାତ୍ରଛାତ୍ରୀଙ୍କୁ ନିମ୍ନମାନର ଖାଦ୍ୟ ବଣ୍ଟନ ପ୍ରତିବାଦରେ ଅଭିଭାବକ ସମ୍ମିଳନୀ । 

୧-ପାଟଣାଗଡ଼ ଅନ୍ୱେଷା ହଷ୍ଟେଲ ଅତିରିକ୍ତ ସୁପରିଟେଣ୍ଡେଟଙ୍କୁ ଅନ୍ୟତ୍ର ବଦଳି 
୨-ଖାଲି ଥିବା ସମସ୍ତ ଷ୍ଟାଫ ନିଯୁକ୍ତି
୩-ଛାତ୍ରଛାତ୍ରୀ ଅନୁପାତରେ ବିଜ୍ଞାନ, ଗଣିତ ଓ ଇଂରାଜୀ ଟ୍ୟୁସନ ଶିକ୍ଷକ ନିଯୁକ୍ତି
୪-ଛାତ୍ରଛାତ୍ରୀଙ୍କ ସଂଖ୍ୟା ଦୃଷ୍ଟିରୁ ଅଧିକ ସ୍କୁଲ ବସ
୫-ଛାତ୍ରଛାତ୍ରୀ ଙ୍କୁ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା ସହ ସାନିଟାଇଜ ପେଡ଼ ପ୍ରଦାନ ।

ଉପରୋକ୍ତ ଦାବୀ ନେଇ ଆଜି ପାଟଣାଗଡ଼ ରାମପାଲି ଦୁର୍ଗା ମଣ୍ଡପ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇଙ୍କ ଆହ୍ୱାନ କ୍ରମେ ଆନନ୍ଦ ସିଂ ବରିହା ଙ୍କ ସଭାପତିତ୍ୱରେ ଅନ୍ୱେଷା ଅଭିଭାବକ/ଅଭିଭାବିକା ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । 

ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଦିବାସୀ/ଏସ.ସି ଛାତ୍ରଛାତ୍ରୀଙ୍କ ଗୁଣାତ୍ମକ ଶିକ୍ଷା ପାଇଁ ଷ୍ଟାଣ୍ଡ।ର୍ଡ଼ ସ୍କୁଲରେ ନିଶୁଳ୍କ ପାଠ ପଢିବା ପାଇଁ ଅନ୍ୱେଷା ଯୋଜନା କରିଛନ୍ତି । କିନ୍ତୁ କିଛି ଅସାମାଜିକ, ଲୁଟେରା ଅଧିକାରୀ ମାନଙ୍କ ଅବହେଳା,ବେପାରୁଆ ମନୋବୃତି ଓ ବାଟମାରଣା ଯୋଗୁଁ ଆଦିବାସୀ/ଏସ.ସି ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଛି । ଯେତେ ଯୋଜନା କଲେ ମଧ୍ୟ ସବୁ ମାଟିରେ ମିଶି ଯାଉଛି । 

ପ୍ରକାଶ ଥାଉକି ହଷ୍ଟେଲ ସୁପରିଟେଣ୍ଡେଟଙ୍କ ମନମାନି ଶାସନ ଓ ବେପାରୁଆ ମନୋବୃତି ଯୋଗୁଁ ଗତ ତା.୨୧.୦୮.୨୩ ରିଖରେ ନିମ୍ନମାନର ଖାଦ୍ୟ ଓ ବାସୀ ଖାଦ୍ୟ ଖାଇ ୪୭ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ପାଟଣାଗଡ଼ ଡାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ । 

ଉପରୋକ୍ତ ଦାବୀକୁ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେଇ ଯଥା ଶୀଘ୍ର ସମାଧାନ କରିବାକୁ ଜିଲ୍ଲା ପ୍ରଶାସନ ପାଖରେ ଦାବୀ କରାଯାଇଛି । ଆଜିର ବୈଠକରେ ମମତା କୁମ୍ଭାର, ଶଙ୍କର ମୁଦୁଲି,ମାଧୁରୀ ଭୋଇ,ବୀଣା ତାଣ୍ଡି, ଲେକ୍ରୁ ଧରୁଆ, ବନମାଳୀ କୁମ୍ଭାର ,ହୃଷିକେଶ ଭୋଇ,ଘନ ଭୋଇ,ଗୋରେଖ ନାଥ ବରିହା, ଗନ୍ଧର୍ବ ବରିହା ପ୍ରମୁଖ ଉଦବୋଧନ ଦେଇଥିଲେ । ସଭାକୁ ଯୁଥପତି ମାଝୀ ପରିଚାଳନା କରିଥିବାବେଳେ କସ୍ତୁଭ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ 

Related posts

ଜିଲ୍ଲା ସ୍ତରୀୟ ଯୁବରେଡକ୍ରସ ଶିବିର ଉଦଯାପିତ 

Sunil Chandra Nayak

ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା ଶିବିର

masiha

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

Sunil Chandra Nayak

Leave a Comment

error: Content is protected !!