ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜଉତ୍ସବ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ରେ ହେବ

ରଜଉତ୍ସବ ଜୟ ମା ଭବାନୀ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚ ଜୟଦେବ ବିହାର ରେ ହେବ 

ଭୁବନେଶ୍ୱର,(ଲିପିକା ରାଣୀ ରାଉତ);ରଜଉତ୍ସବ ୨୦୨୬ ୧୫/୬/୨୦୨୬ ସନ୍ଧ୍ୟା ୪ ରୁ ରାତ୍ର ୯ଘଟିକା ପର୍ଯ୍ୟନ୍ତ ଜୟ ମା ଭବାନୀ ଟ୍ରଷ୍ଟ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନ ଇଣ୍ଡିଆ ର ମିଳିତ ସହଯୋଗ ରେ ନବମ ବାର୍ଷିକ ପାଳନ ଉତ୍କଳ ରଙ୍ଗମଞ୍ଜ ଗୁରୁକେଳୁଚରଣ ନାଚ ଗବେଷଣା କେନ୍ଦ୍ର ଜୟଦେବ ବିହାର ଭୁବନେଶ୍ୱର ରେ ଅନୁଷ୍ଠିତ ହେବ, ଡ଼ ନାରାୟଣ ମହାପାତ୍ର, ଉମାନାଥ ମିଶ୍ର ବିଜୟ ମୋହନ ପଣ୍ଡା ଙ୍କ ସଂଯୋଜନା ରେ ଆଜିର ବୈଠକ ରେ ସମାଜ ରେ ଉତ୍କଳୀୟ ସଂସ୍କୃତି କୁ ଅକ୍ଷୁର୍ଣ ରଖିବା ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରି ଥିବା ଡାକ୍ତର ଶିକ୍ଷା ଓ ସମାଜ ସେବା ପ୍ରତିଭା ମାନଙ୍କ ମଧ୍ୟରୁ ଉତ୍କଳ ଶ୍ରୀ ୨ ଜଣଙ୍କୁ,ଉତ୍କଳ ସେବା ରତ୍ନ ଜଣଙ୍କୁ ଓ ୧୭ଜଣଙ୍କୁ ସେବା ରତ୍ନ ସମ୍ମାନ ରେ ସମ୍ମାନିତ କରାଯିବ, ରଜ ସଂକ୍ରାନ୍ତି ଉତ୍ସବ ଆମ ଓଡିଆ ସଂସ୍କୃତି ର ଏକ ପ୍ରମୁଖ ପର୍ବ, ଏହି ଅବସରରେ ଆମେ ଓଡ଼ିଆ ର ଦୁଇ ଜଣ ବରପୁତ୍ର ମହାପ୍ରଭୁ ଜଗନ୍ନାଥ ଙ୍କ ସେବକ ଶ୍ରୀ ରାମ ନାରାୟଣ ପୂଜାପଣ୍ଡା ସାମନ୍ତ ଓ ସମାଜ ସେବାକ୍ଷେତ୍ରରେ ଉଲ୍ଲେଖନିୟ କାର୍ଯ୍ୟ କରୁ ଥିବାରୁ ଶ୍ରୀ ନିଶିକାନ୍ତ ମିଶ୍ର ଙ୍କୁ ଅନୁଷ୍ଠାନ ର ମର୍ଯ୍ୟାଦା ଜନକ “ଉତ୍କଳ ଶ୍ରୀ ସମ୍ମାନ” ରେ ସମ୍ବର୍ଦ୍ଧନା ଦିଆଯିବ, ଶ୍ରୀ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଗବତ ର ପ୍ରଚାର ଓ ପ୍ରସାର ନିମନ୍ତେ ଉଲ୍ଲେଖ ନିୟ କାର୍ଯ୍ୟ ପାଇଁ ଡ଼ ବନୋଜ ରାୟ ଙ୍କୁ “ଉତ୍କଳ ସେବା ରତ୍ନ ସମ୍ମାନ “ରେ ସମ୍ବର୍ଦ୍ଧନା କରାଯିବ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ପଦ୍ମଶ୍ରୀ ଶ୍ରୀ ଅଦୈତ୍ୟ ଗଡ଼ ନାୟକ,ସମ୍ମାନୀୟ ଅତିଥି ଉମାଶଙ୍କର ଦାଶ,ପ୍ରଫେସର ସତ୍ୟନାରାୟଣ ରାଉତରାୟ ଅବସର ପ୍ରାପ୍ତ ବିଭାଗୀୟ ମୁଖ୍ୟ ହୃଦରୋଗ ବିଶେଷଜ୍ଞ ସମ୍ମାନୀୟ ବକ୍ତା ଭାବେ ଯୋଗ ଦେବେ, ଏହି ଅବସରରେ ଭୁବନେଶ୍ୱର ଲେଡ଼ିଜ ଫୋରମ ଓ ଆନ୍ୟନ୍ୟ ପ୍ରତିଭା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ, ରଜ ପିଠା, ରଜ ପାନ, ରଜ ଦୋଳି ର ଆନନ୍ଦ ନେବାକୁ ବ୍ୟବସ୍ଥା କରା ଯାଇଛି ଆଜିର ବୈଠକ ରେ ସୁରେଶ କୁମାର ମିଶ୍ର ପ୍ରମୋଦିନୀ ପଣ୍ଡା ତ୍ରିଲୋଚନ ନାୟକ ଭାରତୀ ଭୂଷଣ ପଟ୍ଟନାୟକ ରଞ୍ଜନ ସାମଲ ଲଳିତ ଖୁଣ୍ଟିଆ ପ୍ରାଚୀତୋଷ ପ୍ରିୟତୋଷ ସାସ୍ୱତୀ ମିଶ୍ର ଅପର୍ଣ୍ଣା ସାମନ୍ତରାୟ ମମତା ମହାପାତ୍ର ପ୍ରଜ୍ଞା ପାରମିତା ବିଶ୍ୱାଳ ମିତାରାଣି ମହାପାତ୍ର ଅଚ୍ୟୁତ ପ୍ରସାଦ ବେହେରା ଶ୍ରୀନିବାସ ରାଓ ବଂଶୀଧାର ନାୟକ ଚକ୍ରଧର ମାଝୀ ପ୍ରମୁଖ ଯୋଗ ଦେଇ ଆଲୋଚନା ରେ ଭାଗ ନେଇ ଥିଲେ ଶେଷରେ ଓଡିଶା ବାସି ଙ୍କୁ ସମସ୍ତେ ରଜ ଶୁଭେଚ୍ଛା ଜଣାଇ ଥିଲେ, ଶେଷରେ ସମସ୍ତ ଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଉ ସଭା ଭଙ୍ଗ କରାଗଲା ।

Related posts

ତିନିଦିନିଆ ଜିଲ୍ଲା ସ୍ତରୀୟ ଜୁନିଅର ରେଡକ୍ରସର ପ୍ରଶିକ୍ଷଣ ଓ ତାଲିମ ଶିବିର ଉଦଯାପିତ

Sunil Chandra Nayak

ଲୁହାଶିଳା ପଞ୍ଚାୟତ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଆଭାଷୀ କାର୍ଯ୍ୟକ୍ରମରେ ଆମ ବ୍ୟାଙ୍କ ଉଦଘାଟିତ

masiha

କୋଇଡା ରେ ‘ସିଟୁ” ତରଫରୁ ବିଶିଷ୍ଟ ବାମପନ୍ଥୀ ନେତା ସୀତାରାମ ୟେଚୂରୀଙ୍କ ଅକାଳ ବିୟୋଗରେ ଶୋକସଭ

masiha

Leave a Comment

error: Content is protected !!