ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଲୋକରେ କମଳେଶ

ପରଲୋକରେ କମଳେଶ

ବାଲେଶ୍ଵର,୨୧/୫/୨୪- ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ପୁରସ୍ତମପୁର ଓରଫ ଖଇରା ଗ୍ରାମର କମଳେଶ ମହାରଥା(ଟୁକୁନା)ଙ୍କ ତା ୨୦/୫/୨୪ ରିଖ ରାତି ପ୍ରାୟ ୧୦.୩୦ ରୁ ୧୧ ଘଟିକା ମଧ୍ୟରେ ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କର ବୟସ ପ୍ରାୟ ୫୨ ବର୍ଷ ହୋଇଥିଲା । ତାଙ୍କ ବାପା ପଦ୍ମଲୋଚନ ମହାରଥା ଜଣେ ଆଦର୍ଶ ଥିଲେ ଏବଂ ତାଙ୍କ ମା ଜଣେ ଆଦର୍ଶ ଗୃହିଣୀ ସାଙ୍ଗକୁ ସରପଞ୍ଚ ଏବଂ ନ୍ଯାୟ ପରାୟଣ ମହିଳା ଥିଲେ । ସଂପୃକ୍ତ ଅଞ୍ଚଳରେ ତାଙ୍କର ମଧ୍ୟ ଖ୍ଯାତି ଥିଲା । ତାଙ୍କ ପୁତ୍ର କମଳେଶ କିଛି ଦିନ ଧରି ଅସୁସ୍ଥ ଥିଲେ, ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ । ହଠାତ୍ ରୋଗ ଯନ୍ତ୍ରଣା ବଢିବାରୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ନିମନ୍ତେ ନେଇଥିଲେ । ସେଠାରେ ସମସ୍ତ ପ୍ରକାର ପରୀକ୍ଷା ନିରୀକ୍ଷା ପରେ କଟକ ବଡ଼ ମେଡିକାଲକୁ ଚିକିତ୍ସା ନିମନ୍ତେ ନେବା ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ । ବାଲେଶ୍ଵରରୁ ନିରାଶ ହୋଇ ଘରକୁ ନେଇ ଆସିଥିଲେ । ତା ୨୧/୫/୨୪ ରିଖରେ ଚିକିତ୍ସା ପାଇଁ କଟକ ନେବା ନିମନ୍ତେ ପ୍ରସ୍ତୁତ ହେଉଥିଲେ । କିନ୍ତୁ ହଠାତ୍ ହୃଦଘାତରେ ଗତକାଲି ରାତିରେ କମଳେଶଙ୍କର ମୃତ୍ୟୁ ହୋଇଥିଲା । ତାଙ୍କର ବିଧବା ପତ୍ନୀ ସହିତ ୨ ପୁଅ ଅଛନ୍ତି । ମୃତ୍ୟୁ ଖବର ପାଇ ଅନେକ ଲୋକ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିଥିଲେ । ସେ ଜଣେ ସଚ୍ଚୋଟ, ଭଦ୍ର, ନମ୍ର, ମିଷ୍ଟଭାଷୀ, ମେଳାପୀ ଓ ପରୋପକାରୀ ବ୍ଯକ୍ତି ଥିବାରୁ ଅଞ୍ଚଳରେ ଶୋକରଛାୟା ଖେଳିଯାଇଛି । ଯାହା ସ୍ଥାନୀୟ ଅଞ୍ଚଳରୁ ସଂଗୃହୀତ ଖବରରୁ ଏହା ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସୂତାକଳ ପୁନରୁଦ୍ଧାର ପାଇଁ ଅଲ୍ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନର ଦାବୀ 

ରାଇରଙ୍ଗପୁରରେ ବୟନିକାର ୬୭ ତମ ପ୍ରତିଷ୍ଠା ଦିବସ

ଲୋକସାହିତ୍ୟ କଳାହାଣ୍ଡି ଜନଜୀବନର ଏକ ଓ ଅଭିନ୍ନ ଅଙ୍ଗ

Sunil Chandra Nayak

Leave a Comment

error: Content is protected !!