ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି 

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି 

କନ୍ଧମାଳ: ତା,୨୧/୦୫:(ମନିସ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି l ଏହି ପରିପ୍ରେକ୍ଷୀରେ ଇଭିଏମ ମେସିନରେ ବାଲିଗୁଡା ର ୫ଜଣ ଓ ଜି. ଉଦୟଗିରି ର ୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡା ଏନଏସିରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ମେସିନ ଗୁଡିକ ରଖାଯାଇଛି । ସେହିଭଳି ଜି.ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ ଟି ବ୍ଲକ ଜି.ଉଦୟଗିରି, ରାଇକିଆ, ଟିକାବାଲି ଦାରିଙ୍ଗବାଡି ଓ ଜି. ଉଦୟଗିରି ଏନଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ମେସିନ ଗୁଡିକ ରଖାଯାଇଛି l ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ସ୍ପଷ୍ଟ ଫଳାଫଳ ଜୁନ ୪ ରେ ଗଣତି ହେବ ବୋଲି ଜଣାପଡିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ରାଇବଣିଆ ମଣ୍ଡଳ ବିଜେପି ପକ୍ଷରୁ ନୂତନ କାର୍ଯ୍ୟକର୍ତ୍ତା ମାନଙ୍କୁ ସମ୍ବର୍ଦ୍ଧନା : ୪୦ରୁ ଅଧିକ ପରିବାର ବିଜେପିରେ ସାମିଲ

ବସ୍ତା ନିର୍ବାଚନ ମଣ୍ଡଳୀର ବସ୍ତା ବ୍ଲକ ବସ୍ତା ଆପ ପାର୍ଟି ଅଫିସ ଠାରେ ଆମ୍ ଆଦମୀ ପାର୍ଟି ବସ୍ତା ତରଫରୁ ସଭ୍ୟ ସଂଗ୍ରହ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

masiha

ସାଇନିଂ କଳାହାଣ୍ଡି କୁ ମହଙ୍ଗା ପଡିଲା ମାଇନିଂ ଦାବି।  ବିଜୁ ଜନତା ଦଳରୁ ବିଦା ହେଲେ ଅଧ୍ୟକ୍ଷ ଭବାନୀଶଙ୍କର ନିଆଲ..

Sunil Chandra Nayak

Leave a Comment

error: Content is protected !!