ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି 

ବାଲିଗୁଡା ଷ୍ଟ୍ରଙ୍ଗ୍‌ରୁମ୍‌ରେ ସିଲ୍ ହେଲା ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ, ୨୪ ଘଣ୍ଟିଆ ସୁରକ୍ଷା ସହ ନଜର ରଖିବ ସିସି ଟିଭି 

କନ୍ଧମାଳ: ତା,୨୧/୦୫:(ମନିସ): ଦେଶର ପଞ୍ଚମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଏବଂ ଓଡ଼ିଶାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ମେ’ ୨୦ ସୋମବାର ଦିନ ସମାପନ ହୋଇଛି l ଏହି ପରିପ୍ରେକ୍ଷୀରେ ଇଭିଏମ ମେସିନରେ ବାଲିଗୁଡା ର ୫ଜଣ ଓ ଜି. ଉଦୟଗିରି ର ୮ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଛି । କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ଅନ୍ତର୍ଗତ ୪ଟି ବ୍ଲକ ବାଲିଗୁଡା, ତୁମୁଡିବନ୍ଧ, କୋଟଗଡ ଓ କ.ନୁଆଗାଁ ବ୍ଲକ ସମେତ ବାଲିଗୁଡା ଏନଏସିରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ମେସିନ ଗୁଡିକ ରଖାଯାଇଛି । ସେହିଭଳି ଜି.ଉଦୟଗିରି ବିଧାନସଭା ଅନ୍ତର୍ଗତ ୪ ଟି ବ୍ଲକ ଜି.ଉଦୟଗିରି, ରାଇକିଆ, ଟିକାବାଲି ଦାରିଙ୍ଗବାଡି ଓ ଜି. ଉଦୟଗିରି ଏନଏସି ଅଞ୍ଚଳରେ ହୋଇଥିବା ନିର୍ବାଚନର ଇଭିଏମ ବକ୍ସ ଗୁଡିକ ମଧ୍ୟ ସ୍ଥାନୀୟ ଆଦିବାସୀ ମହାବିଦ୍ୟାଳୟ ପରିସରରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷାରେ ମେସିନ ଗୁଡିକ ରଖାଯାଇଛି l ଏହି ଦୁଇଟି ନିର୍ବାଚନ ମଣ୍ଡଳୀର ସ୍ପଷ୍ଟ ଫଳାଫଳ ଜୁନ ୪ ରେ ଗଣତି ହେବ ବୋଲି ଜଣାପଡିଛି ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

କେନ୍ଦ୍ର ମନ୍ତ୍ରୀଙ୍କ ଫୋକସରେ ମୟୂରଭଞ୍ଜ ଲୋକସଭା

masiha

ସରିଲା ପ୍ରଚାର; ମୟୂରଭଞ୍ଜ କାହାକୁ ଦେବ ଆଶୀର୍ବାଦ?

masiha

ବ୍ଲକ ସ୍ତରରେ ପ୍ରତିଷ୍ଟା ଦିବସ ପାଳନ ନିମନ୍ତେ ବିଜେଡିର ପ୍ରସ୍ତୁତି ବୈଠକ,ତତ୍ ସହ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କୁ ସମ୍ବର୍ଧନା ଦେଲେ ବିଜେଡି କର୍ମୀ

Sunil Chandra Nayak

Leave a Comment

error: Content is protected !!