ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଇରଙ୍ଗପୁରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ

ରାଇରଙ୍ଗପୁରେ ବିଜେଡ଼ି କାର୍ଯ୍ୟାଳୟ ଉଦଘାଟିତ

 ମୟୂରଭଞ୍ଜ -୨୧/୦୫ ( ମସିହା)ରାଇରଙ୍ଗପୁର ସହରର ମୁଖ୍ୟ ରାସ୍ତା ସନ୍ନିକଟ ପୂଜା ଗେଷ୍ଟ ହାଉସ ପାଖରେ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ କାର୍ଯ୍ୟଳୟ ସୋମବାର ଦିନ ଅପରାହ୍ନରେ ଉଦଘାଟିତ ହୋଇଯାଇଛି । ନିର୍ବାଚନ ଆଉ ହାତ ଗଣତି ୧୦ ଦିନ ବାକି ରହିଲା । ରାଜନୈତିକ ନେତୃବୃନ୍ଦ ଙ୍କ ର ନିଦ ହଜିଗଲାଣି । ଏହି ଉଦଘାଟନ ସମାରୋହରେ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀ ରାଇସେନ ମୁର୍ମୁ ଯୋଗ ଦେଇ ଫିତା ଆନୁଷ୍ଠାନିକ ଭାଵେ କାଟି ଶୁଭ ଉଦ୍ଘାଟନ କରିଥିଲେ । ମୟୂରଭଞ୍ଜ (୨) ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ଉଦ୍ୟମରେ ଆୟୋଜିତ ଏହି ଉଦଘାଟନ କାର୍ଯ୍ୟକ୍ରମରେ ଆଗାମୀ ନିର୍ବାଚନରେ ରାଇସେନ ମୁର୍ମୁ ବିପୁଳ ଭୋଟରେ ବିଜୟୀ ଲାଭ କରିବେ ଏବଂ ବିକଶିତ ରାଇରଙ୍ଗପୁର ଗଠନ ହେବ ବୋଲି ଉପସ୍ଥିତ କର୍ମିମାନେ ନାରାବାଜି କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ସଭାପତି ଅଭିଷେକ ପଟ୍ଟନାୟକ, ବିଜେଡି ମହିଳା ସଭାନେତ୍ରୀ ତନୁଜା ମହାନ୍ତ, ଜିଲ୍ଲା ବିଜେଡି ଉପସଭାପତି ସ୍ବରୂପ ବେହେରା,ନଗର ସଭାପତି ପ୍ରଭାତ ପଟ୍ଟନାୟକ,ଏପିପି ପଙ୍କଜ ଦାସ,ବିଜୁ ଶକ୍ତି ଉପଦେଷ୍ଟା ଦିପ୍ତୀମାନ ବଳ, ରାଇରଙ୍ଗପୁର ପୌର ଉପାଧ୍ଯକ୍ଷା ମମିତା ଚୌଧୁରୀ,, ଆଡଭୋକେଟ ଗୌରୀ ଶଙ୍କର ଦତ୍ତ, କାଉନସିଲର ପୂର୍ଣ୍ଣିମା ମହାନ୍ତ,ସେବା ନିବୃତ ଶିକ୍ଷକ ଶୁଶାନ୍ତ ପରୀକ୍ଷା,କାଉନସିଲର ଧୀରା ବେଶ୍ରା, କାଉନସିଲର ଆରତୀ ମାର୍ଣ୍ଡୀ,ଶାଶ୍ବତ ବଳ,ସୌମିକ ଦାସ କାନୁନଗୋ, ସତ୍ୟଜିତ ଦାସଙ୍କ ସମେତ ବହୁ ନେତୃବୃନ୍ଦ,କର୍ମୀ,ଯୁବ, ଛାତ୍ର , ମହିଳା ଉପସ୍ଥିତ ଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନିୟମିତତା ବିରୋଧରେ ଭୁବନ ର ବିଜେପି ପକ୍ଷରୁ ବ୍ଲକ ଘେରାଉ

Sunil Chandra Nayak

ରଘୁନାଥପଲ୍ଲୀ ନିର୍ବାଚନ କ୍ଷେତ୍ର ରେ କ୍ରାନ୍ତିକାରୀ ପରିବର୍ତ୍ତନ ପାଇଁ ବିଜେପିକୁ ବିଜୟୀ କରିବାକୁ ବିଧାୟକ ପ୍ରାର୍ଥୀ ଦୁର୍ଗା ତନ୍ତୀଙ୍କ ଆହ୍ବାନ 

masiha

Leave a Comment

error: Content is protected !!