ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ପବିତ୍ର ସାଉଁନ୍ତା ଙ୍କୁ  ବିଧାୟକ ଟିକଟ୍ ପ୍ରଦାନ 

ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ପବିତ୍ର ସାଉଁନ୍ତା ଙ୍କୁ  ବିଧାୟକ ଟିକଟ୍ ପ୍ରଦାନ 

ଲଷ୍ମୀପୂର  // ଜାତୀୟ କଂଗ୍ରେସ ଦଳ ଆଜି ଓଡିଶାର ୪୯ ଜଣ ବିଧାୟକ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କୋରାପୁଟ ଜିଲ୍ଲା ସବୁଠାରୁ ଚର୍ଚ୍ଚାରେ ଥିବା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ମଧ୍ୟ ଘୋଷଣା କରିଛନ୍ତି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୈଉଡ଼ରେ ଲକ୍ଷ୍ମୀପୁର ବ୍ଲକର ପବିତ୍ର ସାଉଁନ୍ତା, ବନ୍ଧୁଗାଁ ବ୍ଲକ ଉପାଧ୍ୟକ୍ଷ ଗୀତାଞ୍ଜଳି ପିଡ଼ିକା ଓ ଦଶମନ୍ତପୁର ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ହୁଇକା ଏହି ତାଲିକାରେ ଥିବା ବେଳେ ଯେତେବେଳେ ଲକ୍ଷ୍ମୀପୁର କଂଗ୍ରେସ ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା କଂଗ୍ରେସ ଦଳ ଛାଡ଼ି ବିଜେଡିରେ ଯୋଗଦେଇଥିବା ବେଳେ ଏହି ସ୍ଥାନରେ ପ୍ରଥମେ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପବିତ୍ର ସାଉଁନ୍ତା କଂଗ୍ରେସ ଦଳରେ ସାମିଲ ହୋଇ ରଣନୀତି ପ୍ରସ୍ତୁତ କରି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ୭ ଟି ଜିଲ୍ଲା ପରିଷଦ ସିଟ୍ ମଧ୍ୟରୁ ୫ ଟି ଜିଲ୍ଲା ପରିଷଦ ସିଟ୍ ବିଜୟ କରିବାରେ ମୂଖ୍ୟ ଭୁମିକା ନିର୍ବାହ କରି ସେବେ ଠାରୁ ହିଁ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ପ୍ରମୁଖ ଭୁମିକା ଗ୍ରହଣ କରି ପବିତ୍ର ସାଉଁନ୍ତା ଅଞ୍ଚଳ ଲୋକଙ୍କ ସୁଖଦୁଃଖ ବୁଝୁଥିଲେ ଏବଂ ଯାନିଯାତ୍ରାରେ ଲୋକଙ୍କ ସାମିଲ ହେଉଥିଲେ । ଏହି ସବୁ ଦେଖି ଏଆଇସିସି ଆଜି ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ।

ତେବେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ଚୋରଟି ବ୍ଲକରେ ୨୨୫ ଗୋଟି ବୁଥ ରହିଥିବା ବେଳେ ୧ ଲକ୍ଷ ୭୦ ହଜାର ଭୋଟର ରହିଛନ୍ତି ଏମାନେ ଆସନ୍ତା ମେ ୧୩ ତାରିଖ ଦିନ ତାଙ୍କ ପ୍ରିୟ ନେତାଙ୍କୁ ଭୋଟ ଦେଇ ନିର୍ବାଚିତ କରି ରାଜ୍ୟ ବିଧାନସଭାକୁ ପଠାଇବେ। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଇତିହାସ ଦେଖିବାକୁ ଗଲେ ଏଠାରେ କୈାଣସି ଦଳ କିମ୍ବା ବ୍ୟକ୍ତି ଲଗାତାର ବିଜୟ ହୋଇ ନାହାନ୍ତି। ତେଣୁ ଚଳିତ ସାଧାରଣ ନିର୍ବାଚନରେ କେଉଁ ଦଳର ଭାଗ୍ୟବାନ ବ୍ୟକ୍ତି ବିଜୟ ମୁକୁଟ ପିନ୍ଧିବେ ତାହା ନିର୍ବାଚନ ଶେଷ ହୋଇ ଗଣତି ପରେ ଜଣାପଡ଼ିବ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓଲମା ଠାରେ ବିଜେପିର ସାଙ୍ଗଠାନିକ ବୈଠକ ଅନୁଷ୍ଠିତ

Sunil Chandra Nayak

ମହିଳା ସଂରକ୍ଷଣ ବିଲ୍ କାଟ୍ ଖାଇବା ପ୍ରସଙ୍ଗରେ ବିଜେପିର ବିଶାଳ “ଜନ ଆକ୍ରୋଶ ମହିଳା ସମାବେଶ 

Sunil Chandra Nayak

ତିରିଂ ବ୍ଳକର ନାରଣପୁର ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!