ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପିର ବିଜୟ ଉତ୍ସବ ପାଳିତ

ବିଜେପିର ବିଜୟ ଉତ୍ସବ ପାଳିତ

ଖଡ଼ିଆଳ,୦୪.୦୫.(ସୁଜିତ କୁମାର ପ୍ରଧାନ ) ନୂଆପଡା ଜିଲ୍ଲା ଖଡ଼ିଆଳ ସହରର ଥାନା ଛକ ଠାରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯାଇଛି। ପଶ୍ଚିମ ବଙ୍ଗ, ଆସାମ, ପୁଡୁଚେରୀ ଠାରେ ବିଜେପିର ବିପୁଳ ବିଜୟକୁ ସ୍ଵାଗତ କରି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଅଜିତ କିଶୋର ଚଲାନଙ୍କ ନେତୃତ୍ଵରେ ବିଜୟ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଜେପିର ରାଜ୍ଯ ସ୍ବତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଲମ୍ବୋଦର ନିଆଲ, ମଣ୍ଡଲ ସଭାପତି ସୁଶାନ୍ତ ବିଶି , ଜୟରାମ କୈବର୍ତ୍ତ, ବରିଷ୍ଟ ନେତା ମନୋଜ ପଟ୍ଟନାୟକ, ଶୁକ୍ରୁ ବାଗ , କାଉନସିଲର ଲକ୍ଷ୍ମଣ ଦୂରିଆ, ସୁନୀଲ ନାଗ, ଯୁବନେତା ସୌମ୍ୟରଞ୍ଜନ ସିଂ, ଗୌତମ ପଣ୍ଡା, ପୁନ୍ୟତୋଷ ମୁଣ୍ଡ , ଲିକୁ ବେହେରା , କୁଳମଣୀ ଘିଭେଲା, ଗୋବିନ୍ଦା ସାହୁ , ଲବ ରଣା, ବିକ୍ରମ୍ ନାୟକ , ଚନ୍ଦ୍ରମଣି ନାଗ , ଆଶୁତୋଷ ପ୍ରଧାନୀଙ୍କ ସହିତ ଶତାଧିକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ଏନ. ଏ. ସି. ରେ ଚେୟାରମ୍ୟାନ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ, ଦାଇତ୍ବ ରେ ଥିବା ଅତିରିକ୍ତ ଜିଲ୍ଲାପାଳ ନ ଆସିବାରୁ ସ୍ଥଗିତ

masiha

ବିଜୁ ଜୟନ୍ତୀ ପାଳନ ଓ ସାଇକଲ ରାଲି

Sunil Chandra Nayak

ନିର୍ବାଚନୀ ଶେଷ ଦିନ ରେ ପ୍ରଚାର କୁ ଜୋରଦାର୍ କଲେ କ୍ୟାପଟାନ ଦିବ୍ୟ ଶଙ୍କର ମିଶ୍ର

masiha

Leave a Comment

error: Content is protected !!