ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା୧୪/୦୧/୨୦୨୫)(ରବି ନାରାୟଣ ମହାନ୍ତି) ଆଜି ମଙ୍ଗଳବାର, ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ସ୍ବର୍ଗତ ଧର୍ମୁ ଗଣ୍ଡ ୨୦୦୪ ମସିହା ଠାରୁ ୨୦୦୯ ପର୍ଯ୍ୟନ୍ତ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଜେପି ବିଧାୟକ ଥିଲେ । ସେ ଅତି ଅମାୟିକ ବ୍ୟକ୍ତିତ୍ବ, ଅତି ସରଳ ଓ ମିଷ୍ଟଭାଷୀ ଥିଲେ ।ପ୍ରଥମତଃ ସେ ସ୍କୁଲ ଶିକ୍ଷକ ପରେ ଆଇନଜୀବୀ ଭାବେ କିଛି ବର୍ଷ କାର୍ଯ୍ୟକରି ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଦେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନୀତି ଜୀବନରେ ତୃଣମୂଳ ସ୍ତରରୁ ଅନେକ ସଂଘର୍ଷମୟ ପରିସ୍ଥିତି ର ସମ୍ମୁଖିନ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଦୁଃଖର ବିଷୟ ୨୦୧୪ ମସିହା ଜାନୁଆରୀ ୧୪ ତାରିଖ ଦିନ ତାଙ୍କ ଅକାଳ ବିୟୋଗ ଘଟିଲା, ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଭାଜପା ପରିବାର ସମ୍ପୂର୍ଣ୍ଣ ମର୍ମାହତ ହୋଇଥିଲେ। ଏହି ଦିନକୁ ଅଞ୍ଚଳର ଭାଜପା କର୍ମୀ କେବେମଧ୍ୟ ଭୂଲି ପାରିବେ ନାହିଁ ।କାର୍ଯ୍ୟାଳୟ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତୀ କାମନା କରିଥିଲେ ଭାଜପା କର୍ମୀବୃନ୍ଦ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ମହିଳା ଜିଲ୍ଲା ସାଧାରଣ ସଂମ୍ପାଦିକା ମନ୍ଦିରା ନାୟକ, ବିଧାନସଭା ସଂଯୋଜକ ସୁରେଶ ଆଚାର୍ଯ୍ୟ, ନଗର ସଭାପତି ଗୋପୀନାଥ ସାହୁ, ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ସତ୍ୟ ବେହେରା, ମିଲୁ ପଣ୍ଡା, ସନ୍ତୋଷ ଶର୍ମା, ଦୁକାଲୁ ମେହେର,ପ୍ରଦୀପ ମିଶ୍ର ଏଭଳି ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ସ୍ମୃତି ଚାରଣ କରିଥିଲେ। କିଛି ନେତୃ ବୃନ୍ଦ ସ୍ମୃତି ଚାରଣ କରି ଭାବବିହ୍ଵଳ ହୋଇ ପଡିଥିଲେ ।ସାଧାରଣ ସଂମ୍ପାଦକ ପ୍ରଭାତ କୁମାର ନାୟକ ସ୍ମୃତି ସଭାକୁ ବେଶ ସୁନ୍ଦର ଭାବେ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବିଜେପି ଛାଡ଼ିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି 

masiha

ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

Sunil Chandra Nayak

ବିଜେପିର କର୍ମକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

masiha

Leave a Comment

error: Content is protected !!