ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

ଭାଜପା କାର୍ଯ୍ୟାଳୟ ରେ ପୂର୍ବତନ ଭାଜପା ବିଧାୟକ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା୧୪/୦୧/୨୦୨୫)(ରବି ନାରାୟଣ ମହାନ୍ତି) ଆଜି ମଙ୍ଗଳବାର, ନବରଙ୍ଗପୁର ଜିଲ୍ଲା ଉମରକୋଟ ଭାଜପା କାର୍ଯ୍ୟାଳୟ ଠାରେ ପୂର୍ବତନ ବିଧାୟକ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ଶ୍ରଦ୍ଧାଞ୍ଜଳୀ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି ।ସ୍ବର୍ଗତ ଧର୍ମୁ ଗଣ୍ଡ ୨୦୦୪ ମସିହା ଠାରୁ ୨୦୦୯ ପର୍ଯ୍ୟନ୍ତ ସେ ଉମରକୋଟ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରଥମ ବିଜେପି ବିଧାୟକ ଥିଲେ । ସେ ଅତି ଅମାୟିକ ବ୍ୟକ୍ତିତ୍ବ, ଅତି ସରଳ ଓ ମିଷ୍ଟଭାଷୀ ଥିଲେ ।ପ୍ରଥମତଃ ସେ ସ୍କୁଲ ଶିକ୍ଷକ ପରେ ଆଇନଜୀବୀ ଭାବେ କିଛି ବର୍ଷ କାର୍ଯ୍ୟକରି ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଦେଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ରାଜନୀତି ଜୀବନରେ ତୃଣମୂଳ ସ୍ତରରୁ ଅନେକ ସଂଘର୍ଷମୟ ପରିସ୍ଥିତି ର ସମ୍ମୁଖିନ ହୋଇ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।ଦୁଃଖର ବିଷୟ ୨୦୧୪ ମସିହା ଜାନୁଆରୀ ୧୪ ତାରିଖ ଦିନ ତାଙ୍କ ଅକାଳ ବିୟୋଗ ଘଟିଲା, ତାଙ୍କ ବିୟୋଗରେ ଏ ଅଞ୍ଚଳରେ ଭାଜପା ପରିବାର ସମ୍ପୂର୍ଣ୍ଣ ମର୍ମାହତ ହୋଇଥିଲେ। ଏହି ଦିନକୁ ଅଞ୍ଚଳର ଭାଜପା କର୍ମୀ କେବେମଧ୍ୟ ଭୂଲି ପାରିବେ ନାହିଁ ।କାର୍ଯ୍ୟାଳୟ ଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରି ଏକ ମିନିଟ ନୀରବ ପ୍ରାର୍ଥନା କରି ଅମର ଆତ୍ମାର ସଦଗତୀ କାମନା କରିଥିଲେ ଭାଜପା କର୍ମୀବୃନ୍ଦ। ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ରାଜ୍ୟ ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ କୁମାର ପାଢୀ,ମହିଳା ଜିଲ୍ଲା ସାଧାରଣ ସଂମ୍ପାଦିକା ମନ୍ଦିରା ନାୟକ, ବିଧାନସଭା ସଂଯୋଜକ ସୁରେଶ ଆଚାର୍ଯ୍ୟ, ନଗର ସଭାପତି ଗୋପୀନାଥ ସାହୁ, ଜିଲ୍ଲା ଯୁବ ମୋର୍ଚା ଉପ ସଭାପତି ସତ୍ୟ ବେହେରା, ମିଲୁ ପଣ୍ଡା, ସନ୍ତୋଷ ଶର୍ମା, ଦୁକାଲୁ ମେହେର,ପ୍ରଦୀପ ମିଶ୍ର ଏଭଳି ବହୁ ବିଜେପି କାର୍ଯ୍ୟକର୍ତ୍ତା ଯୋଗ ଦେଇ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ସ୍ମୃତି ଚାରଣ କରିଥିଲେ। କିଛି ନେତୃ ବୃନ୍ଦ ସ୍ମୃତି ଚାରଣ କରି ଭାବବିହ୍ଵଳ ହୋଇ ପଡିଥିଲେ ।ସାଧାରଣ ସଂମ୍ପାଦକ ପ୍ରଭାତ କୁମାର ନାୟକ ସ୍ମୃତି ସଭାକୁ ବେଶ ସୁନ୍ଦର ଭାବେ ପରିଚାଳନା କରିଥିଲେ ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମୋଦି ସରକାର ଙ୍କ ଜନ ବିରୋଧି, ଶ୍ରମିକ, କୃଷକ ନୀତି ବିରୁଦ୍ଧରେ ୫ ଏପ୍ରିଲ ପାର୍ଲିଆମେଣ୍ଟ ଅଭିଯାନ କୁ ସଫଳ କରିବା ପାଇଁ ଆହ୍ୱାନ

Sunil Chandra Nayak

ଜିଲ୍ଲାପାଳ କାର୍ଯ୍ଯାଳୟ ସମ୍ମୁଖରେ କଂଗ୍ରେସ ର ଜୟ ଭାରତ ସତ୍ଯାଗ୍ରହ

Sunil Chandra Nayak

ରାଜନଗର ବିକାଶ ପାଇଁ ମୈଦାନକୁ ଓହ୍ଲାଇଲେ ଧୃବ ଓ ଅଂଶୁମାନ,ବିଶାଳ ବାଇକ୍ ରାଲିରେ କଲେ ଶକ୍ତି ପ୍ରଦର୍ଶନ

masiha

Leave a Comment

error: Content is protected !!