ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ଛାତ୍ର ସଂଘ ର ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଅନୁଷ୍ଠିତ 

ଅଖିଳ ଭାରତୀୟ ଛାତ୍ର ସଂଘ ର ରାଜ୍ୟ ସ୍ତରୀୟ ଶିକ୍ଷା ଶିବିର ଅନୁଷ୍ଠିତ 

ଜୁନାଗଡ଼ ,୧୪/୧( ମନୀସ) -ଜୁନାଗଡ଼ ସ୍ଥିତ ସଂସ୍କୃତି ଭବନ ରେ ଏ ଆଇ ଏସ ଏଫ ତରଫରୁ ୫ଦିନିଆ ଶିକ୍ଷା ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମ କୁ ଆଇ ଏସ ଏଫ ର ପୁର୍ବତନ ସମ୍ପାଦକ ସଂଜୀବ ଦାସ ଯୋଗଦେଓ ପତାକା ଉତ୍ତୋଳନ କରି ଶୁଭ ଉଦଘାଟନ କରିଥିଲେ।ଏହି ଶିବିର ରେ ଦେଶ ବିଦେଶ ରୁ ଆସିଥିବା ଶିକ୍ଷାବିତ ମାନେ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗ ଉପରେ ଶିବିରlର୍ଥୀ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ଦାନ କରିଥିଲେ l ଏଥିରେ ମାର୍କ୍ସ ଦର୍ଶନ, ବିଶ୍ୱ ଇତିହାସ ଓ ସ୍ୱାଧୀନତା ସଂଗ୍ରାମ ଭାରତ ଓ ଓଡିଶା , ଏପରି ବିଭିନ୍ନ ପ୍ରସଙ୍ଗ ଉପରେ ଶିକ୍ଷାବିତ ଡ଼ ଅମୀୟ ମହାନ୍ତି, ଦାମୋଦର ରାଉତ ପ୍ରମୁଖ ଉପସ୍ଥିତ ରହି ଶିକ୍ଷାଦାନ କରିଥିଲେ l ଏହି ଶିବିର ରେ ଓଡିଶା ର ବିଭିନ୍ନ ଅଂଚଳ ରୁ ଶତାଧିକ ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ l ଏ ଆଇ ଏସ ଏଫ ର ଓଡିଶା ରାଜ୍ୟ ସଭା ନେତ୍ରୀ ସଂଘମିତ୍ରା ଜେନା, ସାଧାରଣ ସମ୍ପାଦକ କାଁହୁଚରଣ ପରିଡା, ଉପସଭାପତି ରାଜାରାମ ଡ଼ଙ୍ଗରି,ଦେବପ୍ରିୟ ପଣ୍ଡା, ଶୁଭ୍ରାରାଣୀ ସାହୁ ଙ୍କ ସମେତ କଳାହାଣ୍ଡି ଜିଲ୍ଲାର ସଦସ୍ୟ ମାନେ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ସି ପି ଆଇ ର ଦାମୋଦର ବେହେରା, ଅକ୍ଷୟ ମେହେର, ସଂଜୀବ ଦାସ ପ୍ରମୁଖ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ସୁନ୍ଦରଗଡ ଲେଖକ ସାମ୍ମୁଖ୍ଯର ମାସିକ ସାହିତ୍ୟ ଆସର

ବିଶ୍ବ ହସ୍ତାକ୍ଷର ଦିବସ ଅବସରରେ

Sunil Chandra Nayak

ନର୍ଲା କ୍ଲଷ୍ଟର ପକ୍ଷରୁ ନିପୁଣ ଓଡିଶା ମେଳା

masiha

Leave a Comment

error: Content is protected !!