ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାକୃତିକ ସମ୍ପଦ ଓ ଜୀବନ-ଜୀବିକାର ସୁରକ୍ଷା ଦାବୀ କଲା ପୂଜ୍ୟ ପୂଜା ସମିତି

ପ୍ରାକୃତିକ ସମ୍ପଦ ଓ ଜୀବନ-ଜୀବିକାର ସୁରକ୍ଷା ଦାବୀ କଲା ପୂଜ୍ୟ ପୂଜା ସମିତି

ବ୍ରହ୍ମପୁର,ତା ୨୬/୦୪ ସାଂସ୍କୃତିକ ଅନୁଷ୍ଠାନ ପୂଜ୍ୟ ପୂଜା ସମିତି ପକ୍ଷରୁ ଆଜି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର କର୍ଣ୍ଣଧାର ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ୧୩୫ତମ ଜୟନ୍ତୀ ପାଳନ ହୋଇଯାଇଛି । ସ୍ଥାନୀୟ ଏସଏନଟି ରୋଡ ସ୍ଥିତ ମହାରାଜା ଗଜପତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ, ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଓ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଏକ ସ୍ମରଣ ସଭା ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ସହରର ବହୁ ସଂଖ୍ୟକ ବୁଦ୍ଧିଜୀବୀ ଏକାଠି ହୋଇ ପ୍ରଜାବତ୍ସଳ ମହାରାଜାଙ୍କ ଅବଦାନକୁ ସ୍ମରଣ କରିଥିଲେ। ଓଡ଼ିଆ ଭାଷାକୁ ଆଧାର କରି ଲୋକମାନଙ୍କୁ ଏକତ୍ର କରି ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ପାଇଁ ଲଣ୍ଡନର ଗୋଲ ଟେବୁଲ୍ ବୈଠକରେ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଦୃଢ଼ ଓ ଯୁକ୍ତିସଙ୍ଗତ ପ୍ରତିପାଦନର ଫଳରୂପେ ୧୯୩୬ ମସିହାରେ ଓଡ଼ିଶା ପ୍ରଦେଶ ଗଠିତ ହୋଇଥିଲା ବୋଲି ବକ୍ତାମାନେ ଉଲ୍ଲେଖ କରିଥିଲେ। କିନ୍ତୁ ମହାରାଜାଙ୍କ ସ୍ୱପ୍ନର ଓଡ଼ିଶା ଆଜି ପର୍ଯ୍ୟନ୍ତ ସଫଳ ଭାବେ ପୂରଣ ହୋଇନାହିଁ ବୋଲି ସଭାରେ ମତ ପ୍ରକାଶ ପାଇଥିଲା। ଓଡ଼ିଶାର କିଛି ଭୌଗଳିକ ସୀମା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ, ବିହାର ଓ ପଶ୍ଚିମବଙ୍ଗ ସହ ବିବାଦୀୟ ଅବସ୍ଥାରେ ରହିଥିବା ସହିତ, ରାଜ୍ୟର ଜମି, ଜଳ, ଜଙ୍ଗଲ ଓ ଖଣି ସମ୍ପଦର ସୁରକ୍ଷା ନେଇ ଗଭୀର ଚିନ୍ତା ବ୍ୟକ୍ତ କରାଯାଇଥିଲା। ରାଜ୍ୟ ସରକାର ଏହି ସମସ୍ତ ପ୍ରାକୃତିକ ସମ୍ପଦର ସୁରକ୍ଷା ସହ ସାଧାରଣ ଲୋକଙ୍କ ଜୀବନ, ଜୀବିକା ଓ ଭିଟାମାଟିର ସୁରକ୍ଷା ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଆବଶ୍ୟକ ବୋଲି ସଭାରେ ଦାବୀ କରାଯାଇଥିଲା। ଏହି ସ୍ମରଣ ସଭାରେ ସମାଜସେବୀ ସୁରେନ୍ଦ୍ର ନାଥ ପଣ୍ଡା, ଆର୍. ସତ୍ୟ ନାରାୟଣ ରାଓ, ଡ . ବାୟମନୁ ଚର୍ଚି, କୁନି କୁମାରୀ ଦେବୀ, ମନୋରଞ୍ଜନ ମହାରଣା, ଅଶୋକ କୁମାର ଦଳାଇ, ମହମ୍ମଦ ଆସଲମ୍, ଏନ୍. ଶ୍ରୀରାମୁଲୁ, ସୁରେନ୍ଦ୍ର ସେଠୀ, ଏମ.ଏସ୍. ମଲ୍ଲିକ, ଏସ୍. ସାମ୍ବସିବା ରାଓ, ସୁରେଶ ଚନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

Related posts

ବଲାଣି ଖଣି କଲୋନୀରେ ଚୋରି ମାମଲା; ୪୮ ଘଣ୍ଟାରେ ୨ ଅଭିଯୁକ୍ତ ଗିରଫ

Sunil Chandra Nayak

ନମିତା ବୁଖରା : ଶିକ୍ଷା ପାଇଁ ସମର୍ପିତ ପ୍ରାଣ ଟିଏ

Sunil Chandra Nayak

୪୩ ଟି ଅଭିଯୋଗ ଶୁଣାଣି କଲେ ଜିଲ୍ଲାପାଳ 

masiha

Leave a Comment

error: Content is protected !!