ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

କାର କୁ ବଞ୍ଚାଇବାକୁ ଯାଇ ଯାତ୍ରୀବାହୀ ବସ ଦୁର୍ଘଟଣା : ଅଳ୍ପକେ ବର୍ତିଲେ ୪୦ ରୁ ଉର୍ଦ୍ଧ ଯାତ୍ରୀ 

କନ୍ଧମାଳ , ତା, ୨୬/୦୪ : (ମନିସ): ଘରୋଇ ଯାତ୍ରୀବାହୀ ବସ ସହ ଏକ କାର ର ମୁହାଁମୁହିଁ ଧକ୍କା ହୋଇ ରାସ୍ତା କଡ଼କୁ ଖସିଲା ବସ l ଅଳ୍ପକେ ବଡ଼ ଧରଣ ର ଦୁର୍ଘଟଣା ରୁ ବର୍ତିଲେ ବସ ରେ ଥିବା ୪୦ରୁ ଉର୍ଦ୍ଧ ଯାତ୍ରୀ l କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ରାଜ୍ୟ ରାଜପଥ ନଂ. ୧ ମୁଖ୍ୟ ରାସ୍ତା ର ପାଇବର ସାହି ନିକଟରେ ଘଟିଛି ଦୁର୍ଘଟଣା l ପ୍ରକାଶ ଯେ, ଫୁଲବାଣୀ ରୁ ମୋହନଗିରୀ ଅଭିମୁଖେ ଯାଉଥିବା ମା’ ତାରିଣୀ ନାମକ ଘରୋଇ ଯାତ୍ରୀବାହୀ ବସ ଟି ଆସୁଥିବା ବେଳେ ପାଇବର ସାହି ନିକଟରେ ବିପରୀତ ଦିଗ ରୁ ଆସୁଥିବା ଅନ୍ୟ ଏକ ଦୀପକ ନାମକ ଘରୋଇ ବସ କୁ କାର ଟି ଓଭରଟେକ କରିଥିଲା l କାର କୁ ବଞ୍ଚାଇବାକୁ ଯାଇ ମା’ ତାରିଣୀ ବସ ର ଡ୍ରାଇଭରସଙ୍ଗେ ସଙ୍ଗେ ହଠାତ ବ୍ରେକ ମାରିବାରୁ ଗାର୍ଡୱାଲ ରେ ବସ ପିଟି ହୋଇଥିଲା l ତେବେ ଦୁର୍ଘଟଣା ରେ ବସ ରେ ବସିଥିବା ସମସ୍ତ ଯାତ୍ରୀ ଓ କାର ଡ୍ରାଇଭର ସମସ୍ତେ ସୁରକ୍ଷିତ ଥିବା ଜଣାପଡିଛି l ଖବର ପାଇ କ.ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି l

ସଂଜୟ କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ 

masiha

ଅନ୍ଧବିଶ୍ୱାସର ଅନ୍ଧକାରରେ କୁଡୁମି ଜାତି: ଦିଗହରା ସରକାର ଙ୍କ ଅମୃତ ମହୋତ୍ସବ 

Sunil Chandra Nayak

ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଏମ୍. କେ କ୍ଳାସେସ୍ ରେ

masiha

Leave a Comment

error: Content is protected !!