ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିର୍ମାଣ କୃଷକ ସଂଗଠନ ର ଆମର ଦରକାର–ଚାଷୀ ସରକାର ନବରଙ୍ଗପୁର ରେ ପହଞ୍ଚିଲା 

ନବରଙ୍ଗପୁର–(ମସିହା)ଗତ ଏପ୍ରିଲ 23 ତାରିଖ ପବିତ୍ର ଅକ୍ଷୟ ତୃତୀୟା ରେ ଆରମ୍ଭ ହୋଇଥିବା ରାଜ୍ୟବ୍ୟାପୀ ଲୋକ ସମ୍ପର୍କ ଅଭିଯାନ ଆଜି ନବରଙ୍ଗପୁର ରେ ପହଁଞ୍ଚିଛି lନବ ନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଙ୍କ ନେତୃତ୍ଵରେ ଚାଲିଥିବା ଏହି ଅଭିଯାନ ନବରଙ୍ଗପୁର ରେ ପହଁଞ୍ଚିବା ପରେ ଜଗନ୍ନାଥ ମନ୍ଦିର ଠାରେ ଚାଷୀ ସଂଗଠନ ପକ୍ଷରୁ ବୃନ୍ଦାବନ ତ୍ରିପାଠୀ ଓ ସ୍ଥାନୀୟ ଚାଷୀ ମାନେ ଉପସ୍ଥିତ ରହି ସ୍ୱାଗତ କରିଥିଲେ l ସେଠାରେ ଆୟୋଜିତ ସଭାରେ ରାଜ୍ୟ ସହ ସଂଯୋଜକ ନିମାଇଁ ରାୟ ସଭାପତିତ୍ବ କରିଥିବା ବେଳେ ଅକ୍ଷୟ କୁମାର ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ଦେଶ ସ୍ଵାଧୀନ ହେବାର 76 ବର୍ଷ ପରେ ବି ଚାଷୀ ଆଜି ଅବହେଳିତ ,ଆଜିକୁ ଚାଷୀ ଙ୍କୁ ପ୍ରାଇସ,ପ୍ରେଷ୍ଟିଜ ଓ ପେନସନ ଦାବୀ ନେଇ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଓଡିଶା ର ପୁରପଲ୍ଲୀରେ ପହଞ୍ଚି ସାରିଛି l ଓଡିଶା ସରକାରଙ୍କ ବଜେଟର ଶତକଡା ଦଶଭାଗ ଚାଷୀ ଙ୍କ ପାଇଁ ବିନିଯୋଗ କଲେ ପ୍ରତ୍ୟେକ ଚାଷୀ ମାସିକ ପାଞ୍ଚହଜାର ଟଙ୍କା ପାଇ ପାରିବେ, ଯାହାକି ଯୁବକ ମାନେ ଦାଦନ ନ ଯାଇ ନିଜ ଜମିରେ ଚାଷ କରିପାରିବେ l ତେଣୁ ଚାଷର କାମ ପାଇଁ ଚାଷୀ ସରକାର ଆଗାମୀ ଦିନରେ ଗଢିବାକୁ ସେ ଆହ୍ଵାନ ଦେଇଥିଲେ l ଶେଷଦେବ ନନ୍ଦ ନିଜ ବକ୍ତବ୍ୟରେ ବୁଢ଼ା, ବୁଢୀ ଙ୍କ ବାର୍ଦ୍ଧକ୍ୟ ଭତ୍ତା, ମାସିକ ଦୁଇ ହଜାର ଦେବା ସହ ସମସ୍ତ ଜମିକୁ ଜଳସେଚନ, ଉତ୍ପାଦିତ ଜିନିଷ ର ନ୍ୟାୟୋଚିତ ମୂଲ୍ୟ ପାଇଁ ଦାବୀ କରିଥିଲେ l ଏହି ଅଭିଯାନ ରେ ସାମିଲ ଥିବା ରାଜ୍ୟ ସହ ସଂଯୋଜକ ଉମାକାନ୍ତ ଭାରତ, ଯୁବ ଛାତ୍ର ସଂଯୋଜକ ମନତ୍ଵର ଆଚାର୍ଯ୍ୟ, ଡଃ କୁଳମଣୀ, ଦେବୀ ପ୍ରସାଦ ମହାରଣା, ଦିଲ୍ଲୀପ ଶଙ୍କର ବେହେରା, ଦୋଳ ଗୋବିନ୍ଦ ସାହୁ, ଲିଙ୍ଗରାଜ ପ୍ରମୂଖ ସାମିଲ ରହି ଆଗାମୀ ଦିନରେ ଚାଷୀ ସରକାର ର ପ୍ରାସଙ୍ଗିକତା ଉପରେ ମତ ରଖିଥିଲେ l ଶେଷରେ କୁମ୍ଭକର୍ଣ୍ଣ ଗୌଡ ଧନ୍ୟବାଦ ଦେଲା ପରେ ସଭା ସାଙ୍ଗ ହୋଇ ଥିବା ବେଳେ ସେମାନେ ଜୟପୁର ଅଭିମୁଖେ ଯାଇଥିଲେ l

ନବରଂଗପୁର ରୁ  ରବି ନାରାୟଣ ମହାନ୍ତି ଙ୍କ ରିପୋର୍ଟ୍ 

Related posts

ପ୍ରକାଶ ପାଇଲା ଢଗଢମାଳି ଫଳାଫଳ, ରୂପା କଏନ୍ ଜିତିଲେ ବାସନ୍ତୀ ଲତା ଓ ଜ୍ଯୋତ୍ସାରାଣୀ

masiha

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାର ୩ନମ୍ବର ଛାତ୍ରୀ ନିବାସର ତୃତୀୟ ବାର୍ଷିକ ଉତ୍ସବ

masiha

ଓଡିଆ ଭାଷା ବିକାଶ ମଞ୍ଚ ତରଫରୁ ଗାନ୍ଧିଜୀଙ୍କ ତିରୋଧନ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!