ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ, ସମ୍ବର୍ଦ୍ଧିତ ହେଲେ ଗୀତାରାଣୀ, କାଞ୍ଚନ, ଜ୍ୟୋତି ଓ ପ୍ରଶାନ୍ତ

       ସିମୁଳିଆ, ତା ୦୧/୧/୨୫- ବାଲେଶ୍ବର ଜିଲ୍ଲା ମାର୍କୋଣାରେ ରାଜ୍ୟସ୍ତରୀୟ ସାହିତ୍ୟ ଉତ୍ସବ ୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନ ଅବସରରେ ବିଶିଷ୍ଟ କବୀ ଗୀତାରାଣୀ ଆଇଚ, କଥାଶିଳ୍ପୀ କାଞ୍ଚନ ମଲ୍ଲିକ ,ପ୍ରାବନ୍ଧିକା ଗବେଷିକା ଜ୍ୟୋତି ସାହୁ ଓ ଚିତ୍ରଶିଳ୍ପୀ ପ୍ରଶାନ୍ତ ଜେନାଙ୍କୁ ବର୍ଷାନ୍ତ ସାରସ୍ବତ ସମାନ, ପ୍ରତିଭା ସମ୍ମାନ ଓ କଳାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି ।

           ମଦର ଟେରେସା ଫିଲାନଥ୍ରୋପିକ ଆସୋସିଏସନ, ଗୌଡଦିଆ ଆନୁକୂଲ୍ୟରେ ତଥା ମାର୍କୋଣା ଡାକବଙ୍ଗଳା ସମ୍ମିଳନୀ କକ୍ଷରେ ଆୟୋଜିତ ୩୯ତମ ବର୍ଷାନ୍ତ ସାରସ୍ବତ ସମ୍ମେଳନରେ ସଭାପତି କବି ପୂର୍ଣ୍ଣଚନ୍ଦ୍ର ମହାଳିକ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରାବନ୍ଧିକ ତଥା ଫକୀରମୋହନ ସାହିତ୍ୟ ପରିଷଦର ପ୍ରାକ୍ତନ ସଭାପତି ପ୍ରଫେସର ଡକ୍ଟର ଶିରୀଶ ଚନ୍ଦ୍ର ଜେନା ଯୋଗଦେଇ ସମ୍ମେଳନର ମୁଖପତ୍ର ବର୍ଷାନ୍ତର ଶୁୁଭ ପାଠକାର୍ପଣ କରିଥିଲେ । ସାହିତ୍ୟ ବ୍ୟକ୍ତିଚେତନାର ଏକ ଆତ୍ମିକ ଉତ୍ତରଣ ବୋଲି କହିଥିଲେ । ଦୀର୍ଘ ୩୯ ବର୍ଷଧରି ସିମୁଳିଆରେ ସାହିତ୍ୟ ସୃଜନର ଇତିହାସରେ ବର୍ଷାନ୍ତ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ବୋଲି କହିଥିଲେ । ମୁଖ୍ୟବକ୍ତାଭାବେ ବିଶିଷ୍ଟ ସମାଲୋଚକ ତଥା ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ଓଡିଆ ଭାଷା ସାହିତ୍ୟ ବିଭାଗର ବିଭାଗ ମୁଖ୍ୟ ପ୍ରଫେସର ଡକ୍ଟର ସନ୍ତୋଷ କୁମାର ନାୟକ ଯୋଗଦେଇ କବୀ ଗୀତାରାଣୀ ଦାସଙ୍କ କବିତା ସଂକଳନ ସୂର୍ଯ୍ୟସ୍ନାତା ଲୋକାର୍ପଣ କରି କବି କବିତାରେ ବର୍ତ୍ତମାନର ଭିତ୍ତିଭୂମି ଉପରେ ଦଣ୍ଡାୟମାନ ହୋଇ ଅତୀତର ଗୁଣଗାନ କରୁଥାଏ ଏବଂ ଏହା ଅବ୍ୟକ୍ତକୁ ବ୍ୟକ୍ତକରିବାରେ ଏକ ଅସମର୍ଥ ଆତ୍ମିକ ସତ୍ତାବୋଲି ଡକ୍ଟର ନାୟକ କହିଥିଲେ । ବରେଣ୍ୟ ଅତିଥିଭାବେ ବିଶିଷ୍ଟ କବି ଡକ୍ଟର ଭରତ ବେହେରା ବର୍ଷାନ୍ତର ଅତୀତ ଓ ବର୍ତ୍ତମାନ ସଂପର୍କରେ ସୂଚନା ଦେଇ ଏହା ବହୁ ସାରସ୍ବତ ପ୍ରତିଭା ସୃଷ୍ଟିକରିଛି ବୋଲି କହିଥିଲେ । ବିଶିଷ୍ଟ ନାରୀକବି ଗୀତାରାଣୀ ଆଇଚଙ୍କୁ ବର୍ଷାନ୍ତ ସାରସ୍ବତ ସମ୍ମାନ, କଥାକାର କାଞ୍ଚନ ମଲ୍ଲିକ୍ ଓ ପ୍ରାବନ୍ଧିକା ଜ୍ୟୋତି ସାହୁଙ୍କୁ ବର୍ଷାନ୍ତ ପ୍ରତିଭା ସମ୍ମାନ ଏବଂ ଚିଥ୍ରଶିଳ୍ପୀ ପ୍ରଶାନ୍ତ ଜେନାଙ୍କୁ ବର୍ଷାନ୍ତ କଳାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବର୍ଦ୍ଧିତ ପ୍ରତିଭାମାନେ ସମ୍ବର୍ଦ୍ଧନାର ଉତ୍ତରେ କୃତଜ୍ଞତା ଜଣାଇଥିଲେ । ଅନୁଷ୍ଠାନର ସଂପାଦକ ତଥା ଓଡିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଦସ୍ୟ କବି ଡକ୍ଟର ଭରତ ଚନ୍ଦ୍ର ଦାଶ ସ୍ବାଗତ ଭାଷଣ ସହ ଅତିଥିପରିଚୟ ପ୍ରଦାନ କରିଥିଲେ । କବୀ ଗାୟତ୍ରୀ ଦାଶ ପ୍ରାରମ୍ଭିକ ସଂଗୀତଗାନ କରିଥିଲେ । ଶେଷରେ କବି ବନମାଳୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଜିଲ୍ଲା ସ୍ତରୀୟ ଗୁରୁ ଦିବସ ଉତ୍ସବ ଓ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ସମାରୋହ ପାଳିତ 

Sunil Chandra Nayak

ମହାରାଜା ଶ୍ରୀରାମଚନ୍ଦ୍ର ଜ୍ଯୋତିରଥକୁ ରାଇରଙ୍ଗପୁରରେ ଭବ୍ୟ ସମ୍ବର୍ଦ୍ଧନା

Sunil Chandra Nayak

RAYAGADA BAR ASSOCIATION ELECTS NEW OFFICE BEARERS

masiha

Leave a Comment

error: Content is protected !!