ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଙ୍କଡ଼ାହାଡ଼ ସମ୍ମନିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଚାଲିଛି ରାଧେ ରାଧେ ତମର ଅଧେକୁ ମୋର ଅଧେ

ଢେଙ୍କାନାଳ (ମ ନି ସ)୨୭/୦୭_କଙ୍କଡ଼ାହାଡ଼ ବ୍ଲକ୍ ମୁଖ୍ୟ ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ କାର୍ଯ୍ୟାଳୟରେ ଖୁଲମଖୋଲାରେ ଚାଲିଛି ଜୟ ରାଧେ ରାଧେ ତମର ଅଧେକୁ ମୋର ଅଧେ। ଏଭଳି ପରିହାସ କରିବାର ମୁଖ୍ୟଉଦ୍ଦେଶ୍ୟ ହେଲାଦୁର୍ନୀତିର ଚରମ ସୀମାରେ ପହଞ୍ଚିଛି ଗର୍ଭବତୀ ମହିଳା ମାଆ ମାନକ ପୋଷଣ ଟଙ୍କା ହେରଫେର। ରାଜ୍ୟସରକାର ଗର୍ଭବତୀ ମହିଳା ମାଆମାନକ ପାଇଁ ଯୋଜନା ପ୍ରଣୟନ କରୁଥିବା ବେଳେ ଏଠି କିନ୍ତୁ ଫଳ ଓଲଟା। ସୂଚନା ମୁତାବକ ଗର୍ଭବତୀ ମାଆ ଙ୍କ ପାଇଁ ଖାଦ୍ୟ ବାବଦକୁ ଆସୁଥିବା ପ୍ରତି ଦିନର ନଅ ଟଙ୍କାକୁ ଖୁଲମ୍ ଖୋଲା ଭାବରେ ଚଞ୍ଚକତା କରାଯାଉଛି। କାରଣ କେରଯୋଳି ପଞ୍ଚାୟତ ଓ କଣ୍ଟାପାଳ ପଞ୍ଚାୟତକୁ ନେଇ ଗୋଟିଏ ସେକ୍ଟର ଗଠିତ ହୋଇ ଥିବା ବେଳେ 25ଟି ସେଣ୍ଟରରେ ରହିଛନ୍ତି 197ଟି ଗର୍ଭବତୀ ମହିଳା । ସେହି ମହିଳା ମାଆ ମାନକ ନାମରେ 1,32, 975ଟଙ୍କା ଆସି ଥିବା ବେଳେ ପ୍ରତି ସେଣ୍ଟରକୁ ଯାଇ ଖୁଦ୍ ସମ୍ମନିତ ଶିଶୁ ବିକାଶ କାର୍ଯ୍ୟାଳୟର ବିଭାଗୀୟ ସୁପର ଭାଉଜର ଆସି ଥିବା ଟଙ୍କାରୁ ପଚାଶ ପର୍ସେଣ୍ଟ ଆଣିଛନ୍ତି ବୋଲି ଜଣା ପଡିଛି। ଯାହାକି 25 ସେଣ୍ଟରରୁ ପଚାଶ ପର୍ସେଣ୍ଟ ହିସାବରେ 66,487 ଟଙ୍କା ହଡ଼ପ କରିଛନ୍ତି ବୋଲି ସୂଚନା ମିଳିଛି। ଏଭଳି ଅନ୍ୟ ସାତଟି ସେକ୍ଟରରେ ମଧ୍ୟ ଟଙ୍କା ହେରେଫେରେ ହେବାର ଅଭିଯୋଗ ଆସିଛି। କିନ୍ତୁ ପ୍ରଥମେ ଆସି ଥିବା ତଥ୍ୟର ପର୍ଦାଫାସ ହୋଇ ସାରିବା ପରେ। ବାକିଥିବା ସାତୋଟି ସେକ୍ଟରର ପର୍ଦାଫାସ କରାଯିବ। କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଯଦି ଗୋଟିଏ ସେକ୍ଟର ରେ ଏତେ ଟଙ୍କା ଦୁର୍ନୀତି ହୋଇ ପାରୁଚି ତାହାଲେ ଅନ୍ୟ ସେକ୍ଟର ଗୁଡିକରେ କେତେ ଟଙ୍କା ଦୁର୍ନୀତି ନ ହୋଇ ଥିବ। କିନ୍ତୁ ଆମେ କହି ରଖିବୁ ଜଣେ ଅଙ୍ଗନୱାଡି ୱାର୍କର ଅନେକ ସମସ୍ୟାରେ ରହି ମଧ୍ୟ ସରକାରଙ୍କ ପାଣ୍ଠିରୁ ଅଣ୍ଡା ବାବଦକୁ ଛଅଟଙ୍କା ଆସୁଥିବା ବେଳେ ନିଜ ଦରମା ଟଙ୍କାରୁ ମିଶାଇ ସାତ ଟଙ୍କା ପଚାଶ ପଇସାରେ ଅଣ୍ଡା କିଣି ପିଲାମାନଙ୍କୁ ଖାଇବାକୁ ଦେଇଥାନ୍ତି। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଜଣାଶୁଣାରେ ହେରଫେର କରାଯାଉଛି ଟଙ୍କା କିନ୍ତୁ ୱାର୍କର ମାନକଠାରୁ ଶୋଷଣ କରି ଅଧିକାରୀ ମାଲେମାଲ୍। ଯେଉଁ ୱାର୍କର କଥା ମାନୁନାହାନ୍ତି ଜୋର୍ ଜବରଦସ୍ତି କରାଯାଉଛି ଦରମା ବନ୍ଦ୍। ଏପଟେ ସିଡିପିଓ ସବୁ ଜାଣି ଶୁଣିକଥା ଏଡାଇବାକୁ ଯାଇ ଗଣ ମାଧ୍ୟମକୁ କହିଛନ୍ତି ଏ ବିଷୟରେ ମୋତେ କିଛି ଜଣାନାହିଁ। ଯଦି ଜଣା ନାହିଁ ତାହେଲେ କାହାର ଛତ୍ରଛାୟା ତଳେ ଚାଲିଛି ଖୋଲମ୍ ଖୋଲା ଟଙ୍କା ହେରଫେର ଏହାର ତଦନ୍ତ କେବେ କରାଯିବ??? ଏଠି ଜଣା ପଡ଼ୁଚି ବିଭାଗୀୟ ସୁପରଭାଉଜର ଓ ସିଡିପିଓ ଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଚାଲି ନାହିଁ ତ ???। ଯଦି ତଥ୍ୟ ଦୁଇ ମାସର ଦୃଷ୍ଟି ଗୋଚର ହେଉଛି ତାହାଲେ ପୂର୍ବରୁ ଆଉ କେତେ ଟଙ୍କା ହେରେଫେର ହୋଇ /ଥିବ ସ୍ପଷ୍ଟ ଜଣାପଡ଼ୁଚି। ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ ମାଧ୍ୟମରେ ଆସିଥିବା ପୋଷଣ ଟଙ୍କାକୁ ହେରଫେର କରିଥିବା ସୁପର ଭାଉଜରଙ୍କ ଉପରେ ବ୍ଲକ୍ ପ୍ରଶାସନ କଣ ନେଉଛନ୍ତି ପଦକ୍ଷେପ ତାହା ଦେଖିବାକୁ ବାକି ରହିଲା।

ପ୍ରହଲ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଚନ୍ଦାହାଣ୍ଡି ଠାରେ ଧନୁଯାତ୍ରା ଆରମ୍ଭ , ପ୍ରଥମ ରଜନୀରେ ଉଗ୍ରେସନ ଦରବାର ନାଟକ ଅନୁଷ୍ଠିତ

Sunil Chandra Nayak

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ୍ ଉପ ସଭାପତି ହେଲେ ଦେବାଶିଷ ରଞ୍ଜନ ବିଶି 

masiha

ଅଭିଷେକ ବେହୁରିଆ ହେଲେ ମିଃ ରାଉରକେଲା ୨୦୨୨

Sunil Chandra Nayak

Leave a Comment

error: Content is protected !!